Home ଜିଲ୍ଲା ପରିକ୍ରମା ରାଜ୍ୟପାଳଙ୍କ କରକମଳରେ ‘ନୟାଗଡ଼ ଇତିହାସ’

ରାଜ୍ୟପାଳଙ୍କ କରକମଳରେ ‘ନୟାଗଡ଼ ଇତିହାସ’

76

ନୟାଗଡ଼, ୨୬ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ରାଜ୍ୟପାଳ ଡଃ ଗଣେଶୀ ଲାଲ୍‌ଙ୍କ କରକମଳରେ ପ୍ରଫେସର ଡ.ପ୍ରେମାନନ୍ଦ ମହାପାତ୍ରଙ୍କ ‘ନୟାଗଡ଼ ଇତିହାସ’ ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରର ଏକ ସ୍ୱତନ୍ତ୍ର ପରିବେଶରେ ରାଜ୍ୟପାଳ ଏହି ଐତିହାହାସିକ ତଥ୍ୟ ସମ୍ବଳିତ ନୟାଗଡ଼ ଇତିହାସ ପୁସ୍ତକର ସଫଳତା କାମନା କରିବା ସହିତ ନୟାଗଡ଼ ଜିଲ୍ଲା ସମେତ ରାଜ୍ୟର ବୁଦ୍ଧିଜୀବୀ ତଥା ପାଠକ ମହଲରେ ଏହି ପୁସ୍ତକଟି ବେଶ୍ ଆଦୃତି ଲାଭ କରିବ ବୋଲି ଆଶା ପୋଷଣ କରିଛନ୍ତି। ପ୍ରଫେସର ମହାପାତ୍ର ହେଉଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଭଞ୍ଜପୀଠ ମାଳିସାହି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିନାଥ ମହାପାତ୍ର ଏବଂ ସ୍ୱର୍ଗତା ସୁଶୀଳା ମହାପାତ୍ରଙ୍କ ଜ୍ୟେଷ୍ଟପୁତ୍ର ତଥା ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁ୍‌ଖ୍ୟ ଅଛନ୍ତି। ଉଲ୍ଲେଖଯୋଗ୍ୟ ପ୍ରଫେସର ଡ.ମହାପାତ୍ର ସାଂପ୍ରତିକ ସମୟର ଜଣେ ପ୍ରତିଭାବାନ ସାରସ୍ୱତ ଗବେଷକ, ପ୍ରାବନ୍ଧିକ, ସମାଲୋଚକ, ସୁବକ୍ତା ଓ କବି ହୋଇଥିବାବେଳେ ତାଙ୍କ ରଚିତ ମନସ୍ୱୀ ସାଧକ ପଣ୍ଡିତ ବିନାୟକ ମିଶ୍ର ପୁସ୍ତକଟି ୨୦୦୯ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରଷ୍କାର ପାଇଥିଲାବେଳେ ଉପେନ୍ଦ୍ର ଭଞ୍ଜ ଓ ସାରସ୍ୱତ ପୀଠ ମାଳିସାହି, କହେ ତାଡ଼ିସରୁ ବାଇ, ଓଡ଼ିଶାର କଥିତ ଭାଷା ପରିକ୍ରମା ଓ ଓଡ଼ିଶା ସାରସ୍ୱତ ସ୍ତବକ ଶୀର୍ଷକ ଗବେଷଣାଧର୍ମୀ ପୁସ୍ତକ ବେଶ୍ ପାଠକୀୟ ଆଦୃତି ଲାଭ କରିପାରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.