Home ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ଅଣଦେଖା ଯୋଗୁଁ ରଣପୁର ମା ମଣିନାଗ ପୀଠ ଅବହେଳିତ

ରାଜ୍ୟ ପର୍ଯ୍ୟଟନ ବିଭାଗ ଅଣଦେଖା ଯୋଗୁଁ ରଣପୁର ମା ମଣିନାଗ ପୀଠ ଅବହେଳିତ

38

ନୟାଗଡ/୨୩/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟରେ ପର୍ଯ୍ୟଟନ କେନ୍ଦ୍ର ଗୁଡିକ ର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ କାର୍ଯ୍ୟକରୀ ଆସୁଅଛି । ପର୍ଯ୍ୟଟନ କେନ୍ଦ୍ର ଗୁଡିକରୁ ରାଜସ୍ୱ ଆଦାୟ ହେବା ସହ ଅନେକ ପରିବାର ରୋଜଗାର କରି ଗୁଜୁରାଣ ମେଣ୍ଟାଇ ଥାନ୍ତି । ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ପାଇଥିବା ପର୍ଯ୍ୟଟନ ସ୍ଥଳୀ କୁ ବିଭାଗ ଅଣଦେଖା କରିବା ଯୋଗୁଁ ଅବହେଳିତ ଅବସ୍ଥା ରେ ଅନେକ ପର୍ଯ୍ୟଟନ ସ୍ଥଳୀ । ସେଭଳି ଏକ ପର୍ଯ୍ୟଟନ ସ୍ଥଳୀ ହେଉଛି ନୟାଗଡ ଜିଲ୍ଲା ରଣପୁର ମଣିନାଗ ପାହାଡ ରେ ଥିବା ମଣିନାଗ ପୀଠ । ୧୯୫୨ ମସିହା ସରକାରୀ ବନ୍ଦୋବସ୍ତ ରିପୋର୍ଟ ଲେଖା ଅନୁଯାଇ କଣ୍ଟିଲୋ ନିଳକନ୍ଦର ରୁ ନିଳ ମାଧବ ଶ୍ରୀକ୍ଷେତ୍ର କୁ ଚାଲିଯିବା ପରେ ପ୍ରଭୁଙ୍କ ପରମ ଭକ୍ତ ବିଶ୍ୱାବଶୁ ଶ୍ରୀକ୍ଷେତ୍ର କୁ ଚାଲିଯାଇଥିଲେ । ବଶ୍ୱାବଶୁର ସାନ ଭାଇ ବିଶ୍ୱବାଶବ ନିଳ ମାଧବ ଙ୍କ ଚକା ଶିଳା କୁ ଆଣି ରଣପୁର ମଣିନାଗ ପାହାଡ ଶିଖରରେ ପୂଜାର୍ଚ୍ଚନା କରୁଥିଲା ।

ସେହି ବିଶ୍ୱାବାସବ ର ପରବର୍ତ୍ତୀ ବଂଶଧର ରଣପୁର ରାଜ ପରିବାର ପ୍ରତିଦିନ ମଣିନାଗ ଶିଖରକୁ ଯାଇ ପୂଜାର୍ଚ୍ଚନା କରିବା ସମ୍ଭବ ନହେବାରୁ ରଣପୁର ରାଜା ପଦ୍ମନାଭ ନରେନ୍ଦ୍ର ମଣିନାଗ ପାହାଡ ପାଦ ଦେଶରେ ତଳ ମଣିନାଗ ଭାବରେ ମନ୍ଦିର ନିର୍ମାଣ କରି ଥିଲେ । ସେହି ଦିନ ଠାରୁ ତଳେ ଏବଂ ଉପରେ ମଣିନାଗ ଙ୍କ ପୂଜାର୍ଚ୍ଚନା ହେଉଅଛି । ଉପର ମଣିନାଗ ପୀଠ କୁ ଯିବା ପାଇଁ ବର୍ତ୍ତମାନ ପାହାଡ କଟାଯାଇ ପକ୍କା ରାସ୍ତା ନିର୍ମାଣ ହୋଇଛି । ପର୍ଯ୍ୟଟକ ମାନେ ଉପର ମଣିନାଗ କୁ ଯିବା ପାଇଁ ଘରୋଇ ଗାଡିର ସୁବିଧା ରହିଛି । ପ୍ରତିଦିନ ତଳ ମଣିନାଗ , ବାଘଗୁମ୍ଫା ଓ ଉପର ମଣିନାଗ ଦର୍ଶନ ସାଙ୍ଗକୁ ପାହାଡ ର ମନୋରମ ଦୃଶ୍ୟ ବାଦଲ ଭିତରେ ଫଟୋ ଉଠାଇବା ପାଇଁ ହଜାର ହଜାର ପର୍ଯ୍ୟଟକ ଙ୍କ ଭିଡ ଦେଖିବାକୁ ମିଳୁଥାଏ । କିନ୍ତୁ ପର୍ଯ୍ୟଟକ ମାନଙ୍କର ରାତ୍ରୀ କାଳିନ ରହଣି ପାଇଁ କଲ୍ୟାଣ ମଣ୍ଡପ ଓ କମ୍ୟୁନିଟ ସେଣ୍ଟର ଥିଲେ ମଧ୍ୟ ଅବହେଳିତ ହୋଇ ରହି ପଡିବାରୁ ଅନେକ ଅସୁବିଧା ଦେଖାଦେଉଛି । ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ମନ୍ଦିର ପୂଜକ ଲଳିତ କୁମାର ରଥ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.