Home ଜିଲ୍ଲା ପରିକ୍ରମା ରାତିପାହିଲେ ରାଜ୍ୟପାଳଙ୍କ ମାଲକାନଗିରି ଗସ୍ତ,ଚଳଚଚଂଳ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ 

ରାତିପାହିଲେ ରାଜ୍ୟପାଳଙ୍କ ମାଲକାନଗିରି ଗସ୍ତ,ଚଳଚଚଂଳ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ 

199

ମାଲକାନଗିରି,୨୦ା୧୦ (ଓଡିଆ ପୁଅ ) ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସନ୍ତା କାଲି ମାଲକାନଗିରି ଜିଲ୍ଲାକୁ ଗସ୍ତରେ ଆସୁଛନ୍ତି । ରାଜ୍ୟପାଳଙ୍କ ଗସ୍ତକୁ ନେଇ ଜିଲ୍ଲାପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ସାରି ଦେଇଥିବା ବେଳେ ଚଳଚଚଂଳ ହୋଇପଡିଛି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ । ରାଜ୍ୟପାଳ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଆସନ୍ତା କାଲି ୧୧ଟା ସମୟରେ ମାଲକାନଗିରି ଜିଲ୍ଲା ଏମଭି୩ ଠାରେ ଥିବା ବିଏସଏଫ କ୍ୟାମ୍ପ ହେଲିପ୍ୟାଡ ରେ ଅବତରଣ କରିବାପରେ ସ୍ଥାନୀୟ ସର୍କିଟହାଉସ ଠାରୁ ସଡକ ପଥରେ ଚମ୍ପାନଗର ଠାରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କ ସହିତ ଚଳିତ ଆଦର୍ଶ ଶିକ୍ଷାନିତୀ ସଂପର୍କରେ ଆଲୋଚନା କରିବା ପରେ ସେଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳଙ୍କ ମାଲକାନଗିରି ଗସ୍ତକୁ ନେଇ ଜିଲ୍ଲାପ୍ରାଶାସନ ପକ୍ଷରୁ ରାସ୍ତାଘାଟ ମରାମତ କରିବା ସହିତ ରାସ୍ତାର ଦୁଇପାଶ୍ୱର୍ରେ ସଫାସୁତର ଯୋରଦାର ଚାଲିଛି । ରାଜ୍ୟପାଳଙ୍କୁ ପାଛୋଟି ଆଣିବା ପାଇଁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପାରମ୍ପାରିକ ଆଦିବାସୀ ଢେମସା ନୃତ୍ୟ ଅଭ୍ୟାସ କରିସାରିଛନ୍ତି । ବିଦ୍ୟାଳୟ ପରିସରରେ ଏକ ବିରାଟକାୟ ବିଦ୍ୟାଦାତା ଶ୍ରୀଗଣେଶ ଙ୍କ ପ୍ରତିମୂର୍ତି ପ୍ରତିଷ୍ଟା କରାଯାଇଛି ଏହାକୁ ରାଜ୍ୟପାଳଙ୍କ ଦ୍ୱାରା ଉଦଘାଟନ କରାଯିବା ପାଇଁ ସମସ୍ତପ୍ରକାର କାର୍ଯ୍ୟ ସରିଯାଇଛି । ରାଜ୍ୟପାଳ ଙ୍କ ଗସ୍ତକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଏସପି ରିଶିକେଶ ଖିଲାରୀ ଡି,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ପିଏ ଆଇଟିଡିଏ କ୍ଷୀରାଦ୍ଧିବେହେରା,ଆଇଟିଡିଏ ସହକାରୀ ଯନ୍ତ୍ରୀ ରବିନାରାୟଣ ସାହୁ,ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରଦିପ୍ତକୁମାର ପଣ୍ଡ.ପୌରପରିଷଦ ନିର୍ବାହି ଅଧିକାରୀ ଡି ନିଳକଠଂ ନାଇଡୁ ଓ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଏକଲବ୍ୟ ଆଦର୍ଶବିଦ୍ୟାଳୟ ରେ ଉପସ୍ଥିତ ରହି ମଚଂସାଜ ସଜା ଓ ଅନ୍ୟାନ କାର୍ଯ୍ୟକ୍ରମ ତଦାରଖ କରିଛନ୍ତି । ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଚମ୍ପାନଗର ଗ୍ରାମକୁ ରାଜ୍ୟପାଳ ଙ୍କ ପ୍ରଥମ ଥର ଗସ୍ତ ହୋଇଥିବାରୁ ହେଲିପ୍ୟାଡ ଓ ଜିଲ୍ଲାସଦର ମହକୁମା ଠାରୁ ଚମ୍ପାନଗର ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଦୁଇପାଶ୍ୱର୍ରେ ଚୂନ ଓ ବ୍ଲିଚିଂପାଉଡର ପକା ଯାଇ ସଫାସୁତର କରିଦିଆ ଯାଇଛି । ଆଗରୁ ରାସ୍ତାଗୁଡିକ ଖାଲଖମା ହୋଇପଡିଥିଲା ଏଥିପ୍ରତି ବିଭାଗୀୟ ଅଧିକାରୀ ମାନଙ୍କର ନଜର ପଡୁନଥିଲା ରାଜ୍ୟପାଳଙ୍କ ଗସ୍ତ ଥିବାରୁ ରାତା ରାତି ରାସ୍ତାଗୁଡିକ ମରାମତ ହେବାସହିତ ରାସ୍ତା କଡରେ ଥିବା ଅନାବନା ଗଛଗୁଡିକୁ ମଧ୍ୟ ସଫାକରିଦିଆ ଯାଇଛି । ଏହା ଦେଖି ଗ୍ରାମବାସୀ ମାନେ କୁହନ୍ତି ମାସକୁ ମାସ ରାଜ୍ୟପାଳ ମାଲକାନଗିରି ଗସ୍ତରେ ଆସିଲେ ସବୁ ରାସ୍ତାଘାଟର ଉନ୍ନତି ହୋଇଯାଆନ୍ତା ।ସୁଚନା ଯୋଗ୍ୟ ଯେ ଗତ ନଭେମ୍ବର ମାସରେ ମାନ୍ୟବର ରାଜ୍ୟପାଳ ମାଲକାନଗିରି ଜିଲ୍ଲାଗସ୍ତରେ ଆସି ଜବାହାର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଆୟୋଜିତ ସଭାରେ ଉଦବୋଧନ ଦେଇଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାପ୍ରତି ତାଙ୍କର ଦୃବଳତା ଥିବାରୁ ପୁଣି ଥରେ ସେ ଏହି ଜିଲ୍ଲାକୁ ଗସ୍ତକରିବେ ବୋଲି ପ୍ରତିସୃତି ଦେଇଯାଇଥିଲେ । ଆସନ୍ତା କାଲି ତାଙ୍କର ଜିଲ୍ଲାକୁ ଦ୍ୱିତୀୟଥର ପାଇଁ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଜିଲ୍ଲାପ୍ରଶାସନ ତତ୍ପର ହୋଇ ସମସ୍ତପ୍ରକାର ଆୟୋଜନ ସାରିଦେଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.