Home ଓଡ଼ିଶା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଶ୍ରୀ ଢାଲି ଙ୍କ ମାଲକାନଗିରି ଜିଲ୍ଲା ଗସ୍ତ,ନିର୍ବାଚନି ପ୍ରଚାର

ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଶ୍ରୀ ଢାଲି ଙ୍କ ମାଲକାନଗିରି ଜିଲ୍ଲା ଗସ୍ତ,ନିର୍ବାଚନି ପ୍ରଚାର

107

ମାଲକାନଗିରି,୧୮ା୧୧ (ଓଡିଆ ପୁଅ ) ନିର୍ବାଚନ ଯେତେ ପାଖେଇ ଆସୁଛି ଜିଲ୍ଲାର ସବୁରାଜନୈତିକ ଦଳ ବିଧାୟକ ପ୍ରାର୍ଥୀ ଚୟନ ପାଇଁ ସୁପ୍ରିମୋ ନିକଟରେ  ଲବିକାରିବା ଆରମ୍ଭକରିବା ସହିତ ପ୍ରଚାର ଆରମ୍ଭ କରିଦେଇଛନ୍ତି । ସେଥିରୁ ବାଦ ପଡି ନାହିଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା, ଏହି ଜିଲ୍ଲାରେ ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ଯାକ ଆଦିବାସୀ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳି ହୋଇଥିବାରୁ ଆଗାମୀ ୨୦୧୯ ନିର୍ବାଚନ ପାଇଁ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ମାନେ  ଚଳଚଂଳ ହୋଇଉଠିଛନ୍ତି । ସେଥିମଧ୍ୟରୁ ବିଜେଡି ଦଳ ଅଧିକ ତତ୍ପର ହୋଇ ଉଠିଛନ୍ତି,ଦୁଇ ବିଧାୟକ କିଛି ନେତା କର୍ମୀ ମାନଙ୍କୁ ନେଇ ଭୁବନେଶ୍ୱର ଯାଇ ସୁପ୍ରିମୋଙ୍କୁ ଭେଟି ନିଜ ଆସନକୁ ପୁଣିଥିରେ  ସୁରକ୍ଷିତ କରିବା ପାଇଁ ଉଦ୍ୟମ ଚଳାଉ ଥିବାବେଳେ ଅନ୍ୟପଟେ ରାଜ୍ୟବିହନ ନିଗମ ଅଧ୍ୟକ୍ଷ ତଥା ମାଲକାନଗିରି ର ପୁବ ର୍ତନ ବିଧାୟକ ଓ ପୁବ ର୍ତନ ମନ୍ତ୍ରୀ ଡଃ ଅରବିନ୍ଦ ଡାଲି ମାଲକାନଗିରି ଜିଲ୍ଲାକୁ ଏକ ଲମ୍ବା ଗସ୍ତରେ ଆସି ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମପରିଦର୍ଶନ କରି ଗ୍ରାମବାସୀଙ୍କ ସୁଖଦୁଃଖ କଥା ପଚାରି ବୁଝିଛନ୍ତି । ସେ ଏହି ଗସ୍ତ ସମୟରେ ଯୋରଦାର ବିଜେଡି ଦଳର ପ୍ରଚାର ଆରମ୍ଭ କରିଦେଇଛନ୍ତି । ଆଜି ଶ୍ରୀ ଢାଲି ମାଲକାନିଗିରି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ କାଲିମେଳା ବ୍ଲକସ୍ଥ ଏସପିଭି୮,ଏମପିଭି ୯,ଏମଭ   ୯୮,ଏମଭି୫୫,ଏମଭି୫୪,ଏମଭି୯୪, ଏମଭି୫, ଏମପିଭି ୪୦  ଗ୍ରାମକୁ ଗସ୍ତରେ ଯାଇ ସେହି ସବୁଗ୍ରାମରେ ସଭାସମିତି କରି ଗ୍ରାମବାସୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ତାଙ୍କ ଗସ୍ତ ସମୟରେ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଶ୍ରୀ ଢାଲିଙ୍କୁ ସ୍ୱାଗତ ସମ୍ବୋର୍ଦ୍ଦନା ଜଣାଇ ଗ୍ରାମମଧ୍ୟକୁ ପାଛୋଟି ନେଇଥିଲେ । ଶ୍ରୀ ଢାଲି ଆଗରୁ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ପଦବୀରେ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.