Home ଓଡ଼ିଶା ଝାଡପଡା ମିଶନ୍ ଶକ୍ତି ଗୃହ ସ୍ଥାନ ପରିବର୍ତ୍ତନ ପାଇଁ ମହିଳା ଗୋଷ୍ଠୀର ଦାବୀ

ଝାଡପଡା ମିଶନ୍ ଶକ୍ତି ଗୃହ ସ୍ଥାନ ପରିବର୍ତ୍ତନ ପାଇଁ ମହିଳା ଗୋଷ୍ଠୀର ଦାବୀ

64

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୧୨-  ସାରା ରାଜ୍ୟରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଜୀବିକା ମିଶନ୍ ଓ ମିଶନ୍ ଶକ୍ତି ଭଳି ଯୋଜନା କରିଛନ୍ତି ।  ପଞ୍ଚାୟତ ସ୍ତରରେ ମହିଳା ମାନଙ୍କୁ ମିଶନ୍ ଶକ୍ତି କାର୍ଯ୍ୟକ୍ରମ ଚଲାଇବା ପାଇଁ ଗୃହ ନିର୍ମାଣ ଚାଲିଛି ।  ସରକାର ପ୍ରତି ଗ୍ରାମ ପଞ୍ଚାୟତରେ  ୫ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ମିଶନ୍ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି ।  ଗୃହ ନିର୍ମାଣର ସ୍ଥାନ ଚିହ୍ନଟକୁ ନେଇ ରଣପୁର ବ୍ଲକ ଝାଡପଡା ନୂତନ ଗ୍ରାମ ପଞ୍ଚାୟତରେ  ବିବାଦ ଦେଖାଦେଇଛି ।  ମହିଳା ମାନଙ୍କର ଦାବୀ ଅନୁଯାଇ ଗ୍ରାମ ପଞ୍ଚାୟତର ମଧ୍ୟସ୍ଥଳରେ  ମିଶନ୍ ଶକ୍ତି ଗୃହ ନିର୍ମାଣ କରାଯାଉ । କିନ୍ତୁ ଗୃହ ନିର୍ମାନ ପାଇଁ ଚିହ୍ନଟ ହୋଇଥିବା ଜାଗା ଟି ଏକ ପାଖିଆ ହୋଇଯାଉଛି ।  ଯାହାଫଳରେ ବୋକାଖାଇ ଓ କାଞ୍ଚନପୁର ଗ୍ରାମର ମହିଳା ଗୋଷ୍ଠୀକୁ ଦୂରତ୍ୱ ବଢି ଯାଉଛି ।

ସେମାନେ ନିର୍ମାନ କାର୍ଯ୍ୟକୁ ଅଧାରୁ ବନ୍ଦକରି ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀଙ୍କୁ ଅଭିଯୋଗ କରିଥିଲେ । ନିର୍ମାଣ କାର୍ଯ୍ୟ ବନ୍ଦ ଥିଲା କିନ୍ତୁ ପୁର୍ନବାର କାର୍ଯ୍ୟ ଚାଲିବା ଯୋଗୁଁ ମହିଳା ମାନେ ମଧ୍ୟସ୍ଥ ସ୍ଥଳରେ ନିର୍ମାନ କରିବାକୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ମହିଳା ମାନେ ରଣପୁର ପଞ୍ଚାୟତ ସମିତି ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି । ଏ ସର୍ମ୍ପକେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ମହିଳାମାନେ ଅଭିଯୋଗ କରିଛନ୍ତି । ମିଶନ୍ ଶକ୍ତି ଗୃହ ନିର୍ମାଣ ହୋଇଥିବା ଜାଗାକୁ ଯାଇ ତନଖି କରିବା ପରେ ସମସ୍ତଙ୍କ ସୁବୁଧା ହେଲାଭଳି ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.