Home ଓଡ଼ିଶା କେନ୍ଦୁଝରରେ ପଲସର ଆତଙ୍କ : ଟାର୍ଗେଟରେ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଗ୍ରାହାକ : ସ୍ପଷ୍ଟ ଦିବାଲୋକରେ...

କେନ୍ଦୁଝରରେ ପଲସର ଆତଙ୍କ : ଟାର୍ଗେଟରେ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଗ୍ରାହାକ : ସ୍ପଷ୍ଟ ଦିବାଲୋକରେ ଆଖିପିଛୁଳାକେ ଝାମ୍ପି ନେଲେ ୫୨ ହଜାର ୫୦୦ ଟଙ୍କା

498

କେନ୍ଦୁଝର, ୬ ଜାନୁୟାରୀ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରରେ ପଲସର ଆତଙ୍କ ଥମିବାର ନାମ ଧରୁନାହିଁ। କିଛି କିଛି ଦିନର ବ୍ୟବଧାନରେ ମୁହଁ ଦେଖାଉଛନ୍ତି ପଲସର ଲୁଟେରା। ଏହି ପଲସର ଲୁଟେରାଙ୍କର ଟାର୍ଗେଟରେ ଏବେ ବ୍ୟାଙ୍କ ଏବଂ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଗ୍ରାହକ। ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯାଉଥିବା ଜଣେ ମହିଳାଙ୍କ ଠାରୁ ଆଜି ସୋମବାର ଦିନ ସ୍ପଷ୍ଟ ଦିବାଲୋକରେ ଏହି ପଲସର ଲୁଟେରା ଆଖି ପିଛୁଳାକେ ଝାମ୍ପି ନେଲେ ୫୨ ହଜାର ୫୦୦ ଟଙ୍କା। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି ଟାଉନ ଥାନା ଅନ୍ତର୍ଗତ ନରଣପରୁ ଅଞ୍ଚଳରେ। ହଳଦିଆଟାଙ୍ଗିରୀ ଗାଁ ର ସବିତା ନାଏକ ଓ ତାଙ୍କ ପୁଅ ପ୍ରମୋଦ ନାଏକ ଆଜି ସୋମବାର ଦିନ ଦିନ ପ୍ରାୟ ୧୨ ଟା ସମୟରେ ନରଣପୁର ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରୁ ନିଜର, ଶାଶୁଙ୍କର ଓ ତାଙ୍କ ନଣନ୍ଦଙ୍କ ଆକାଉଣ୍ଟରୁ ସମୁଦାୟ ମିଶାଇ ୫୨ ହଜାର ୫୦୦ ଟଙ୍କା ଉଠାଇ ସ୍କୁଟିରେ ଘରକୁ ଫେରୁଥିଲେ। ଠିକ୍ ଏହି ସମୟରେ ଦୁଇ ଜଣ ଦୁର୍ବୁତ ଏକ ପଲସର ମୋଟର ସାଇକେଲରେ ଆସି ସବିତାଙ୍କ ହାତରୁ ଟଙ୍କା ବ୍ୟାଗ ଛଡାଇ ନେଇ ଆଖି ପିଛୁଳାକେ ଉଭାନ ହୋଇଯାଇଥିଲେ। ଲୁଟେରାମାନେ ଟଙ୍କା ବ୍ୟାଗ ଝାମ୍ପି ନେବା ସମୟରେ ମହିଳା ଜଣକ ଭାରସାମ୍ୟ ହରାଇ ସ୍କୁଟିରୁ ତଳେ ଖସି ପଡି ଆହତ ମଧ୍ୟ ହୋଇଛନ୍ତି। ସୂଚନା ମୁତାବକ ଲୁଟେରାମାନେ କଳା ଜ୍ୟାକେଟ ପିନ୍ଧିଥିଲେ ଓ ଟଙ୍କା ଲୁଟି ନେଇ କେନ୍ଦୁଝର ସହର ଅଭିମୁଖେ ପଳାଇଥିଲେ। ସେମାନେ ପଳାଇ ଯାଉଥିବା ବେଳେ ଲୁଟର ଶୀକାର ହୋଇଥିବା ତାଙ୍କ ପୁଅ ଓ ତାର ଜଣେ ସାଙ୍ଗ ସେମାନଙ୍କର ପିଛା କରିଥିଲେ ସୁଦ୍ଧା ଧରିବାରେ ସଫଳ ହୋଇ ପାରିନଥିଲେ। ଏହାପରେ ମହିଳା ଜଣକ ତାଙ୍କ ପୁଅ ସହିତ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ ଏ ସଂପର୍କରେ କିଛି କହିବାକୁ ମନା କରିଦେଇଛି। ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ବାରମ୍ବାର ଲୁଟେରାମାନେ ସ୍ପଷ୍ଟ ଦିବା ଲୋକରେ ରାସ୍ତା ଘାଟରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେବାରେ ଲାଗିଛନ୍ତି। ଆହୁରି ମଧ୍ୟ କି ଦିନ କି ରାତି ଦୁବୃର୍ତ୍ତମାନେ ସହର ମଧ୍ୟରେ ଘରେ ଘରେ ପଶି ଲୋକଙ୍କୁ ବନ୍ଧୁକ ଦେଖାଇ ହାତ ଗୋଡ ବାନ୍ଧି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ ସୁଦ୍ଧା ଟାଉନ ପୋଲିସ ଦୁବୃର୍ତ୍ତଙ୍କର ଟେର ପାଉ ନାହିଁ। ଫଳରେ ସହର ଲୋକେ ଏବେ ପୋଲିସ ଉପରୁ ଆସ୍ଥା ହରାଇବା ସହ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି। ସହର ମଧ୍ୟରେ ପୋଲିସ ପେଟ୍ରୋଲିଙ୍ଗ ପ୍ରାୟ ନାହିଁ। ସହର ମଧ୍ୟରେ କେବଳ ଆନ୍ଦୋଳନ କିମ୍ବା ହେଲମେଟ ଚେକ୍ ବ୍ୟତୀତ ଅନ୍ୟ ସମୟରେ ପ୍ରାୟ ପୋଲିସଙ୍କୁ ଦେଖିବାକୁ ମିଳୁ ନଥିବା ନୂଆ କଥା ନୁହେଁ। ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ଅପରାଧ ରୋକିବା ଦିଗରେ ପୋଲିସର ଆଗ୍ରହ ନଥିବା ଲକ୍ଷ୍ୟ କରାଯାଉଛି। ଫଳରେ ଅପରାଧୀ ମାନଙ୍କ ମନୋବଳ ବୃଦ୍ଧି ପାଇବା ସ୍ୱାଭାବିକ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.