Home ଓଡ଼ିଶା ରଣପୁର ବ୍ଲକ ରେ ୪୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ନେଇ ଗାଁ ଗାଁରେ ଅସନ୍ତୋଷ

ରଣପୁର ବ୍ଲକ ରେ ୪୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ନେଇ ଗାଁ ଗାଁରେ ଅସନ୍ତୋଷ

60

ନୟାଗଡ/୨୦/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟ ସରକାର ଶିକ୍ଷା ବିଭାଗରେ ପରିବର୍ତ୍ତନ ଆଣିବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି  ତାହା ଫଳରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନରେ ଥିବା ୪୯ଗୋଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେଇଯାଉଅଛି । ପ୍ରାଥମିକ ପର୍ଯ୍ୟାୟରେ ୨୩ଗୋଟି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାନଙ୍କୁ ନୋଟିସ୍ ପ୍ରଦାନ କରାଯାଇଛି । ତାଙ୍କ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ନିକଟସ୍ଥ ବିଦ୍ୟାଳୟରେ  ନାମ ଲେଖାଇବା ପାଇଁ । ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ୨୬ ଗୋଟି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କୁ ନୋଟିସ୍ ପ୍ରଦାନ ପାଇଁ କାଗଜ ପତ୍ର ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୨୩ ଗୋଟି ନୋଟିସ୍ ପ୍ରଦାନ କରାଯାଇଥିବା ପ୍ରଥମିକ ବିଦ୍ୟାଳୟ ଗୁଡିକ ହେଲା ସାନତୁଲୁବି,ଗୁଣ୍ଡୁରାବାଡି,ହରିପୁର,ପାଣଗାଁପଲ୍ଲୀ,ମାନପୁର,ପାଟବେରେଣା,ଶ୍ରୀକୃର୍ଷ୍ପପୁର,ବଗଲ,ଅରଖପଲ୍ଲୀ,ଆଖୁପଦର,କୋଟଣିଶିଳା, ଅନ୍ଧାରୁଆ, ଇଚ୍ଛାପୁର, ପାଇକରାପୁର, କେନ୍ଦୁବଣିଆ, ଦାମଦରୋପୁର,କେଶିଆପଲ୍ଲୀ, ଗମ୍ଭାରୀଖୋଲ, ବିମ୍ବାଧରପୁର, କୋଟପୋଖରୀ, ନାକିଠଣା ଓ ଅନ୍ୟ ଦୁଇ ପ୍ରଥମିକ ବିଦ୍ୟାଳୟ  ।

ଏହି ବିଦ୍ୟାଳୟ ମଧ୍ୟରେ କିଛି ବିଦ୍ୟାଳୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଅନ୍ୟ କେତେକ ବିଦ୍ୟାଳୟ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ରହିଅଛି । ବିଦ୍ୟାଳୟ ମିଶ୍ରଣ  ସର୍ମ୍ପକେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରେ ସୂଚନା ଦିଅନ୍ତି ଯେ କିଛି ବିଦ୍ୟାଳୟ ବନ୍ଦ କରି ମିଶ୍ରଣ କରିବା ପାଇଁ ସରକାର ଏକ ଗାଇଡ୍ ଲାଇନ୍ ନିର୍ଦ୍ଧାରଣ କରିଛନ୍ତି । ସେହି ଗାଇଡ୍ ଲାଇନ୍ ଭିତରେ ରହିଛି ବିଦ୍ୟାଳୟରୁ ବିଦ୍ୟାଳୟ ଏକ କିଲୋମିଟର ରୁ କମ୍ ଦୂରତ୍ୱ ଓ  ବିଦ୍ୟାଳୟରେ ୨୦ ରୁ କମ୍ ଛାତ୍ର ଛାତ୍ରୀ ମାନଙ୍କ ଅଧ୍ୟୟନ । ଏଥି ସହ ଯେଉଁ ଗ୍ରାମ ମାନଙ୍କରେ ଅନ୍ୟ ବିଦ୍ୟାଳୟକୁ ଯିବାପାଇଁ ଜଙ୍ଗଲ ରାସ୍ତା ଓ ଜାତୀୟ ରାଜପଥ ପଡୁଥିବ ସେହି ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଜିଲ୍ଲାପାଳ ମାନେ ସ୍ଥିତି ଅନୁଧ୍ୟାନ କରି ନିଷ୍ପତି ନେବେ । ଏ ସର୍ମ୍ପକେ ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜ୍ୟୋତି ପ୍ରକାଶ ଦାଶ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ସରକାରଙ୍କ ଏହି ବିଦ୍ୟାଳୟ ମିଶ୍ରଣ ନିଷ୍ପତି ଫଳରେ ବହୁ ଛାତ୍ର ଛାତ୍ରୀ ଅଧାରୁ ପାଠ ଛାଡିବେ । କାରଣ ପୂର୍ବରୁ ବହୁ ଛାତ୍ର ଛାତ୍ରୀ ଅଧାରୁ ପାଠ ଛାଡୁଥିବା ସଂଖ୍ୟା ବଢିବା ଯୋଗୁ ସରକାର ବିଦ୍ୟାଳୟର ସଂଖ୍ୟା ବଢାଇଥିଲେ ।  ପ୍ରଧାନ ଶିକ୍ଷକ ମାନେ ଏହିଭଳି ନୋଟିସ୍ ପାଇବା ପରେ ଯେଉଁ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେଉଛି ସେହି ଗ୍ରାମ ମାନଙ୍କରେ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଲାଣି । ଏହି ଅସନ୍ତୋଷ ଆନ୍ଦୋଳନର ରୂପ ନେଇପାରେ ବୋଲି ବୁଦ୍ଧିଜିବୀ ମାନେ ଆଲୋଚନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.