Home ଜିଲ୍ଲା ପରିକ୍ରମା ରାଜ୍ୟ ସିନିଅର୍ ଟେନିସ୍ ବଲ୍ କ୍ରିକେଟ୍ ଦଳରେ ଭଦ୍ରକର ମହିଳା ୫ ଓ ପୁରୁଷ ୪...

ରାଜ୍ୟ ସିନିଅର୍ ଟେନିସ୍ ବଲ୍ କ୍ରିକେଟ୍ ଦଳରେ ଭଦ୍ରକର ମହିଳା ୫ ଓ ପୁରୁଷ ୪ ସ୍ଥାନ ପାଇଲେ

40

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୩୭ ତମ ଜାତୀୟ ସ୍ତରୀୟ ବରିଷ୍ଠ ଟେନିସ ବଲ କ୍ରିକେଟ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ଟେନିସ୍ ବଲ୍ ସଂଘ ତାର ପୁରୁଷ ଓ ମହିଳା ଦଳ ନାଗପୁର, (ମହାରାଷ୍ଟ୍ର) ଯାତ୍ରା ଆରମ୍ଭ କରିଛି। ଏହି ପ୍ରତିଯେଗିତାଟି ୨୮ ମାର୍ଚରେ ଆରମ୍ଭ ହୋଇ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ନାଗପୁରରେ ଖେଳାଯିବ। ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ଦଳରେ ଭଦ୍ରକ ଜିଲ୍ଲାରୁ ୪ ଜଣ ପୁଅ ଯଥାକ୍ରମେ ଶ୍ରୀତମ ମହାନ୍ତି, ସିଲୁ ଜେନା, ପ୍ରଭୁକଳ୍ୟାଣ ଦାସ, ବିଭୁ ପ୍ରସାଦ ନାୟକ ଓ ୫ ଜଣ ଝିଅ ଯଥାକ୍ରମେ ଇତିଶ୍ରୀ ସେଠୀ, ନମ୍ରତା ସ୍ୱାଇଁ, ସନ୍ତୋଷିନୀ ତ୍ରିପାଠୀ, ଅପର୍ଣ୍ଣାରାଣୀ ସାହୁ, ସୁମିତ୍ରା ପାଣିଗ୍ରାହୀ ସ୍ଥାନ ପାଇଛନ୍ତି। ଖେଳାଳୀମାନଙ୍କ ଏହି ସଫଳତା ପାଇଁ ଭଦ୍ରକ ଜିଲ୍ଲା ଟେନିସ୍ ବଲ୍ ସଂଘର ସଂପାଦକ ଦେବବ୍ରତ ଜେନା। ସଭାପତି ଜ୍ଞାନେନ୍ଦ୍ର କୁମାର ମହାନ୍ତି, ଉପସଭାପତି ମନୋଜ ଦାଶ, ଚେସ୍ୟାରମେନ୍ ମୃତୁଞ୍ଜୟ ମହାନ୍ତି, କୋଷଧ୍ୟକ୍ଷ ସହିଦ୍ ଖାନ ଓ କ୍ରିଡ଼ା ଶିକ୍ଷକ ମନୋଜ କୁମାର ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଶୁଭକାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.