Home ଜିଲ୍ଲା ପରିକ୍ରମା ରବିଫସଲ ପାଇଁ ୫୬୯୯୮,୩୩୭ହେକ୍ଟର ଚାଷ ଜମିକୁ ପୋଟେରୁ ଓ ସତିଗୁଡା କେନାଲରେ ଜଳସଚେନର ବ୍ୟବସ୍ଥା କରଗଲା

ରବିଫସଲ ପାଇଁ ୫୬୯୯୮,୩୩୭ହେକ୍ଟର ଚାଷ ଜମିକୁ ପୋଟେରୁ ଓ ସତିଗୁଡା କେନାଲରେ ଜଳସଚେନର ବ୍ୟବସ୍ଥା କରଗଲା

276

ମାଲକାନଗିରି,୧୧ ।୧(ଓଡିଆ ପୁଅ )ମାଲକନଗିରି ଜିଲ୍ଲାରେ ୨୦୧୯ ଓ ୨୦୨୦ କୃଷିବର୍ଷ ପାଇଁ ରବିଫସଲ ନିମନ୍ତେ ୫୬୯୯୮,୩୩୭ ହେକ୍ଟକ ଚାଷ ଜମିକୁ ଜଳସେଚିତ କରିବା ପାଇଁ ପୋଟେରୁ ଓ ସତିଗୁଡା କେନାଲରେ ଜଳ ଛଡାଯାଇଛି । ଜିଲ୍ଲାରେ ରବିଫସଲ ପାଇଁ ଚାଷୀମାନେ ସମସ୍ତପ୍ରକାର ପ୍ରସ୍ତୁତି ସାରିଦେଇଥିବା ବେଳେ ଜମିଗୁଡିକ ଜଳସେଚିତ ହୋଇନଥିବାରୁ ସେମାନଙ୍କ ଚାଷକାର୍ଯ୍ୟ ଆରମ୍ଭ କରିପାରିନଥିଲେ । ତୁରନ୍ତ କେନାଲରେ ପାଣିଛାଡିବା ପାଇଁ ଜଳସେଚନ ବିଭାଗ,ଜିଲ୍ଲାପାଳ,କୃଷିଅଧିକାରୀଙ୍କ ନିକଟରେ ଗତ କିଛି ଦିନହେଲା ଦାବିକରିଆସୁଥିଲେ । ଚାଷୀମାନଙ୍କ ଦାବିଅନୁଯାଇ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ପୋଟେରୁ ବୃହତ ଜଳସେଚନ ବିଭାଗ ଓ ସତୀଗୁଡା ମଧ୍ୟମ ଜଳସେଚନ ବିଭାଗ ପକ୍ଷରୁ ପୋଟେରୁ କେନାଲ ଓ ସତୀଗୁଡା କେନାଲରେ ଜଳ ଛଡାଯାଇଛି । ଆସନ୍ତା ୭.୫.୨୦୨୦ ତାରିଖ ପର୍ଯ୍ୟନ୍ତ ପୋଟେରୁ ଓ ସତୀଗୁଡା କେନାଲରେ ଜଳଛଡାଯିବ,ଏହି ଜଳଗୁଡିକୁ ଚାଷୀମାନେ ଠିକଭାବେ ବ୍ୟବହାର କରି ସେମାନଙ୍କ ଚାଷଜମି ଗୁଡିକୁ ଜଳ ସେଚନ କରି ଭଲଫସଲ ଉତ୍ପାଦନ କରିବା ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ସୁଚନା ଦିଆ ଯାଇଛି ,

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.