Home ଓଡ଼ିଶା ରଥରେ ପାରାବାଡି ଉଠି ଖପୁରୀ ଲାଗିଲା

ରଥରେ ପାରାବାଡି ଉଠି ଖପୁରୀ ଲାଗିଲା

114


ପୁରୀ, ୧୪/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜିଉ ମାନଙ୍କର ରଥଯାତ୍ରା ହେବାକୁ ମାତ୍ର ଆଉ ୯ ଦିନ ବାକି ରହିଥିବା ବେଳେ ରଥଖଳା ରେ ବିଶ୍ୱକ୍ରମା ସେବକ ମାନେ ରଥ ପ୍ରସ୍ତୁତି ରେ ଯୋରସୋର ଲାଗିଯାଇଛନ୍ତି। ଗତକାଲି ସୁଦ୍ଧା ତିନି ରଥରେ ପାରାଭାଡି ଲଗାଯାଇ ଖପୁରୀ ସ୍ଥାପନ କରାଯାଇଛି। ଖପୁରୀ ଉପରେ କଳସ ଡାଙ୍ଗିଆ ପୋତା ହୋଇ ଲଗାଯିବ କଳସ ଓ ଓଲଟଶୁଆ। ରଥଖଳା ରେ ଦୁଆର ଘଢା କାର୍ଯ୍ୟ ଶେଷ ହେବା ପରେ ଚିତ୍ରକାର ସେବାୟତ ମାନେ ରଙ୍ଗ କାର୍ଯ୍ୟ ରେ ଲାଗି ପଡିଛନ୍ତି। ଅଶ୍ୱ ଲଗାଯିବା ପାଇଁ ଆଶାବାଡି ରେ ଗୁଣ୍ଠିଆ କାର୍ଯ୍ୟ ଆରମ୍ଭ ହୋଇଛି। ନନ୍ଦି ଘୋଷ ରଥର ମୁଖ୍ୟ ବିଶ୍ୱକ୍ରମା ସେବକ ବିଜୟ ମହାପାତ୍ର, ତାଳଧ୍ୱଜ ରଥର ମୁଖ୍ୟ ସେବକ ବିଶ୍ୱକ୍ରମା ନରସିଂହ ମାହାପାତ୍ର ଓ ଦର୍ପଦଳନ ରଥର ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମାହାରଣା ଙ୍କ ନିର୍ଦେଶରେ ତିନୋଟି ଯାକ ରଥର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି। ଅପର ପକ୍ଷରେ ରୂପକାର ସେବକ ଚିତ୍ରକର ସେବକ ଦରଜି ସେବାୟତ ଓଝା ସେବାୟତ ଓ ଭୋଇ ସେବାୟତ ମାନେ ନିଜ ନିଜ କାର୍ଯ୍ୟ ରେ ଆଗେଇ ଚାଲିଛନ୍ତି। ପ୍ରତ୍ୟହ ରଥ ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ସମସ୍ତ ସେବାୟତ ଙ୍କର ଥର୍ମାଲ୍ ସ୍କିନିଙ୍ଗ୍ କରାଯିବା ପରେ ସେମାନଙ୍କୁ ରଥଖଳା ରେ ପ୍ରବେଶ କରିବାକୁ ଦିଆଯାଉଛି।ସମସ୍ତ ସେବାୟତ ସୁସ୍ଥ ଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.