Home ଜିଲ୍ଲା ପରିକ୍ରମା ରାଜ୍ୟ ଉପଭୋକ୍ତା ମହିଳା କଲ୍ୟାଣ ମହାସଂଘ ପକ୍ଷରୁ ସଚେତନତା

ରାଜ୍ୟ ଉପଭୋକ୍ତା ମହିଳା କଲ୍ୟାଣ ମହାସଂଘ ପକ୍ଷରୁ ସଚେତନତା

11

ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଗ୍ରାହକ ସଚେତନତା ସପ୍ତାହ ପାଳନ ଅବସରରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ଅନୁବନ୍ଧିତ ରାଜ୍ୟ ଉପଭୋକ୍ତା ମହିଳା କଲ୍ୟାଣ ମହାସଂଘର ବାଲେଶ୍ୱର ଶାଖା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସହରର ଗୋପାଳ ଗାଁ ଅଙ୍ଗନବାଡି କେନ୍ଦ୍ରରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ମହାସଂଘର ଜିଲ୍ଲା ସଭାପତି ସ୍ୱାତିପ୍ରଭା ଦାଶ ଯୋଗ ଦେଇ ଗ୍ରାହକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରତ୍ୟେକ ଦିନକୁ ଖାଉଟି ଅଧିକାର ଦିବସ ଭାବେ ପାଳନ କରିବା ଉଚିତ ବୋଲି ମତପ୍ରକାଶ କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ଖାଉଟି ସଜାଗ ନ ରହିଲେ ପ୍ରତ୍ୟେକ ମୁହୁର୍ତରେ ଠକାମିର ଶିକାର ହେବ ବୋଲି ଶ୍ରୀମତି ଦାଶ କହିଥିଲେ। ତେବେ ଏହି ଠକାମିର ପରିମାଣ ଯେତେ କମ ହେଲେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ଘଟଣାକୁ ଖାଉଟି ଫୋରମ ସମ୍ମୁଖକୁ ଅଣାଯିବା ଆବଶ୍ୟକ। ଫଳରେ ଠକୁଥିବା ଦୋକାନୀ ବା କମ୍ପାନୀ ଗ୍ରାହକଙ୍କୁ ଠକିବା ପୂର୍ବରୁ ଥରେ ଚିନ୍ତା କରିବା ଏବଂ ଏହାଦ୍ୱାରା ଖାଉଟି ସଚିତ ସେବା ପାଇପାରିବ ବୋଲି ଶ୍ରୀମତି ଦାଶ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ସମ୍ପାଦିକା ସୁବାସିନୀ ପଟ୍ଟନାୟକ, ଯୁଗ୍ମ ସମ୍ପାଦିକା ସସ୍ମିତା ବାରିକ ଓ ପୂର୍ବତନ କାଉନସିଲର ରେଣୁବାଳା ଦାସମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ଖାଉଟି ସୁରକ୍ଷା ଓ ଏନେଇ ମହିଳାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରତ୍ୟେକ କ୍ଷେତ୍ରରେ ନିଜର ଅଧିକାର ଏବଂ କର୍ତବ୍ୟ ସମ୍ପର୍କରେ ସଚେତନ ହେବା ସହ ଗ୍ରାହକଙ୍କୁ ଠକୁ ଥିବା ସଂସ୍ଥା ବିରୋଧରେ ରାଜ୍ୟ ଉପଭୋକ୍ତା ମହିଳା କଲ୍ୟାଣ ମହାସଂଘ ସହ ମିଳିତ ସ୍ୱର ଉତୋଳନ କରିବାକୁ ସେମାନେ ଆହ୍ୱାନ ଦେଇଥଲେ। ସ୍ଥାନୀୟ ଅଂଚଳର ବହୁ ମହିଳା ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.