Home ଓଡ଼ିଶା ରାଜ୍ୟ ସାରା ପ୍ରବଳ ଶୀତ ଲହରି ଜାରି

ରାଜ୍ୟ ସାରା ପ୍ରବଳ ଶୀତ ଲହରି ଜାରି

311

ଭୁବନେଶ୍ୱର୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗୋଟିଏ ଦିନରେ ଭୁବନେଶ୍ବର ତାପମାତ୍ରା ୪ ଡିଗ୍ରୀ କମିଥିବା ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୁଚନା ଦିଆଯାଇଛି । ଭୁବନେଶ୍ବରରେ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଉତ୍ତର-ପୂର୍ବ ଦିଗରୁ ପବନ ବହୁଥିବାରୁ ୪ ଦିନ  ପ୍ରବଳ ଶୀତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ରାଜ୍ୟ ସାରା ପ୍ରବଳ ଶୀତ ଲହରି ଜାରିରହିଛି । ଗୋଟିଏ ଦିନରେ ୧୦ରୁ ୧୨ ଡିଗ୍ରୀ କମିଲା ତାପମାତ୍ରା, ଆଭ୍ୟନ୍ତରୀଣ ଜିଲ୍ଲାରେ ୧୦ ଓ ଉପକୂଳ ଜିଲ୍ଲାରେ ୫ ଡିଗ୍ରୀ କମିଛି, ୪ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଶୀତଳ ସହର ହେଇଥିବା ଜଣାପଡିଛି । ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଝାରସୁଗୁଡ଼ା- ୫.୮, କେନ୍ଦୁଝର-୫.୬, ଟିଟିଲାଗଡ଼ ଓ ଦାରିଙ୍ଗବାଡ଼ି ୭ ଡିଗ୍ରୀ, ସମ୍ବଲପୁର ୭.୪, ବାଲେଶ୍ବର ୭.୬, କଟକ ୯.୬, ହୀରାକୁଦ ୯.୮ ଡିଗ୍ରୀ,ବଲାଙ୍ଗିର ଓ ସୁନ୍ଦରଗଡ଼ ୧୦ ଡିଗ୍ରୀ, ତାଳଚେର ୧୦.୪ ଡିଗ୍ରୀ, ଫୁଲବାଣୀ ୧୦.୫, କୋରପୁଟ ୧୦.୬, ଚାନ୍ଦବାଲି ୧୧ ଡିଗ୍ରୀ ରହିଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.