Home ଜିଲ୍ଲା ପରିକ୍ରମା ମୁସଲିମ ୱେଲଫେଅର ସୋସାଇଟି ପକ୍ଷର ୟୁନାନି ସ୍ୱାସ୍ଥ୍ୟ ଶିବିର

ମୁସଲିମ ୱେଲଫେଅର ସୋସାଇଟି ପକ୍ଷର ୟୁନାନି ସ୍ୱାସ୍ଥ୍ୟ ଶିବିର

6

ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରର ମୁସଲିମ ୱେଲଫେୟାର ସୋସାଇଟିର ପକ୍ଷରୁ ସହରର ଅବଦୁଲଗାନି ଷ୍ଟ୍ରିଟ୍ ସ୍ଥିତ ବିଦେ ଉର୍ଦ୍ଦୁ ସରକାରୀ ପ୍ରାଇମେରୀ ସ୍କୁଲ ଠାରେ ଏକ ୟୁନାନୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ସୋସାଇଟି ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ଜନହିତକର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିଥିଲେ। ପୂର୍ବରୁ ବିଭିନ୍ନ ସମୟରେ ସୋସାଇଟି ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଥିବା ବେଳେ ଏହିଭଳି ସ୍ୱାସ୍ଥ୍ୟ ଶିବିର ଆୟୋଜନ ନିଶ୍ଚିତ ରୂପେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆଣିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ତେବେ ବାଲେଶ୍ୱରରେ ଏକ ସ୍ଥାୟୀ ୟୁନାନୀ ଚିକିତ୍ସାଳୟ ସ୍ଥାପନ ପାଇଁ ମୁସଲିମ ୱେଲଫେୟାର ସୋସାଇଟିରର ଦାବି ଅନୁସାରେ ସେ ପଦକ୍ଷେପ ନେବେ ବୋଲି ଶ୍ରୀ ଦାସ ପ୍ରତିଶୃତି ଦେଇଥିଲେ। ଭଦ୍ରକ ୟୁନାନି ହସପିଟାଲ୍‌ର ଡ. ଅବଦୁଲ ରସିଦ, ଡ. ଶେଖ ମେହମୁଦ ସଲିମ ପ୍ରମୁଖ ଚିକିତ୍ସକମାନେ ଏହି ଶିବିରରେ ଉପସ୍ଥିତ ରହି ସ୍ଥାନୀୟ ଅଂଚଳର ୩ଶହରୁ ଉର୍ଦ୍ଧ୍ୱ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଉପାଦେୟ ପରାମର୍ଶ ଦେଇଥିଲେ। ୟୁନାନୀ ହସପିଟାଲ ପକ୍ଷରୁ ସମସ୍ତ ରୋଗୀମାନଙ୍କୁ ବିନା ମୂଲ୍ୟରେ ଔଷଧ ବଂଟନ କରାଯାଇଥିଲା। ଏଥିରେ ସୋସାଇଟିର ସମ୍ପାଦକ ସଲିମ ରେଜା, ଅସଲାମ ଖାଁ, ହାଜି ଶେଖ ଜମାଲ, ହାଜି ଗୋଲାମ ଖାଁ, ମନସୁର ଅଲ୍ଲୀ, ଶେଖ ହମିଦ, ମୁକ୍ତାର ଅହମ୍ମଦ, ଶେଖ ଆୟୁବ, ହାଜି ଶେଖ ମଜିଦ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.