Home ଓଡ଼ିଶା ରଣପୁର ରେ ପରିବାର ଦର ଆକାଶ ଛୁଆଁ ଗ୍ରାହକ ଛାନିଆଁ

ରଣପୁର ରେ ପରିବାର ଦର ଆକାଶ ଛୁଆଁ ଗ୍ରାହକ ଛାନିଆଁ

72

ନୟାଗଡ/୦୨/୧୧(ଓଡିଆ ପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ କାର୍ତ୍ତିକ ମାସ ପଶୁ ପଶୁ ପରିବା ଦର ଶୁଣି ଗ୍ରାହକ ମାନେ ଛାନିଆଁ ହୋଇପଡୁଥିବା  ଜଣାପଡିଛି । ସାଧାରଣତଃ କାର୍ତ୍ତିକ ମାସ ଧର୍ମ ମାସ ହୋଇଥିବାରୁ ବହୁପରିବାର ଆମିଷ ଛାଡି ନିରାମିଷ ଖାଦ୍ୟ ଗ୍ରହଣ କରିଥାନ୍ତି । ତା ସାଙ୍ଗକୁ କାର୍ତ୍ତିକ ମାସ ସାରା ହବିଷିଆଳି ମାନେ ହବିଷ ରୂପେ ଅରୂଆ ଭାତ ସାଙ୍ଗକୁ ଡାଲ୍‌ମା ଓ ଶାଗ ତରକାରୀ କୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି । ବଜାରକୁ ପରିବା ପାଇଁ ଆସିଲେ ପରିବା ଦର ଶୁଣି ମୁଣ୍ଡରେ ହାତ ଦେଉଛନ୍ତି । ରଣପୁର ବଜାର ରେ ଆଳୁ କିଲୋ ପିଛା ୪୦, ପିଆଜ ୭୦, ବାଇଗଣ ୫୦, ବିନ୍ ୭୦, ଭେଣ୍ଡି ୫୦, ଗୁଆଁର ୫୦, ପାଳୁଅ ୫୦, .କନ୍ଦମୂଳ ୩୦, ଅମୃତଭଣ୍ଡା ୩୦, ଝୁଡଙ୍ଗ ୪୦, ଫୁଲକୋବି ୬୦, ବନ୍ଧାକୋବି ୪୫, ଦେଶୀଆଳୁ ୪୦, ସାରୁ ୩୦, କଞ୍ଚାଲଙ୍କା ୧୦୦, କଖାରୁ ୨୦ ଟମାଟୋ ୪୦, କାକୁଡି ୨୦ ଏ ସବୁ କିଲୋପଛା ଦର ଥିବା ବେଳେ କଞ୍ଚା

କଦଳୀ ଗୋଟା ପିଛା ୭ ଟଙ୍କା ଦର ରେ ବିକ୍ରୟ ହେଉଛି । ଯାହାକୁ ନେଇ ଦୋକାନୀ ମାନଙ୍କୁ ପଚାରିଲେ କୁହନ୍ତି ଯେ ଆଳୁ ପିଆଜ ଉପରୁ ଦର ବଢିଛି  । କଞ୍ଚା ପରିବା ଲଘୁଚାପ ଜନିତ ବର୍ଷା ଯୋଗୁଁ କମ୍ ଅମଳ ହେଉଛି । କୋଶଳା ଶାଗ ବର୍ଷା ରେ ପଚିଯିବା ଯୋଗୁଁ ବଜାର କୁ କମ୍ ଆସୁଛି । ବିଡା ପିଛା ୧୫ଟଙ୍କା ରୁ ୨୦ ଟଙ୍କା ରେ ବିକ୍ରୟ ହେଉଛି । ଗ୍ରାହକ ମାନେ ଏକ କେଜି ନେବା ଯାଗାରେ ଅଧକିଲୋ କିମ୍ବା ପାଏ ନିେଇ ଚଳାଇ ଦେଉଛନ୍ତି । ଗ୍ରାହକ ମାନଙ୍କୁ ପଚାରିଲେ କୁହନ୍ତି କୋଭିଡ୍ ପରେ ପରେ ପରିବା ଦର ଆକାଶ ଛୁଆଁ ହେବା ଯୋଗୁଁ  କଣ କରିବୁ କଣ ଖାଇବୁ  ଚିନ୍ତା କରିପାରୁ ନାହୁଁ । ସରକାର ପରିବା ଦର କୁ ନିୟନ୍ତ୍ରଣ କରନ୍ତୁ  ନଚେତ୍ ଅତ୍ୟାବଶକ ଖାଉଟି ସାମଗ୍ରୀ ଭାବେ ଯେଉଁଭଳି ଚାଉଳ, ଡାଲି ଓ ବୁଟ ପ୍ରଦାନ କରୁଛନ୍ତି  ସେହିଭଳି ଭାବରେ ପରିବା ପତ୍ର କାର୍ତ୍ତିକ ମାସରେ ଯୋଗାଇଲେ ଏହି ପରିବା କଷ୍ଟରୁ ଆମ୍ଭେମାନେ ମୁକ୍ତି ପାଇପାରିବୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.