ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଭୁଙ୍କର ଲୀଳା ବଡ଼ ବିଚିତ୍ର, ଗତ ତିନି ଦିନ ଧରି ଚାଲିଥିବା ବର୍ଷା ଅପରାହ୍ନରେ ଚତୁର୍ଦ୍ଧା ମୂର୍ତି ରଥରୁଢ଼ ହେଲା ପରେ ଛାଡିଗଲା ବର୍ଷା! ରାଣୀତାଲ ବଜାରରେ ତଳେ ବହୁଛି ପାଣି ତଥାପି ଅଟକାଇ ପାରିଲାନି ଭକ୍ତଙ୍କ ଆଗମନକୁ। ଦିନ ସାଢେ ଏଗାର ବେଳେ ପହଣ୍ଡି ବିଜେରେ ଶ୍ରୀ ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥରୁଡ଼ ହୋଇଥିଲେ। ଘଂଟ ଘଂଟା ଝାଂଜ, କୁବୁଜି ସହ ରଙ୍ଗ ଢୋଲ ତଳେ ତାଳେ ଜୟ ଜଗନ୍ନାଥ ଧୁନୀରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ଥିଲା। ହଜାର ହଜାର ଭକ୍ତଙ୍କ ଗାହାଣ ରେ ପ୍ରଭୁ ମାନସୀ ମନ୍ଦିର ରେ ପହଂଚି ଥିଲେ। ଏଠାରେ ସ୍ମରଣଯୋଗ୍ୟ ୧୯୮୦ମସିହାରୁ ଏ ଅଞ୍ଚଳ ରଥଯାତ୍ରା ଆରମ୍ଭ ହୋଇଥିଲା। ରାଣୀତାଲ ମିଲରୁ ଚତୁର୍ଦ୍ଧା ମୂର୍ତି ରାଣୀତାଲ ବଜାର ସ୍ଥିତ ମାଉସୀ ମା ମନ୍ଦିରକୁ ଆସିଥାନ୍ତି।







