Home ଜିଲ୍ଲା ପରିକ୍ରମା ୩୧ତମ ସଡକସୁରକ୍ଷା ସପ୍ତାହ ରେ ଜନସଚେତନତା ରଥ ଉଦଘାଟିତ

୩୧ତମ ସଡକସୁରକ୍ଷା ସପ୍ତାହ ରେ ଜନସଚେତନତା ରଥ ଉଦଘାଟିତ

173

ମାଲକାନଗିରି,୧୧ ।୧(ଓଡିଆ ପୁଅ ) ୩୧ତମ ସଡକସୁରକ୍ଷା ସପ୍ତାହ ଉପଲକ୍ଷେ ମାଲକାନଗିରି ଜିଲ୍ଲା ରେ ଜନସଚେତନତା ରଥ ଓ ସୋଭାଯାତ୍ରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଜିଲ୍ଲାସଡକ ସୁରକ୍ଷା କମିଟି ପକ୍ଷରୁ ମାଲକାନଗିରି ଆଦର୍ଶଥାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ,ଜିଲ୍ଲାସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ, ଏସପି ରିଶିକେଶ ଡି ଖିଲାରୀ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ , ସହକାରୀ ଏସପି ଉଦ୍ଧବ ଚରଣ ନାୟକ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଡ. ଗୁଣନିଧି ନାୟକ ଯୋଗଦେଇ ହେଲମେଟ ବ୍ୟବହାରକରିବା,ସିଟବେଲ୍ଟ ଲଗାଇବା,ଗାଡି କାଗଜ ପତ୍ର ଠିକ ଭାବେ ରଖିବା,ଗାଡି ଚଲାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ବନ୍ଦରଖିବା,ମଦ୍ୟପାନ କରି ଗାଡି ନଚାଳାଇବା, ଟ୍ରାଫିକ ନିୟମ ପାଳିବା , ସଡକ ସୁରକ୍ଷା ଜୀବନରକ୍ଷା ସଂପର୍କରେ ଜନସଚେତନତାର ବାର୍ତା ଦେଇଥିଲେ । ଥାନା ପରିସରରେ ଏକ ଜନସଚେତନତା ରଥ ଓ ସୋଭାଯାତ୍ରା କୁ ଅତିଥି ମାନେ ଉଦଘାଟନ କରିବା ପରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ମାନେ ସୋଭାଯାତ୍ରା ରେ ସହରପରିକ୍ରମା କରି ରାସ୍ତାରେ ଯାତାୟତକରୁଥିବା ଦୁଇଚକିଆ,ଚାରିକିଆ ଯାନ ଚାଳକ ମାନଙ୍କୁ ସଡକସୁରକ୍ଷା ସଂପର୍କରେ ବାର୍ତା ଦେଇ ଜନସଚେତନତା ସୃଷ୍ଟି କରିଥିଲେ । ଜିଲ୍ଲା ଆଚଂଳିକ ପରିବହନ ଅଧିକାରୀ ସନତ କୁମାର ଜେନା,ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଓ ଅନ୍ୟାନ ପୁଲିସ ଅଧିକାରୀ ,ଜିଲ୍ଲାସୁଚନା ଲୋକସଂପର୍କ ବିଭାଗର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.