Home ଓଡ଼ିଶା ରାତ୍ରିରେ ରୋଗୀ ଚିକିସ୍ଥା କରିବାକୁ ସରକାର ଆମକୁ ପଇସା ଦେଉନାହାଁନ୍ତି – କୋରାଇ ସିଏଚସି ଡାକ୍ତର

ରାତ୍ରିରେ ରୋଗୀ ଚିକିସ୍ଥା କରିବାକୁ ସରକାର ଆମକୁ ପଇସା ଦେଉନାହାଁନ୍ତି – କୋରାଇ ସିଏଚସି ଡାକ୍ତର

157

ଯାଜପୁର ୧ା୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ବିଜେଡି ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୁଧାର ଆଣିବାକୁ ୫ଟି ଗଠନ କରି ଜଣେ ଆଇଏଏସ ଅଫିସରଙ୍କୁ ସଚିବ ଭାବେ ଦାଇତ୍ୱ ଦେଇ ଓଡିଶାର ପୁର ପଲ୍ଲୀରେ ଥିବା ଗରିବ ଲୋକମାନେ ଠିକ୍ ଭାବେରେ ସ୍ୱାସ୍ଥ୍ୟ ସେବା ପାଉବାକୁ ଉଦ୍ୟମ ଯାରି ରଖିଥିବା ପ୍ରଚାର ଦୈନଦିନ ଗଣମାଧ୍ୟମରେ ପ୍ରଚାର କରିବା ଦେଖିବାକୁ ମିଳୁଛି। ହେଲେ ଯାଜପୁର ଜିଲ୍ଲାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଜିଲ୍ଲାର କୋରାଇ ସିଏଚସି ମେଡିକାଲରେ ଅପରାହ୍ନ ପରେ ଜଦି କୌଣସି ରୋଗୀ ମେଡିକାଲକୁ ଆସେ ରୋଗୀକୁ ଡାକ୍ତର ଚିକିତ୍ସା ନକରି ଫେରାଇ ଦେବା ଘଟଣା ଆଜି ଆଲୋଚ୍ୟର ବିଷୟ ହୋଇଛି।

ଘଟଣାରୁ ପ୍ରକାଶ ଆଜି ରାତ୍ର ୯ ଘଟିକା ସମୟରେ କୋରାଇ ଥାନା ଚାରଦା ଗ୍ରାମର ୪ର୍ଥ ଶ୍ରେଣୀ ଛାତ୍ରୀ ସୁରଶ୍ରୀ ମଳିକଙ୍କୁ ପ୍ରବଳ ଜ୍ୱର ହେବାରୁ ଛାତ୍ରୀର ବାପା ଟୁନା ମଳିକ ତତ୍‌କ୍ଷଣାତ ଝିଅକୁ କୋରାଇ ସିଏଚସି ମେଡିକାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ। ମେଡିକାଲରେ ରେଷ୍ଟରୁମରେ ଥିବା ଡାକ୍ତରଙ୍କୁ ପିଲାଟିକୁ ଦେଖିବାକୁ ଅନୁରୋଧ କରିଥିଲେହେଁ ଡାକ୍ତର ମୋର ଡିୟୁଟି ନାହିଁ କହିବା ସହ ସରକାର ଆମକୁ ରାତ୍ରୀରେ ସେବାକରିବାକୁ ପଇସା ଦେଉନାହାଁନ୍ତି ତେଣୁ ମୁଁ ଦେଖିବି ନାହିଁ କହି ଛାତ୍ରୀକୁ ଫେରାଇ ଦେଇଥିଲେ। ପିଲାର ବାପା ଡାକ୍ତରଙ୍କୁ କାକୁତି ମିନତି କରି ପଇସା ନେଇ ମୋ ପିଲାଟିକୁ ଦେଖ କହି ଯେତେ ଅନୁରୋଧ କରିଥିଲେ ମଧ୍ୟ ଡାକ୍ତର ଙ୍କ ନିକଟରୁ ନିରାସ ହୋଇ ଫେରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ସୁଭଶ୍ରୀ ଓ ତାଙ୍କ ବାପା ଟୁନା ମଳିକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.