Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ମନ୍ଦିରରେ ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ, ୨ ଦିନ ପାଇଁ ସାଧାରଣ ଭକ୍ତଙ୍କ...

ଆଖଣ୍ଡଳମଣି ମନ୍ଦିରରେ ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ, ୨ ଦିନ ପାଇଁ ସାଧାରଣ ଭକ୍ତଙ୍କ ଦର୍ଶନ ଓ ମନ୍ଦିର ବନ୍ଦ କଲା ପ୍ରଶାସନ

26

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଭଦ୍ରକ ଜିଲାର ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଜଣେ ସେବାୟତଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ଆଜି ଜିଲା ପ୍ରଶାସନ ଜାଣିବାକୁ ପାଇବା ପରେ ତତ୍‌କାଳ ଆଗନ୍ତୁକ ଭକ୍ତଙ୍କ ଦର୍ଶନ ଓ ମନ୍ଦିରକୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ମନ୍ଦିର ପ୍ରଶାସନକ ନିର୍ଦ୍ଦେଶ ଦେଇଛି ଜିଲା ପ୍ରଶାସନ । ଏପରିକି ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ମଣିବାବାଙ୍କ ନୀତିକାନ୍ତି ଯେପରି ଭାବେ ପୂର୍ବପରି ଜାରି ରହିବ, ସେଥିପାଇଁ ଆବଶ୍ୟକ ଅନୁଯାୟୀ ପାଳିଆ ସେବାୟତ ଓ ନିଯୋଗୀମାନେ ମନ୍ଦିରକୁ ଯିବାର ଅନୁମତି ରହିଛି । ଏବଂ ଅନ୍ୟ ସେବାୟତ ଓ ସେବାକାରୀଙ୍କୁ ମନ୍ଦିର ଯିବାକୁ ମନା କରିଛି ପ୍ରଶାସନ । ଏଥିସହ ସମସ୍ତ ସେବାୟତ କୋଭିଡ୍ ପରୀକ୍ଷା ରିପୋର୍ଟ ମନ୍ଦିର କାର୍ଯ୍ୟାଳୟରେ ଦୁଇଦିନ ମଧ୍ୟରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି । ମାତ୍ର ପ୍ରଶାସନର ଏଭଳି ତରବରିଆ ନିଷ୍ପତ୍ତିକୁ ସେବାୟତମାନେ ବିରୋଧ କରିବା ସହ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଆଜି ହଟ୍ଟଗୋଳ କରି ମନ୍ଦିର ପ୍ରବେଶ ପଥ ସମ୍ମୁଖରେ ଅପରାହ୍ନ ଯାଏ ଧାରଣାରେ ବସିରହିଥିଲେ । ସେମାନଙ୍କ କହିବା ମୂଳେ ରାଜ୍ୟର ଅନ୍ୟ ପର୍ଯ୍ୟଟନ ସ୍ଥଳୀରେ ଅଧିକ ମାତ୍ରାରେ କରୋନା ପଜିଟିଭ୍ ଦେଖାଦେଉଥିବାବେଳେ ବିଭିନ୍ନ ରାଜନୈତିକ ସଭା ଆୟୋଜନ କରାଯାଉଛି । ହେଲେ ସେମାନଙ୍କୁ କୌଣସି ସୂଚନା ନଦେଇ ମନ୍ଦିର ପ୍ରବେଶ ଏଭଳି ତରବରିଆ ନିଷ୍ପତ୍ତି ନେବା ଠିକ୍ ନୁହେଁ । ଯଦି ମନ୍ଦିର ବନ୍ଦ ରୁହେ, ତାହେଲେ ସେବାପୂଜାରେ ବିଭ୍ରାଟ ଦେଖା ଦେବ ବୋଲି ସେବାୟତମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.