Home କେନ୍ଦୁଝର ବି.ଇ.ଓ.ଙ୍କ ଦାୟୀତ୍ୱ ହୀନତା ପାଇଁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ କାର୍ଯ୍ୟାନୁଷ୍ଠାନ...

ବି.ଇ.ଓ.ଙ୍କ ଦାୟୀତ୍ୱ ହୀନତା ପାଇଁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

157

ପାଟଣା ୨୦-୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲା ପାଟଣା ବ୍ଲକର ପଲାଣିଘାଟି ପଞ୍ଚାୟତ ପଲାଣିଘାଟି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ପୁରଷ୍କାର ବିତରଣ ଉତ୍ସବରେ ପଲାଣିଘାଟି ଉଚ୍ଚ ବିଦ୍ୟାଳୟରେ ପାଟଣା ବି.ଇ.ଓ ପୂର୍ଣ୍ଣ ଚନ୍ଦ୍ର ଓମାତଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିରୂପେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗଦେଇଥିଲେ ସମ୍ମାନିତ ଅତିଥି ରୂପେ ପଲାଣିଘାଟି ସରପଞ୍ଚ ନେତ୍ରମଣି ନାୟକ, ସମିତିସଭ୍ୟା ବୀଣାପାଣି ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତାଷ କୁମାର ମହାନ୍ତ ଓ ଏ.ବି.ଇ.ଓ ଜଗବନ୍ଧୁ ମହାନ୍ତ ପ୍ରମୁଖ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।କିନ୍ତୁ ପରିତାପ ର ବିଷୟ ଏହି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରୁ ବଞ୍ଚିତ ହୋଇଛନ୍ତି ବୋହୁ ପ୍ରତିଭା ଛାତ୍ରଛାତ୍ରୀ। ବ୍ଲକର ଉପାନ୍ତ ଅଞ୍ଚଳରେ ଏହି ପ୍ରତିଯୋଗିତା ର ଆୟୋଜନ କରି ଜେନତେନ ପ୍ରକାର ସାରିଦେବାକୁ ବିଭାଗୀୟ ତରଫରୁ ପ୍ରୟାସ କରାଯାଇଥିବା ଅଭିଯୋଗ ହୋଇଛି।ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି କାର୍ଯ୍ୟକ୍ରମ ରେ ସି.ଆର.ସି.ସି ଶ୍ରୀକାନ୍ତ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଉମେଶ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ କୁ ଶିକ୍ଷକ ପ୍ରମୋଦ କୁମାର ମହାନ୍ତ ଓ ପାର୍ଥ ସାରଥୀ ବେଜ ପରିଚାଳନା କରି କେବଳ ଭାଷଣ ବାଜିରେ ହିଁ କାର୍ଯ୍ୟକ୍ରମ କୁ ସାରିଦେଇଥିଲେ। ଶିକ୍ଷା ବିଭାଗ ତରଫରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କ୍ରୀଡା ର ବିକାଶ ଏବଂ ଲୁକାୟିତ ପ୍ରତିଭା କୁ ଲୋକଲୋଚନ କୁ ଆଣିବା ପାଇଁ ପ୍ରତିବର୍ଷ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ଏଥିପାଇଁ ସରକାର ପ୍ରତି ବ୍ଳକ୍ ରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି।କିନ୍ତୁ ଚଳିତ ବର୍ଷ ପାଟଣା ବ୍ଲକର ପଲାଣିଘାଟି ପଞ୍ଚାୟତ ପଲାଣିଘାଟି ଉଚ୍ଚ ବିଦ୍ୟାଳୟ ରେ ଏହିବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ ହୋଇଥିଲା କିନ୍ତୁ ଏଥିରେ ବ୍ୟାପକ ଅବ୍ୟବସ୍ଥା ସାଙ୍ଗକୁ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।ବ୍ଲକ ସ୍ତରୀୟ ଏହି କାର୍ଯ୍ୟକ୍ରମ କୁ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ଖବର କିମ୍ବା କୌଣସି ସୂଚନା ମଧ୍ୟ ଦିଆଯାଇନାହିଁ।ପଲାଣିଘାଟି କୁ ଗମନାଗମନ ସୁବିଧା ନଥିବା ଆଉ ବିନା ପୂର୍ବ ପ୍ରସ୍ତୁତି ଓ ବିନା ସୂଚନା ଯୋଗୁଁ ବ୍ଲକ ରୁ ମାତ୍ର ୧୫୦ଜଣ ଖେଳାଳି ଏହି ପ୍ରତିଯୋଗୀତା ରେ ଭାଗ ନେଇଥିବା ବେଳେ ଆହୁରି ଅନେକ ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହୋଇଛନ୍ତି।ପାଟଣା ବି.ଇ.ଓ କାର୍ଯ୍ୟାଳୟ ଏଥିପୂର୍ବରୁ ଶିକ୍ଷକ ଙ୍କ ଯୌନ କାଳେଙ୍କାରୀ ଓ ଶିକ୍ଷୟତ୍ରୀ ଙ୍କୁ ଶିକ୍ଷକ ଙ୍କ ଦୁର୍ବ୍ୟବହାର ମାମଲା ରେ ପକ୍ଷପାତ କରି ବିବାଦୀୟ ହୋଇପଡିଛି।ବହୁ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ବିଇଓ କାର୍ଯ୍ୟାଳୟ ର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଏଥି ପ୍ରତି ଜିଲ୍ଲାପାଳଓ ଜିଲ୍ଲା ଶିକ୍ଷା ଅଧିକାରୀ ଦ୍ରୁଷ୍ଟି ଦେଇ ଉପଯୁକ୍ତ ତଦନ୍ତ କରି ବି.ଇ.ଓ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳର ଶିକ୍ଷାବିତ ଙ୍କ ସହିତ ବୁଦ୍ଧିଜୀବି ମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.