Home ଆମ ପର୍ବ ପର୍ବାଣୀ ରାବଣ ପୋଡ଼ି ଓ ଆତସବାଜୀ ପ୍ରତିଯୋଗିତା

ରାବଣ ପୋଡ଼ି ଓ ଆତସବାଜୀ ପ୍ରତିଯୋଗିତା

125

ଭୁବନେଶ୍ୱର/ଯାଜପୁର୧୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଶାରଦୀୟ ପୂଜା ଅବସରରେ କୋରାଇ ବ୍ଲକର ଶଙ୍ଖଚିଲା ଠାରେ ୫୩ତମ ଦୁର୍ଗାପୂଜା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରେ କମିଟି ପକ୍ଷରୁ ବୁଧବାର ୨୮ତମ ରାବଣ ପୋଡି ଓ ଆତସବାଜୀ ପ୍ରତିଯୋଗିତା ହୋଇଥିଲା । ଦଶହରାର ପରଦିନ ବୁଧବାର ମହୋତ୍ସବର ମୁଖ୍ୟଆକର୍ଷଣ ରାବଣ ପୋଡି ମହୋତ୍ସବ ମହାଡମ୍ବରରେ ଆୟୋଜନ କରାଯାଇଥିଲା । ସନ୍ଧ୍ୟାରେ ମା’ ଦୁର୍ଗାଙ୍କ ମଣ୍ଡପରେ ନିର୍ମିତ ହୋଇଥିବା ହନୁମାନ, ରାମ ଓ ଲକ୍ଷ୍ମଣଙ୍କ ପ୍ରତିମୂର୍ତିକୁ ଶୋଭାଯାତ୍ରାରେ ଅଣାଯାଇ ସଭାସ୍ଥଳ ନିକଟରେ ରଖାଯାଇଥିଲା । ପରେ ଏହି ଅବସରରେ ଆୟୋଜିତ ସଭାରେ ସଭାପତି କୃଷ୍ଣଚନ୍ଦ୍ର ସାହୁ(ଖ)ଙ୍କ ଅଧ୍ୟକ୍ଷତାରେ କରିଥିଲେ । ମୁଖ୍ୟ ଅତିଥି ବ୍ୟାସନଗର ବିଶିଷ୍ଟ ସମାଜସେବୀ ତପନ କୁମାର ସାହୁ ସୁଇଚ୍ ମାରି ଆତସବାଜି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ଏଥିରେ ବିଚାରକଭାବେ ଶòକ୍ଷାବିତ ବିଷ୍ଣୁଚରଣ ସାହୁ ଓ ବିନୋଦବିହାରୀ ସାହୁ ରହିଥିଲେ । ସଭାରେ ସମ୍ମାନିତ ଅତିଥି ଭାବେ ଅତିଥିଭାବେ କଳିଙ୍ଗନଗର ପଲିଟେକନିକର ଚେୟାରମ୍ୟାନ ଆଲେକ୍‌ଜାଣ୍ଡାର ଦାସ ସମାଜସେବୀ ଓ ଅନ୍ୟତମ ଅତଥିଭାବେ ଡକ୍ଟର ଅରୁଣ କୁମାର ବିଶ୍ୱାଳ, ଶିକ୍ଷାବିତ କୃଷ୍ଣଚନ୍ଦ୍ର ଦାସ, ଓ ଚକ୍ରଧର ଦାସପ୍ରମୁଖ ଯୋଗଦେଇଥିଲେ । ନନ୍ଦକିଶୋର ମହାକୁଡ ସ୍ୱାଗତଭାଷଣ ଓ ଅତିଥିପରିଚୟ ଦେଇଥିଲା ବେଳେ ସଂପାଦକ ଦିଲ୍ଲୀପକୁମାର ସାହୁ ବିବରଣୀ ପାଠ କରିଥିଲେ । ଆତସବାଜୀ ପ୍ରତିଯୋଗିତାରେ ବିଚାରକ ଭାବେ ଅଶୋକକୁମାର ପଣ୍ଡା, ରଘୁନାଇ ସାହୁ ଓ ବିନୋଦ ବିହାରି ଦାସ ଯୋଗଦେଇଥିଲା । ଆତସବାଜୀ ପ୍ରତିଯୋଗିତା ପରେ ବିଦ୍ୟୁତ୍ ଖଚିତ ରାମ ଓ ରାବଣ ଯୁଦ୍ଧ ହୋଇଥିଲା । ମୁଖ୍ୟଅତିଥି ଶ୍ରୀମତୀ ପରିଡା ୪୦ଫୁଟ ଉଚ୍ଚତା ବିଶିଷ୍ଟ ରାବଣ ପୋଡ଼ି କରିଥିଲେ । ରାବଣ ପୋଡ଼ିପରେ ଆତସବାଜୀରେ ବିଭିନ୍ନ ଜିଲାରୁ ଯୋଗଦେଇଥିବା ପ୍ରତିଯୋଗୀ ମନୋଜ ଜେନା(ବଖାଣପୁର-ଯାଜପୁର),ନାରାୟଣ ଜେନା (ବୈତରଣୀରୋଡ଼), ମାଧବ ଜେନା(କେନ୍ଦୁଝର), ପୀତାମ୍ବର ଜେନା(ଶାଳବଣି) ପ୍ରମୁଖ ପ୍ରଥମ, ୨ୟ ଓ ତୃତୀୟ ଓ ୪ର୍ଥସ୍ଥାନ ଅଧିକାର କରିଥିବା କୃତିପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହିଅବସରରେ କମିଟି ପକ୍ଷରୁ ଅତିଥିଙ୍କୁ ଅଙ୍କ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲ ବେଳେ ପାଣିକୋଇଲି ଥାନାଅଧିକାରୀ ଅଜୟୁକୁମାର ଜେନା ଓ ବିଦ୍ୟୁତ ଖଚିତ ରାବଣର କାରିଗର ଶେଷଦେବ ପାଢୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ରଘୁନାଥ ସାହୁ, ସମିର କୁମାର ସାହୁ, ନିରଞ୍ଜନ ମହଲା, ଜିତେନ୍ଦ୍ର ସାହୁ, ଭଗବାନ ମଲ୍ଲିକ, ଶିଶିର ସାହୁ, ଗୋକୁଳାନନ୍ଦ ଦାସ, ବଟକୃଷ୍ଣ ସାହୁ, ସୁଶାନ୍ତ ଗୁରୁ, ଶୌରଭ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ଏହି ରାବଣ ପୋଡ଼ି ଉତ୍ସବରେ ପ୍ରାୟ ୨୫ ହଜାରରୁ ଊଦ୍ଧ୍ୱର୍ ଦର୍ଶକ ଯୋଗଦେଇଥିବା ବେଳେ ଶଙ୍ଖଚିଲା ଫାଣ୍ଡି ଓ ପାଣିକୋଇଲି ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଦମକଳ ବାହିନୀ ଉପସ୍ଥିତ ରହିଥିବା ବେଳେ ଏହି ରାବଣ ପୋଡ଼ି ଉତ୍ସବ ଶାନ୍ତି ଶୃଙ୍ଖଳାରେ ପାଳନ ହୋଇଥିବାରୁ କମିଟି ପକ୍ଷରୁ ସମସ୍ତଙ୍କୁ ଜିତେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ମା’ଦୁର୍ଗାଙ୍କ ମୃଣ୍ମୟ ପ୍ରତିମାକୁ ଏକ ବିରାଟ ଶୋଭାଯାତ୍ରାରେ ନେଇ ବିସର୍ଜନ କରାଯାଇ ସ୍ୱବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦ୍‌ଯାପନୀ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.