Home ଜିଲ୍ଲା ପରିକ୍ରମା ପ୍ରଫେସର ଡଃ ଲକ୍ଷ୍ମୀକାନ୍ତ ନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ

ପ୍ରଫେସର ଡଃ ଲକ୍ଷ୍ମୀକାନ୍ତ ନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ

22

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉଦ୍ଭିଦ ବିଜ୍ଞାନୀ ପ୍ରଫେସର ଡକ୍ଟର ଲକ୍ଷ୍ମୀକାନ୍ତ ନାୟକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ ସ୍ଥାନୀୟ ପୁରୁଷୋତ୍ତମ ନଗର ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇ ଯାଇଛି। ଏଥି ନିମନ୍ତେ ଅନୁଷ୍ଠିତ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ନାୟକଙ୍କ ସ୍ୱୃତିଚାରଣ କରିଥିଲେ। ସ୍ୱର୍ଗତ ନାୟକଙ୍କ ବନ୍ଧୁ ପ୍ରଫେସର ଅଟଳ ବିହାରୀ ନାୟକ, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ସଭାପତି ଅଜୟ ନାୟକ, ଡକ୍ଟର ସୁଧୀର ରଂଜନ ଜେନା, ପ୍ର. ଡ. ସୁଦର୍ଶନ ବାରିକ, ଜୈବ ବିଜ୍ଞାନୀ ରମ।।କନ୍ତ ପଣ୍ଡା, ସତ୍ର ପ୍ରକାଶ ସେଠୀ, କୁସୁମ ମଂଜରୀ ଦାସ, ପ୍ର. ଗୋପାଳ ସେଠୀ, ଦିଲିପ ନାୟକ, ଅବସରପ୍ରାପ୍ତ ପ୍ରା୍ମାପକ କମଳାକାନ୍ତ ସ୍ୱାଇଁ ପ୍ରମୁଖଙ୍କ ଉପସ୍ଥିତିରେ ସ୍ୱର୍ଗତ ନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା। ସ୍ୱର୍ଗତ ନାୟକଙ୍କ ସୁପୁତ୍ର ଇଂଜିନିୟର ନିଳାଦ୍ରୀ ନାୟକ ଏବଂ ପ୍ରଫେସର ଡ. ସୀମାଦ୍ରୀ ନାୟକଙ୍କ ପରିଚାଳନରେ ଅନୁଷ୍ଠିତ ସ୍ମୃତିସଭାରେ ଅତିଥିମାନେ ସ୍ୱୃତି ଚାରଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରି ଗୁଣାବଳୀ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.