Home ଜିଲ୍ଲା ପରିକ୍ରମା  ରାମଚଣ୍ଡୀ ଗୋଶାଳାରେ ରଣପୁର ବିଧାୟକଙ୍କ ଗୋ ପୂଜନ

 ରାମଚଣ୍ଡୀ ଗୋଶାଳାରେ ରଣପୁର ବିଧାୟକଙ୍କ ଗୋ ପୂଜନ

41

ନୟାଗଡ଼ ୧୨/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ପବିତ୍ର ଗହ୍ମାପୁର୍ଣ୍ଣମୀରେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ରାମଚଣ୍ଡି ଗୋଶାଲାରେ ଗୋ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଓ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି ଯୋଗ ଦେଇଥିଲେ। ଗୋ ଶାଳାରେ ବିଜ୍ଞ ପଣ୍ଡିତ ବ୍ରାହ୍ମଣଙ୍କ ଦ୍ୱାରା ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇ ହୋମ ଆହୁତି ପ୍ରଦାନ କରାଯାଇଥିଲା।

ମିଳିତ ଭାବେ ବିଧାୟକ, ଜିଲ୍ଲା ପରିଷଦ ସଭାପତି ଓ ରଙ୍ଗୀନ୍ ମହାନ୍ତି ଗୋ ମାତା ମାନଙ୍କୁ ଧୂପ, ଦୀପ, ଚନ୍ଦନ, ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପାଚିଲା କଦଳୀ ଖାଇବାକୁ ଦେଇଥିଲେ। ପରେପରେ ଏକ ବୈଠକ କରାଯାଇ ଗୋ ମାତା ମାନଙ୍କର ପରିଚାଳନା ସମ୍ପର୍କରେ ଗୋ ସେବକ ସନାତନ ଓ ଗୋଶାଲାର ପ୍ରତିନିଧି ମାନଙ୍କ ସହ ଆଲୋଚନା କରାଯାଇଥିଲା। ଗୋ ମାତା ମାନେ ଚାରଣ ପାଇଁ ମଣିନାଗ ପାହାଡକୁ ଯିବା ସମୟରେ କିଛି ବ୍ୟକ୍ତି ଅଭିଯୋଗ କରୁଥିବା ସର୍ମ୍ପକରେ ଆଲୋଚନା ହୋଇଥିଲା। ଗୋମାତା ମାନଙ୍କର ପରିଚାଳନା ପାଇଁ ଆବଶ୍ୟକିୟ ଖାଦ୍ୟ ପଦାର୍ଥ ଯୋଗାଣ ପାଇଁ ବିଧାୟକ ନୟାଗଡ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.