Home ଅପରାଧ ମହିଳା ନେତ୍ରୀଙ୍କ ଅଶ୍ରାବ୍ୟ ଟିପଣୀ: ପରାମର୍ଶ ଦେବେନି ବିଜେଡି ନେତ୍ରୀ?

ମହିଳା ନେତ୍ରୀଙ୍କ ଅଶ୍ରାବ୍ୟ ଟିପଣୀ: ପରାମର୍ଶ ଦେବେନି ବିଜେଡି ନେତ୍ରୀ?

953

ଭୁବନେଶ୍ୱର: ମହିଳା ସୁରକ୍ଷା, ମହିଳାଙ୍କୁ ସମ୍ମାନ ନେଇ ସବୁବେଳେ ସ୍ୱର ଉଠୁଛି।ମହିଳା ସୁରକ୍ଷା, ମହିଳାଙ୍କ ଅଧିକାର ଆଦି ପାଇଁ ବିଭିନ୍ନ ସରକାରଙ୍କ ସମେତ ମହିଳା କମିଶନ, ମହିଳା ସଙ୍ଗଠନ, ସମାଜସେବୀ ମାନେ କାମ କରୁଛନ୍ତି।ମହିଳାଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧିକ ଘଟଣା ଭିତରେ ସୋସିଆଲ ମିଡିଆରେ ମହିଳାଙ୍କୁ ଆକ୍ଷେପ କରି ଅଶାଳୀନ ଟିପଣୀ ଦେବା ଆଦି ଘଟଣାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି।ପୋଲିସର ସାଇବର ଅପରାଧ ସେଲ୍ ପକ୍ଷରୁ ଏ’ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ଉପରେ ନଜର ରଖାଯାଉଛି।ଯାହାହେଲେ ବି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମହିଳା ମାନଙ୍କୁ ଟାର୍ଗେଟ କରି ଅଶାଳୀନ ମନ୍ତବ୍ୟ ଦେବାର ଅଭିଯୋଗ ବାରମ୍ବାର ଆସୁଛି।କିନ୍ତୁ, ଯଦି ଜଣେ ମହିଳା ସେହି ସୋସିଆଲ ମିଡିଆରେ ଅଶାଳୀନ ଟିପଣୀ ଦିଏ?ଯଦି ଜଣେ ମହିଳା କୌଣସି ବିଚାରଧାରା ବା ଦଳକୁ ସମର୍ଥନ କରି, କୌଣସି ବିଚାରଧାରା କିମ୍ବା ଦଳକୁ ବିରୋଧ କରିବାକୁ ଯାଇ ଅଶାଳୀନ, ଅଭଦ୍ର ଟିପଣୀ ଦିଏ, ତେବେ?ମହିଳା ବୋଲି କ’ଣ ତାଙ୍କୁ ମାଫ୍?କୌଣସି ବିଚାରଧାରାକୁ ବିରୋଧ କରିବା ବା ସମର୍ଥନ କରିବା କାହାର ବ୍ୟକ୍ତିଗତ ରୁଚି ହୋଇପାରେ।ହେବା ମଧ୍ୟ ଉଚିତ୍।କିନ୍ତୁ, ଏପରି ଅଶାଳୀନ ମନ୍ତବ୍ୟ କାହିଁକି?ପୁଣି ତାହା ଏକ ସମୂହ ବିରୋଧରେ।ଯଦି ଏହାର ପ୍ରତିଉତ୍ତରରେ କେହି ତାଙ୍କୁ ସେପରି ଅଶାଳୀନ ମନ୍ତବ୍ୟ ଦିଏ, ତେବେ?ସାଇବର କ୍ରାଇମ ଅପରାଧ କ’ଣ କେବଳ ପୁରୁଷଙ୍କ ପାଇଁ?

ନିଜକୁ ବିଜୁ ଜନତା ଦଳ (ବିଜେଡି) ନେତ୍ରୀ ବୋଲାଉ ଥିବା ଜଣେ ମହିଳାଙ୍କ ଫେସବୁକ ଆକାଉଣ୍ଟରେ ଏପରି ଏକ ପୋଷ୍ଟ ଦୃଷ୍ଟିଗୋଚର ହେଇଛି।ଜେଏନୟୁ ଛାତ୍ର ଗଣ୍ଡଗୋଳ ଘଟଣାରେ ବାମପନ୍ଥୀ ଛାତ୍ର ସଙ୍ଗଠନ ଏବଂ ଦୀପିକା ପାଦୂକୋଣଙ୍କୁ ସମର୍ଥନ ଦେବାକୁ ଯାଇ ସେ ଅତ୍ୟନ୍ତ ଆପତ୍ତିଜନକ ପୋଷ୍ଟ କରିଛନ୍ତି।ଯାହା ପ୍ରତିପକ୍ଷକୁ ଉସୁକାଇବା ପାଇଁ ଉଦ୍ଦିଷ୍ଟ ପରି ଜଣାପଡ଼ୁଛି।ଏପରି ପୋଷ୍ଟ ସୋସିଆଲ ମିଡିଆ ମାଧ୍ୟମରେ ହିଂସା ସୃଷ୍ଟି କରିବାରେ ଯଥେଷ୍ଟ ସମ୍ଭାବନା ରହିଥାଏ।ସେ ଲେଖିଛନ୍ତି, “ନରେନ୍ଦ୍ର ମୋଦିଙ୍କ ପାଇଁ ପ୍ରଚାର କଲାବେଳେ ଦୀପିକା ସତୀ ଥିଲେ।କିନ୍ତୁ ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସମର୍ଥନ କଲାବେଳେ ଦୀପିକା ବେଶ୍ୟା ହୋଇଗଲେ।ବେ, ତୁମର ମା, ଭଉଣୀ ଅଛି ନାଁ ବେ, ନାଁ “–ପଡ଼ାରୁ ଜନ୍ମ ନେଇଛ।ବିଜେପି ପାଇଁ ପ୍ରଚାର କଲାବେଳେ ଦୀପିକା ଫଟୋକୁ ବେଡ଼ରୁମରେ ମାରୁଥିଲ,ତାକୁ ସେଲିବ୍ରେଟି କହି ତା’ ଫିଲ୍ମକୁ ପ୍ରମୋସନ କରୁଥିଲ।ଯେତେ ବେଳେ ଜେଏନୟୁକୁ ଗଲେ ସେତେବେଳେ ଫେସବୁକରେ ଦୀପିକାର ନେକେର୍ଡ ଫଟୋ ଖରାପ ଲାଗିଲା।ଅଲଜ୍ୟା କଣ ଗଛରୁ ଫଳନ୍ତି।ଜେଏନୟୁ ମାଟି ମାଡି ନଥିବା ବ୍ୟକ୍ତି ,ଜେଏନୟୁର ମର୍ଯ୍ୟାଦା ଜାଣିନଥିବା ବ୍ୟକ୍ତି ଏହିଭଳି ମନ୍ତବ୍ୟ ଦିଅନ୍ତି”।ସତେ ଯେପରି ସେ ନିଜେ ଜେଏନୟୁ ମାଟି ମାଡ଼ିଛନ୍ତି, ବୋଧେ ସେ ଜେଏନୟୁ ଛାତ୍ରୀ ଥିଲେ?ବୁଝିବାରେ ଜଣାପଡ଼ିଛି, ସଂପୃକ୍ତ ମହିଳା ଜଣଙ୍କ କିଛି ଦିନ ତଳେ ବିଜେପିରେ ଥିଲେ।ସେତେବେଳେ ସେ ବିଜେଡି ବିରୋଧରେ ଠିକ୍ ଏହିପରି ଆକ୍ଷେପ କରୁଥିଲେ।ବିଜେପିରେ ଗୁରୁତ୍ୱ ନ’ ମିଳିବାରୁ ବିଜେଡିକୁ ଚାଲିଆସି ଏବେ ବିଜେପିକୁ ଗାଳି କରୁଛନ୍ତି।ତେବେ, ବିଜେପି ମହିଳା ମୋର୍ଚ୍ଚାକୁ ପରାମର୍ଶ ଦେଉଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏବଂ ସୁଲତା ଦେଓ କ’ଣ ନିଜ ଦଳୀୟ ନେତ୍ରୀ ବା କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇପାରୁ ନାହାଁନ୍ତି?

-@Dr

ଅପରାଜିତାଙ୍କ ମାଷ୍ଟର ଷ୍ଟୋକ୍: ଧର୍ମେନ୍ଦ୍ରଙ୍କୁ ଲାଗିପାରେ ବଡ଼ ଝଟକା!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.