Home ଜିଲ୍ଲା ପରିକ୍ରମା ଜିଲ୍ଳା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବି ର ଅନୁଷ୍ଠିତ

ଜିଲ୍ଳା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବି ର ଅନୁଷ୍ଠିତ

145

ଯାଜପୁର୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସୋମବାର ପୂର୍ବାହ୍ନରେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ ଠାରେ ଜିଲ୍ଳା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ  ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳାପାଳ ରଂଜନ କୁମାକର ଦାସ ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟାରେ କରିବାକୁ ପରାମର୍ଶ   ଦେଇଥିଲେ ।  ଏହି ଶୁଣାଣିରେ ମିଳିଥିବା ମୋଟ ୧୭୧ ଗୋଟି ଅଭିଯୋଗ  ମଧ୍ୟରୁ ୧୪୨ ଗୋଟି ବ୍ୟକ୍ତିଗତ,  ୦୪ ଗୋଟି ସାମୁହିକ ଆବେଦନ ପତ୍ର ରହିଥିଲା ।  ରେଡକ୍ରସ ସହାୟତା  ପାଇଁ  ୦୧ ଗୋଟି ଆବେଦନ ପତ୍ର  ମିଳିଥିବା ବେଳେ ଚିକିତ୍ସା ସହାୟତା ପାଇଁ  ୪,୦୦୦/- ଟଂକା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିରୁ ୨୪ ଗୋଟି  ଆବେଦନ ପତ୍ର ମିଳିଥିବା ବେଳେ ଆବେଦନକାରୀଙ୍କୁ ୨,୧୫,୦୦୦/- ଟଂକା  ପ୍ରଦାନ କରାଯାଇଥିଲା । ଶିବିରରେ ତତ୍‌କ୍ଷଣାତ୍ ୮୧ ଗୋଟି ଅଭିଯୋଗର ସମାଧାନ  କରାଯାଇଥିଲା ।  ଜାନୁୟାରୀ ମାସ ୧୩ ତାରିଖରେ ବିଂଝାରପୁର ବ୍ଲକ୍ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ, ୨୦ ତାରିଖରେ ବ୍ୟାସନଗର ପୈାରପାଳିକା କାର୍ଯ୍ୟାଳୟ ଠାରେ  ମିଳିତ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର, ୨୭ ତାରିଖରେ ରସୁଲପୁର ବ୍ଳ୍‌କ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ କୃଷି ସମାଧାନ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଳା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ  ପ୍ରକାଶ । ଏହି  ଶିବିରରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଳାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଳାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ସୁନିଲ ମେହେର  ଓ ଅନ୍ୟାନ୍ୟ  ଜିଲ୍ଳା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ   ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.