Home ଜିଲ୍ଲା ପରିକ୍ରମା ରମେଶ ଭାରତୀଙ୍କୁ ସମବାୟ ବ୍ୟାଙ୍କ ପକ୍ଷରୁ ସ୍ୱାଗତ

ରମେଶ ଭାରତୀଙ୍କୁ ସମବାୟ ବ୍ୟାଙ୍କ ପକ୍ଷରୁ ସ୍ୱାଗତ

23

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଥିବା ଭଣ୍ଡାରିପୋଖରୀ ବ୍ଲକର ନଗୁଆଁ କୃଷି ସମବାୟ ସମିତି ସଭାପତି ରମେଶ ଚନ୍ଦ୍ର ଭାରତୀଙ୍କୁ ବ୍ୟାଙ୍କର ସ୍ଥାନୀୟ ଶାଖା ପକ୍ଷରୁ ବୁଧବାର ସ୍ୱାଗତ କରାଯାଇଛି। ଶଖା ପରିସରରେ ଶାଖା ପରିଚାଳକ ବିଚିତ୍ରାନନ୍ଦ ସାହୁ, ସହ ପରିଚାଳିକା ପ୍ରଜ୍ଞା ପାରମିତା ମଲ୍ଲିକ, ଅର୍ଥ ପରିଚାଳକ ଗୋଲକ ବିବାହରୀ ଦାସ, କ୍ୟାସିଅର ଅଶୋକ କୁମାର ପଣ୍ଡା, ବ୍ୟାଙ୍କମିତ୍ର ସ୍ୱର୍ଣ୍ଣଲତା ସାହୁ, କର୍ମଚାରୀ ସତ୍ୟନାରାୟଣ ପଲାଇ, ବୋଧିରାମ ଦାସ, ମୁକ୍ତିକାନ୍ତ ଜେନା, କେଦାର ବାବୁ, ବିଭିନ୍ନ ସମିତିର ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡା, ସନ୍ତୋଷ ଦାସ, ସୁବାଷ ପାତ୍ର, ସଞ୍ଜୟ ମଲ୍ଲିକ, ମଦନ ମୋହନ ଦାସ, ସୁଶାନ୍ତ ସେନାପତି, ପଦ୍ମନାଭ ମଲ୍ଲିକ, ରହଣିଆ ସମିତି ପୂର୍ବତନ ସଭାପତି ରଞ୍ଜନ ବେହୁରିଆ, ରାମଚନ୍ଦ୍ର ସେନାପତି ପ୍ରମୁଖ ଶ୍ରୀ ଭାରତୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହ ତାଙ୍କ କାର୍ଯ୍ୟକାଳରେ ବ୍ୟାଙ୍କ ଓ ସମିତିଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ବୋଲି ଆଶା ପ୍ରକାଶ କରିଥିଲେ। ସେହିପରି ଭଣ୍ଡାରିପୋଖରୀ ବ୍ଲକର ନଗୁଆଁ କୃଷି ସମବାୟ ସମିତି କର୍ମଚାରୀଙ୍କ ପକ୍ଷରୁ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଭାବେ ସଦ୍ୟ ନିର୍ବାଚିତ ରମେଶ ଚନ୍ଦ୍ର ଭାରତୀଙ୍କୁ ବୁଧବାର ସ୍ୱାଗତ କରାଯାଇଥିଲା। ସମିତିର ଉପସଭାନେତ୍ରୀ ଅବନ୍ତୀ ସ୍ୱାଇଁ, ସଦସ୍ୟ ବେଣୁଧର ପଳତା, ପିତାମ୍ବର ଦାଶ, ରବିନ୍ଦ୍ର ସାହୁଙ୍କ ସମେତ ସମ୍ପାଦକ ସଞ୍ଜୟ କୁମାର ମଲ୍ଲିକ, ସହସମ୍ପାଦିକା ହିମାଦ୍ରୀ ନନ୍ଦିନୀ ସାହୁ, କ୍ଲର୍କ ପ୍ରମୋଦ କୁମାର ଜେନା, ଡିଇଓ ମାନସ ରଞ୍ଜନ ଚକ୍ରବର୍ତ୍ତି, କର୍ମଚାରୀ ଦେବାଶିଷ ଚନ୍ଦ, କାମପାଳ ବାରିକ ପ୍ରମୁଖ ଶ୍ରୀ ଭାରତୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହ ସମିତିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସହଯୋଗ କାମନା କରିଥିଲେ। ସମିତିକୁ ଶିର୍ଷସ୍ତରରେ ପହଞ୍ଚାଇବା ପାଇଁ ସହଯୋଗ କରିବାକୁ ଶ୍ରୀ ଭାରତୀ ପ୍ରତିଶ୍ରୁତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.