Home Coronavirus Outbreak ରାପିଡ଼ ଆଣ୍ଟିଜେନ ପରୀକ୍ଷା ସହିତ ୧୨୩୪ ପରୀକ୍ଷାଗାର ଜରିଆରେ ବଢ଼ିଲା ନମୁନା ପରୀକ୍ଷଣ ହାର

ରାପିଡ଼ ଆଣ୍ଟିଜେନ ପରୀକ୍ଷା ସହିତ ୧୨୩୪ ପରୀକ୍ଷାଗାର ଜରିଆରେ ବଢ଼ିଲା ନମୁନା ପରୀକ୍ଷଣ ହାର

82

– ୧୦ ଲକ୍ଷ ଜନସଂଖ୍ୟା ପିଛା ପରୀକ୍ଷଣ ସଂଖ୍ୟା ୯୨୩୧ରୁ ଅଧିକକୁ ବୃଦ୍ଧି
– ଗତ ୨୪ ଘଣ୍ଟା ମଧ୍ୟରେ ୩.୨୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷଣ

ନୂଆ ଦିଲ୍ଲୀ ୧୬-୭ (ଓଡ଼ିଆ ପୁଅ) “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତି ଅନୁଯାୟୀ, କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପରୀକ୍ଷଣ ସୁବିଧା ବଢ଼ାଇବା ପାଇଁ ପଦକ୍ଷେପ ନେଉଛନ୍ତି। ଫଳସ୍ୱରୂପ, ଦେଶରେ ପରୀକ୍ଷାଗାର ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଆଇସିଏମଆର ମାର୍ଗଦର୍ଶିକା ଅନୁଯାୟୀ ବର୍ଦ୍ଧିତ ପରୀକ୍ଷଣ ମାମଲାଗୁଡିକର ଶୀଘ୍ର ଚିହ୍ନଟ କରାଯାଇପାରୁଛି।

ପରୀକ୍ଷଣରେ ଆରଟି-ପିସିଆର ଅନ୍ତର୍ଭୁକ୍ତ ହେବାଦ୍ଵାରା କୋଭିଡ-୧୯କୁ ଉତ୍ତମ ମାନକ ମିଳିପାରିଛି। ରାପିଡ ଆଣ୍ଟିଜେନ ପଏଣ୍ଟ ଅଫ କେୟାର ପରୀକ୍ଷା ସହିତ ଏହାକୁ ବୃଦ୍ଧି କରାଯାଇଛି ଯାହାଦ୍ଵାରା ଅଧ ଘଣ୍ଟା ମଧ୍ୟରେ ଫଳାଫଳ ମିଳିପାରୁଛି। ଏହି ମାଧ୍ୟମରେ ଆବଦ୍ଧାଞ୍ଚଳ ଏବଂ ବଫର ଜୋନରେ ପରୀକ୍ଷଣ ବୃଦ୍ଧି ପାଇଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଏହା ଯଥେଷ୍ଟ ସାହାଯ୍ୟ କରିଛି।

ସମସ୍ତ ପଞ୍ଜିକୃତ ଡାକ୍ତରମାନେ ବର୍ତ୍ତମାନ ପରୀକ୍ଷା ପାଇଁ ସୁପାରିସ କରିପାରିବେ। ଆରଟି-ପିସିଆର, ଟ୍ରୁନାଟ ଏବଂ ସିବିଏନଏଏଟି ପରୀକ୍ଷାଗାର ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ବ୍ୟାପକ ପରୀକ୍ଷଣର ସୁବିଧା ସହିତ ନମୁନା ପରୀକ୍ଷଣ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୩, ୨୬, ୮୨୬ ନମୁନା ପରୀକ୍ଷା କରାଯାଇଛି। ପରୀକ୍ଷିତ ୧, ୨୭, ୩୯, ୪୯୦ ନମୁନାଗୁଡ଼ିକର ସମୁଦାୟ ସଂଖ୍ୟା ଦୃଷ୍ଟିରୁ ଏହା ଭାରତ ପାଇଁ ପ୍ରତି ୧୦ ଲକ୍ଷ ଜନସଂଖ୍ୟା ପିଛା ୯୨୩୧-୫ ଥିବା ପରୀକ୍ଷଣ ଚିତ୍ର ଦର୍ଶାଉଛି।

୧, ୨୩୪ ପରୀକ୍ଷାଗାର ସହିତ ଦେଶରେ ପରୀକ୍ଷାଗାର ଭିତ୍ତିଭୂମି ଆହୁରି ମଜବୁତ ହୋଇଛି; ସରକାରୀ ସଂଖ୍ୟା ୮୭୪ ଥିବାବେଳେ ବେସରକାରୀ ସଂଖ୍ୟା ୩୬୦ରେ ପହଞ୍ଚିଛି।

କୋଭିଡ-୧୯ ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA।

ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ [email protected] ଏବଂ ncov୨୦୧୯@gov.in ଏବଂ @CovidIndiaSeva କୁ ପଠାଇ ପାରିବେ।

କୋଭିଡ-୧୯ ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + ୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-୧୯ ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ।

https://www.mohfw.gov.in/pdf/coronvavirushelplinenumber.pdf

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.