Home ଓଡ଼ିଶା ରଣପୁର ଚକଲାଦାର୍ ଦ୍ୱାରା ୩ ଗିରଫ ଭ୍ରାମ୍ୟମାଣ କାଠ କଳ ଜବତ

ରଣପୁର ଚକଲାଦାର୍ ଦ୍ୱାରା ୩ ଗିରଫ ଭ୍ରାମ୍ୟମାଣ କାଠ କଳ ଜବତ

44

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) /୨୭/୦୭- ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନ ରଣପୁର ବନାଂଚଳ ରୁ କାଠ ଚୋରୀ ବ୍ୟାପକ ହେଉଥିଲା । ରଣପୁର ରେ ତତ୍‌କାଳୀନ ଚକଲାଦାର୍‌  ମାନେ କାଠ ଚୋରଙ୍କ ସହ ସାଲିସ୍ ହୋଇ ରଣପୁର ବନାଂଚଳ କୁ ପୋକଶୁଙ୍ଗା ଜଙ୍ଗଲ ରେ ପରିଣତ କରିବାକୁ କହୁଥିଲେ । କିନ୍ତୁ ରଣପୁର ରେ ଶରତ ଚନ୍ଦ୍ର ଶତପଥି ଚକଲାଦାର୍ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ କାଠ ଚୋରୀ ରୋକିବା ସହ ବନସମ୍ପଦ ର ସୁରକ୍ଷା ସାଙ୍ଗ କୁ ବୃକ୍ଷ ରୋପଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିଥିବା ଜଣାପଡିଛି । ଗତ ଜୁଲାଇ ୨୬ ତାରିଖ ବିଳମ୍ବିତ ସଂନ୍ଧ୍ୟା ରେ କେରଣ୍ଡାଟାଙ୍ଗୀ  ଗ୍ରାମ ପଞ୍ଚାୟତ ତାଳବେରଣା ନିକଟ ଉପେନ୍ଦ୍ରପୁର ଆମ୍ବ ବଗିଚାରେ ଚଢାଉ କରାଯାଇଥିଲା ।

ଯାହାଫଳ ରେ ଏକ ଭ୍ରାମ୍ୟମାଣ କାଠ କଳ , ଏକ ପାୱାର ଟିଲର ମେସିନ୍ , ଗୋଟିଏ ମଟର ସାଇକେଲ , ଗୋଟିଏ ଅଟୋଗାଡି , ଗୋଟିଏ ସ୍କୁଟି ଜବତ କରିଥିବା ସହ ଖଣ୍ଡିଆବନ୍ଧ ଗ୍ରାମର ପ୍ରତାପ ପାଇକରାୟ , ଖଣ୍ଡିସି ଗ୍ରାମର କାଳନ୍ଦି ଚରଣ ଜେନା , କନ୍ଧନୟାଗଡ ଗ୍ରାମର ବାବୁଲା ଜେନା ଙ୍କୁ ଗିରଫ କରିଥିବା ଜଣାପଡିଛି  । କାଠ କଳ ମାଲିକ ଙ୍କୁ ଛାଡିଦେବା ଅଭିଯୋଗ ହେଉଥିବା ବେଳେ ରଣପୁର ଚକଲାଦାର୍ ଶରତଚନ୍ଦ୍ର ଶତପଥି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଗିରଫ ବ୍ୟକ୍ତି ମଧ୍ୟରେ କାଠକଳ ମାଲିକ ଅଛନ୍ତି ବୋଲି କହିଛନ୍ତି । ଗିରଫ ଅଭିଯୁକ୍ତ ୩ ଜଣ ଙ୍କୁ କୋର୍ଟ ଚାଲାଣ କରିବା ପରେ ସେମାନଙ୍କ ଜାମିନ୍ ଆବେଦନ ନାକଚ ହେବାରୁ ରଣପୁର ଜେଲ୍ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.