Home ଓଡ଼ିଶା ରଣପୁର ହରଚଣ୍ଡିସାହି ରଘୁନାଥଜୀୟୁ ଙ୍କ  ବିଶ୍ୱଶାନ୍ତି ମାହାଯଜ୍ଞ ପୁର୍ଣ୍ଣାହୁତି ସମାପନ

ରଣପୁର ହରଚଣ୍ଡିସାହି ରଘୁନାଥଜୀୟୁ ଙ୍କ  ବିଶ୍ୱଶାନ୍ତି ମାହାଯଜ୍ଞ ପୁର୍ଣ୍ଣାହୁତି ସମାପନ

77

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୧୨- ନୟାଗଡ ଜିଲ୍ଲା ରଣପୁର ହରଚଣ୍ଡିସାହି ସ୍ଥିତ ରଘୁନାଥଜୀୟୁ  ମନ୍ଦିରରେ  ଚାଲିଥିବା ୪ ଦିନ ବ୍ୟାପୀ  ବିଶ୍ୱଶାନ୍ତି ମହାଯଜ୍ଞର ପୁର୍ଣ୍ଣାହୁତି ସମାପନ ହୋଇଯାଇଅଛି । ୧୩ ବର୍ଷ ଧରି ରଘୁନାଥଜୀୟୁ ଙ୍କ ବିଗ୍ରହ ପ୍ରତିଷ୍ଠା ପରେ ଏହି ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଅଛି ।

ଏଥିରେ ହରଚଣ୍ଡି ସାହି , ପାଟରାସାହି , ସାମୁକା ସାହି , ଖମାରି ସାହି, ଖଟିଆ ସାହି ଆଦିର ଶ୍ରଦ୍ଧାଳୁ ଭକ୍ତମାନେ ଅଂଶ ଗ୍ରହଣ କରିଥିଲେ ।  ପ୍ରତିଦିନ ଅପରାହ୍ନରେ ରାମଚରିତ ମାନସ ପାରାୟଣ ପ୍ରବଚନ ଅନୁଷ୍ଠିତ ହେଉଥିଲା ।  ପୁର୍ଣ୍ଣାହୁତି ଦିବସରେ ଅନ୍ନଛତ୍ର ଖୋଲାଯାଇ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଓ ଶିଶୁ ମାନଙ୍କୁ ପ୍ରସାଦ ପରିବଣ୍ଟନ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.