Home ଓଡ଼ିଶା ବଣ୍ଡା ଜନଜାତିର ମାର୍ଗଦର୍ଶକ ବିଶିଷ୍ଟ ସାହ୍ୟିତିକ ସ୍ୱର୍ଗତ ଲକ୍ଷମଣ ମାନ୍ଦ୍ରା ଙ୍କ ଆଭାସୀ ସ୍ମୃତି ଶ୍ରଦ୍ଧାଜଂଳି

ବଣ୍ଡା ଜନଜାତିର ମାର୍ଗଦର୍ଶକ ବିଶିଷ୍ଟ ସାହ୍ୟିତିକ ସ୍ୱର୍ଗତ ଲକ୍ଷମଣ ମାନ୍ଦ୍ରା ଙ୍କ ଆଭାସୀ ସ୍ମୃତି ଶ୍ରଦ୍ଧାଜଂଳି

114

ମାଲକାନଗିରି,୨ା୧୧(ଓଡିଆ ପୁଅ ) ପୁଣ୍ୟ ଶାବର ଭୂମିର ଭୂମିପୁତ୍ର ତଥା ବଣ୍ଡା ଜନଜାତୀଙ୍କ ମାର୍ଗ ଦର୍ଶକ ବରିଷ୍ଟ ସାହିତ୍ୟିକ ଦେଶିଆ ସାହିତ୍ୟ ଏକାଡେମୀର ସଭାପତି ସ୍ୱର୍ଗତ ଲକ୍ଷମ୍‌ଣ ମାନ୍ଦ୍ରା ଙ୍କ ସ୍ମୃତି ଉଦେଶ୍ୟରେ େଓ୍ୟବିନାର ମାଧ୍ୟମରେ ଶ୍ରଦ୍ଧାଜଂଳୀ ସଭା ଅନୁଷ୍ଟିତ ହୋଇଯାଇଛି । ଚେନ୍ନାଇ ସ୍ଥ ସୃଜନୀ ପରିବାର ପକ୍ଷରୁ ମୁଖ୍ୟଉପଦେଷ୍ଟା ଆଶୁତୋଷ ସାମନ୍ତସିଂହାର,ପ୍ରାଧ୍ୟପିକା ଡ.ବାସନ୍ତୀ ମହାନ୍ତି ଙ୍କ ପ୍ରଚେଷ୍ଟାରେ ଆୟେଜିତ ଅନଲାଇନ ଶ୍ରଦ୍ଧାଜଂଳୀ ସଭାକୁ ଚିତ୍ରକୋଣ୍ଡା ପୁବ ର୍ତନ ବିଧାୟକ ତଥା ଆଦିବାସୀ ଲୋକ ସାହିତ୍ୟିକ ଗବେଷକ ଡମ୍ବରୁ ଶିଶା ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଦିବାସୀ ସଂସ୍କୃତି ଗବେଷକ ଡକ୍ଟର ରାଜେନ୍ଦ୍ର ପାଢି,ଦେଶିଆ ପତ୍ରିକାର ସଂପାଦକ ରଜଂନ ମହୁରୀଆ,କିସ ବିଶ୍ୱବିଦ୍ୟାଳୟର ଡଃ ଇଶ୍ୱର ଚନ୍ଦ୍ର ନାୟକ,ଆଧ୍ୟାପକ ଡଃ ସଦାନନ୍ଦ ଅଡାରି,ବିଶିଷ୍ଟ ଲୋକ ସାହିତ୍ୟିକ ସାଇମନ ବିଡିକା ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଓ ଆଲୋଚକା ଭାବେ ଆଦିବାସୀ ଲୋକ ସାହିତ୍ୟିକା ଜେମାମଣି ବିଷୋୟୀ, ଆଦିବାସୀ ସଂସ୍କୃିତି ଗବେଷକ ରତ୍ନାକରଦାଶ,ବିଶିଷ୍ଠ ସାହିତ୍ୟିକ ରମେଶ ଚନ୍ଦ୍ର ପସାଏତ,ସାହିତ୍ୟିକ ଚନ୍ଦ୍ରଧ୍ୱଜ ମାଝ,ସାହିତ୍ୟିକ ଜଗଦିଶ ଖରା,ସାହିତ୍ୟିକ ନରସିଂମା ଜାନୀ,ରମେଶ ଚନ୍ଦ୍ର ମାନ୍ଦ୍ରା,ସୃଜନୀ ସଂପାଦକ ଅଶୋକ ସାମନ୍ତ,ଯୁବସିହତ୍ୟିକ ସବ୍ୟସାଚୀ ବିଷୋୟୀ ଉପସ୍ଥିତ ରହି ବଣ୍ଡା ଜନଜାତୀ ଲେଖକ,ଦେଶିଆ ସାହିତ୍ୟ ଏକାଡେମୀ ସଭାପତି ସ୍ୱର୍ଗତ ଲ କ୍ଷମଣ ମାନ୍ଦ୍ରା ଙ୍କ ବହୁମୁଖି ପ୍ରତି ଭା ସଂପର୍କରେ କହିବାସହିତ ସ୍ମୃତି ଚାରଣ କରିଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାର ଅବହେଳିତ ବଣ୍ଡା ଜନଜାତୀର ମାର୍ଗଦର୍ଶକ,ସରଳ, ନିସ୍କପଟ ମଣିଷ ତଥା ଦେଶିଆ ସାହିତ୍ୟ ଏକାଡେମୀର ସଭାପତି,ବଣ୍ଡା ଭାଷା ଲେଖକ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ କୋରାପୁଟିଆ ହୀରା ସ୍ୱର୍ଗତ ଲକ୍ଷମଣ ମାନ୍ଦ୍ରା ଙ୍କ ବିୟୋଗରେ ଅବିଭକ୍ତ କୋରାପୁଟ ଜିଲ୍ଲାସହ ସମଗ୍ର ରାଜ୍ୟ ପାଇଁ ଅପୁରଣୀୟ କ୍ଷତି ଘଟିଛି,ତାଙ୍କ ଆଦର୍ଶରେ ଯୁବପିଡି ମାନେ ଅନୁପ୍ରାଣୀତ ହେବା ଦରକାର ବୋଲି ଅନଲାଇନରେ ଉପସ୍ଥିତ ଅତିଥି ମାନେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ତାଙ୍କର ଅଧୁରା ରହି ଯାଇଥିବା ଦେଶିଆ ଭାଷା ସଂସ୍କୃିତି ର ପାଣ୍ଡୁଲିପି ଗୁଡିକୁ ପ୍ରକାଶିତ କରିବା ସହିତ ଦେଶିଆ ସାହିତ୍ୟ ଏକାଡେମୀର ସଭାପତି ଭାବେ ବଣ୍ଡା ଜନଜାତିରର ଯୁବ ଲେଖକ ଡମ୍ବରୁ ଶିଶାଙ୍କୁ ଦାଇତ୍ୱ ଦିଆଯିବା ପାଇଁ ନିସ୍ପତି ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.