Home ଜିଲ୍ଲା ପରିକ୍ରମା ରାଧାକୃଷ୍ଣ ମା’ ଅମ୍ବିକା ମନ୍ଦିର ପ୍ରତିଷ୍ଠା ଉତ୍ସବ

ରାଧାକୃଷ୍ଣ ମା’ ଅମ୍ବିକା ମନ୍ଦିର ପ୍ରତିଷ୍ଠା ଉତ୍ସବ

3

ଭଦ୍ରକ, ୨୭ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଟିଲୋ ତେଲିସାହି ବୁଡି ପୋଖରୀ ଠାରେ ରାଧାକୃଷ୍ଣ ଏବଂ ମା ଅମ୍ବିକାଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୬ ଦିନ ବ୍ୟାପି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଙ୍କୁରାରୋପଣ ଓ ୧୦୮ କଳସ ଶୋଭାଯାତ୍ରା ବାହାରି ଥିଲା । ସାଲା ସଂସ୍କାର,ସୂର୍ଯ୍ୟ ପୂଜା, ଗୋ ପୂଜା, ପିତ୍‌ୃ ମାତୃ ପୂଜା, ଅଗ୍ନି ସ୍ଥାପନ, ମନ୍ଦିର ପ୍ରତିଷ୍ଠା, ବିଗ୍ରହ ନ୍ୟାସ ଓ ପ୍ରାଣ ପ୍ରତିଷ୍ଠା, ଗୀତା ଯଜ୍ଞ ସହ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ହରେକୃଷ୍ଣ ପତି, ଭଗବତ ପତି,ବିଭୂଦତ ପଣ୍ଡା, ବିକାଶ ପଣ୍ଡା ,ରଞ୍ଜିତ ପଣ୍ଡା, ସତ୍ୟପ୍ରକାଶ ପଣ୍ଡା, ମଳୟ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ । ବିଭିନ୍ନ ଦିବସରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ନିରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକ, ବଦ୍ରିନାରାୟଣ ଧଳ,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,କେନ୍ଦୁଆପଦା ସରପଞ୍ଚଇଂ. ପ୍ରମୋଦ କୁମାର ଜେନା,ସନ୍ତୋଷ ନାୟକ, ଅମୂଲ୍ୟ ରତ୍ନ ନନ୍ଦ, ଆନନ୍ଦ ଚନ୍ଦ୍ର ଓଝା, ସୁବାଷ ପଣ୍ଡା, ଯୁବନେତା ଜ୍ୟୋତିରଞ୍ଜନ ନାୟକ,ବସନ୍ତ ପତି, ମହାନ୍ତି ପଡା ସମିତିସଭ୍ୟ ନିର୍ମଳ ନାୟକ, ଟିଲୋ ସମିତିସଭ୍ୟା ସୁଜାତା ସେଠୀ ପ୍ରମୁଖ ଉପସ୍ଥିତ ରହି ଠାକୁରଙ୍କ ଆଶିଷ ଲାଭ କରିଥିଲେ । ପରିଚାଳନା କମିଟିର ପ୍ରମୋଦ ନାୟକ, ସୁଧିର ନାୟକ, ବିଜୟ ନାୟକ, ଇଂ.ସୁଧାଂଶୁ ନାୟକ, ରମେଶ ରାଜ, ଗୟାଧର ନାୟକ, ଖଗେଶ୍ୱର ବରାଳ, ରବିନ୍ଦ୍ର ଧଳ, ଉମେଶ ସେଠୀ, କବି ପ୍ରସାଦ ଧଳ,ପ୍ରଣବ କିଶୋର ଲେଙ୍କା, ହିମାଂଶୁ ନାୟକ, ବଳରାମ ଦାସ, ବାବୁଲା ପାତ୍ର, ଭିକି ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିବା ବେଳେ ହଜାର ସଂଖ୍ୟକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.