Home ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ସାହରପଡାର ଯୁବକ

ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ସାହରପଡାର ଯୁବକ

402

ପାଟଣା ୬-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) – ପ୍ରକାଶ ପାଇଛି ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ଫଳ। ଏଥିରେ କେନ୍ଦୁଝର ଜିଲ୍ଲାର ସାହରପଡା ବ୍ଲକ ବେଗନା ଗ୍ରାମର ଅଭିନାଶ ବିଶ୍ଵଜିତ ସେଠୀ ୨୩ ରାଙ୍କରେ କୃତିତ୍ୱ ଅର୍ଜନ କରିଛନ୍ତି। କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ସିଲିପଦା ଗ୍ରାମ ପଞ୍ଚାୟତ ବେଗନା ଗ୍ରାମର ରାଜେନ୍ଦ୍ର କୁମାର ସେଠୀ ଓ ସୁଲୋଚନା ସେଠୀଙ୍କ ବଡ଼ ପୁଅ। ଶ୍ରୀ ସେଠୀ ଛାତ୍ର ଜୀବନ ରେ ଜଣେ ଭଲ ମେଧାବୀ ଛାତ୍ର ଥିଲେ ୨୦୦୩ ରୁ ୨୦୧୦ ମସିହା ପର୍ଯ୍ୟନ୍ତ ହଦଗଡ଼ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ପାଠ୍ୟକ୍ରମ ସାରିବା ପରେ ୨୦୧୧ ରୁ ୨୦୧୫ ଭୁବନେଶ୍ୱର ସ୍ଥିତ ଓଡିଶା ଉନିଭରସିଟି ଅଫ ଏଗ୍ରିକଲଚର ଏଣ୍ଡ ଟେକନଲୋଜିରେ ଏଗ୍ରିକଲଚର ବିଭାଗରେ ବି.ଏସି ସାରି ୨୦୧୫ ରୁ ଉଚ୍ଚ ଶିକ୍ଷା ନିମନ୍ତେ ସେ ଦିଲ୍ଲୀ ସ୍ଥିତ ଇଣ୍ଡିଆନ ଏଗ୍ରିକଲଚର ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ବାଇଓ ଟେକ୍ନୋଲୋଜି ରେ ଏମ୍.ଏ.ସି ପାଠ୍ୟକ୍ରମ ସାରି ପି.ଏଚ.ଡି କରୁଛନ୍ତି। ଏହି ସଫଳତା ପଛରେ ପ୍ରଥମେ ଭଗବାନ, ଶିକ୍ଷକ, ବାପା ମା’ ଓ ସାଙ୍ଗ ସାଥିଙ୍କୁ ଶ୍ରେୟ ଦେଉଛନ୍ତି ସେ। ଆଗକୁ ଗରିବ ଲୋକଙ୍କ ଓ ଓଡିଶା ବାସୀଙ୍କ ସେବା କରିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.