Home ଜିଲ୍ଲା ପରିକ୍ରମା ରସି ଲଗାଇ ସେବାନିବୃତ ପ୍ରଧାନଶିକ୍ଷକଙ୍କ ଆତ୍ମହତ୍ୟା

ରସି ଲଗାଇ ସେବାନିବୃତ ପ୍ରଧାନଶିକ୍ଷକଙ୍କ ଆତ୍ମହତ୍ୟା

88

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଚୂଡାକୁଟୀ ପଂଚାୟତ ତାମ୍ପଳା ଗ୍ରାମର ସେବାନିବୃତ ପ୍ରଧାନଶିକ୍ଷକ ପୁରସ୍ତମ ସାହୁ (୭୯) ରସି ଲଗାଇ ଆଜି ଆତ୍ମହତ୍ୟା କରିଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ଛାତିରେ ଅସ୍ତ୍ରପଚାର ହୋଇଥିଲା । ବାରମ୍ବାର ଛାତି ଯନ୍ତ୍ରଣା କଷ୍ଟକର ହୋଇପଡିବାରୁ ତାହାକୁ ସହ୍ୟ କରିନପାରି ସେ ଆଜି ତାଙ୍କ ବାଡିରେ ଥିବା ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବରପାଇ ଧାମନଗର ପୁଲିସ ଘଟଣାସ୍ଥଳେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇବା ସହିତ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସେହିପରି ସୋହଡା ଗ୍ରାମର ଗଜେନ୍ଦ୍ର ଦାସ (୫୦)ଙ୍କ ଆଜି ମୃତ୍ୟୁ ଘଟିଛି । ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ପୁଲିସ ପହଂଚି ଶବ ଜବତ କରିବା ସହିତ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.