Home ଜିଲ୍ଲା ପରିକ୍ରମା ଆଲୋଚନା ପରେ ସଚଳ ହେଲା ଫାଲକନ କମ୍ପାନୀ କାର୍ଯ୍ୟ

ଆଲୋଚନା ପରେ ସଚଳ ହେଲା ଫାଲକନ କମ୍ପାନୀ କାର୍ଯ୍ୟ

46

ବାହାନଗା,୦୨ା୧୧(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଓଳିଆ ପାଟଣା ନିକଟରେ ଥିବା ଫାଲକନ ମେରାଇନରେ ଶ୍ରମିକ ଅଶାନ୍ତି ଦେଖା ଯାଇଥିଲା । । ବର୍ଦ୍ଧିତ ଦରମାକୁ କେନ୍ଦ୍ର କରି କାର୍ଯ୍ୟ ବନ୍ଦ କରିବାକୁ ଶ୍ରମିକ ନିଷ୍ପତି କରି ୨୯ ତାରିଖ ଦିନ ଆନ୍ଦୋଳନ କରିଥିଲେ । କିନ୍ତୁ କମ୍ପାନୀ ପକ୍ଷରୁ ଏପ୍ରିଲ ମାସ କଥା ବିଚାରକୁ ନେବା ପାଇଁ ପ୍ରତିଶୃତି ଦେଇ ଥିଲେ ।କିନ୍ତୁ ଶ୍ରମିକ ମାନେ ଏହାକୁ ନ ଶୁଣି ଏବେ ଦରମା ବର୍ଦ୍ଧିତ କରିବାକୁ ଜିରେ ଅଟଳ ରହି କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତି ନେଇ ଗତ ୨୯ ତାରିଖ ଦିନ ଏକତ୍ରିତ ହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରି କାର୍ଯ୍ୟ ବନ୍ଦ କରି ଥିଲେ । ଏହାପରେ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମେନେଜମେଣ୍ଟ ଓ ଶ୍ରମିକ ୟୁନିୟନ ସହ ଆଲୋଚନା କରି ସମାଧାନ ପାଇଁ ଉଦ୍ୟମ କରିଥିଲେ । ଶ୍ରମିକ ମାନେ ନିଜ ଜିଦରେ ଅଟଳ ଥିବା ବେଳେ ମେନେଜମେଣ୍ଟ ପ୍ଲାଣ୍ଟ ବନ୍ଦ କରିବା ପାଇଁ ନିଷ୍ପିି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ କମପାନୀ ବନ୍ଦ କରିବାକୁ ନିଷ୍ପତି ନେଇ ଥିଲେ । ବହୁ ଶ୍ରମିକଙ୍କ ଜୀବୀକା ଏହା ଉପରେ ନିର୍ଭର କରୁ ଥିବାରୁ ସେଥିରୁ କିଛି ଶ୍ରମିକ କମ୍ପାନୀ ପାଖରେ ନିବେଦନ କରିଥିଲେ । ଫଳରେ କମ୍ପାନୀର ମେନେଜିଂ ଡାଇରେକକ୍ଟର ତାରା ପ୍ରସାଦ ପଟ୍ଟନାୟକ ଆସି କମପାନୀ ପରିସରରେ ପହଞ୍ଚି ସବୁ ଘଟଣା ହୃଦୟଙ୍ଗମ କରି ଆଲୋଚନା କରି ଥିଲେ । ଆଲୋଚନାରେ ସ୍ଥାନୀୟ ସରପଞ୍ଚ , ଶ୍ରମିକ ୟୁନିୟନ ସହ ଆଲୋଚନା କରି କମ୍ପାନୀ ସଚଳ କରିବାକୁ ପ୍ରତିଶୃତି ଦେଇଥିଲେ । ଶ୍ରମିକଙ୍କର ଦାବୀ ବର୍ଦ୍ଧିତ ଦରମା ଆଗାମୀ ବର୍ଷ ଏପ୍ରିଲ ମାସକୁ ବିଚାରକୁ ନିଆ ଯିବବୋଲି ପ୍ରତିଶୃତି ଦେଇଥିଲେ । ଏବଂ ଆଲୋଚନାରେ ଯେପରି ୨୯ଅକ୍ଟୋବର ଭଳି ସମସ୍ୟା କେବେ ନହୁଏ ସେଥି ପାଇଁ ଆଲୋଚନା କରିଥିଲେ । ଫଳରେ ସୋମବାର ଠାରୁ କମ୍ପାନୀର କାର୍ଯ୍ୟ ପୂର୍ବବତ ଆରମ୍ଭ ହୋଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.