Home ଓଡ଼ିଶା ରଥଖଳାରେ କାର୍ଯ୍ୟ ଯୋରସୋରରେ ଲାଗିଛି ରଥରେ ଉଠିଲା ତୃତୀୟ ଭୂଇଁ

ରଥଖଳାରେ କାର୍ଯ୍ୟ ଯୋରସୋରରେ ଲାଗିଛି ରଥରେ ଉଠିଲା ତୃତୀୟ ଭୂଇଁ

177

ପୁରୀ, ୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ମହାପ୍ରଭୁ ଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ରେ ବିଶ୍ୱକ୍ରମା ମାନେ ରଥ ନିର୍ମାଣ କାର୍ଯ୍ୟ ରେ ଯୋରସୋର ରେ ଲାଗି ପଡିଛନ୍ତି। ଚଳିତ ବର୍ଷ ରଥନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟର ୧୨ ଦିନ ପରେ ଓ ମଝିରେ ଅମ୍ପନ ବାତ୍ୟା ପାଇଁ ଦେଢ ଦିନ କାମ ବନ୍ଦ ରହିଥିଲେ ସୁଧା ବିଶ୍ୱକ୍ରମା ସେବକ ମାନେ ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ୩ ରଥର ଚାରି ନାହାକା ଲଗାଇଥିଲେ। ଗତକାଲି ୩ ରଥରେ ତୃତୀୟ ଭୂଇଁ ଉଠାଯାଇଛି। ପ୍ରଥମେ ରଥରେ ଯମକ ସ୍ଥାପନ ହୋଇଥିଲା। ରଥର ଗୟଳ ଓ ୪ ନାହାକ କୁ ବାନ୍ଧି ରଖିଥାଏ ଯମକ। ଯମକ ଲାଗିବା ପରେ ତୃତୀୟ ଭୂଇଁ ଟୁଙ୍କୁରା ଗଲା।ବିଶ୍ୱକ୍ରମା ଙ୍କ ନିର୍ଦେଶରେ ଭୋଇ ସେବକ ମାନେ କାଠ ସବୁକୁ ରଥ ଉପରକୁ ବୋହି ନେଇଥିଲେ। ବିଶ୍ୱକ୍ରମା ମାନେ ମାପ ଚୁପ କରି କଂଟା ପିଟିଥିଲେ। ତୃତୀୟ ଭୂଇଁ ଟୁଙ୍କୁରା ରେ ଅକାଚ ମାଛ ପାତିଆ ଛିଆଣ ଭୂଇଁ ନାହାକା ଓ ଖଦୀ ଓରା ଆଦି ଲଗାଯାଇଥିଲା। ଖଦୀଓରା ବିନ୍ଧରେ ଭୂଇଁ ନାହାକା ସାଲ ହୋଇ ଭର୍ତି କରାଯାଇଥିଲା। ପାଖୁଡା ଉପରେ ଅକାଚ ଓ ମାଛ ପାତିଆ ଲଗାଯାଇଥିଲା। ଭୂଇଁ ଶେଣା ଉପରେ ଛିଆଣ ପଡିଥିଲା। ଏହାପରେ କଂଟା ବାଡିଆ ଯାଇଥିଲା। ରଥ ଅମିନ ଭୋଇ ସେବକଙ୍କ ଜରିଆରେ ବିଶ୍ୱକ୍ରମା ଙ୍କୁ ପୋଟଳ ଧ୍ୱଜବତା ଭୂଇଁ ଖମ୍ବା ଖଦୀ ଓରା ପାଇଁ କାଠ ଯୋଗାଇଥିଲେ। ରଥଖଳା ରେ ଧ୍ୱଜବତା କଳସ ପେଣ୍ଡି ଓ କନକ ମୁଣ୍ଡି କାମ ସରିଛି। ରୂପକାର ମାନେ ନାଟ ଗୋଡରେ ରାହୁ ରୂପ ସହ ୪ ପରିଛାରେ ଡାଳି କଟା ଖୋଦେଇ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.