Home ଓଡ଼ିଶା ରଣପୁର ବ୍ଲକ ରେ ଦୁର୍ନିତୀ ନିବାରଣ ସପ୍ତାହ ପାଳିତ

ରଣପୁର ବ୍ଲକ ରେ ଦୁର୍ନିତୀ ନିବାରଣ ସପ୍ତାହ ପାଳିତ

34

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୧୦- ରାଜ୍ୟ ଦୁର୍ନିତୀ ନିବାରଣ ବିଭାଗ ତରଫରୁ ଅକ୍ଟୋବର ୨୬ ତାରିଖ ଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନିତୀ ନିବାରଣ ସପ୍ତାହ ପାଳନ ହେଉଅଛି ।  ତେଣୁ ନୟାଗଡ ଜିଲ୍ଲାପାଳ ପୋମା ଟୁଡୁ ଙ୍କ ନିର୍ଦେଶ ରେ ରଣପୁର ବ୍ଲକ ପରିସର ରେ ଏହି ଦୁର୍ନିତୀ ନିବାରଣ ସପ୍ତାହ ପାଳନ ହୋଇଅଛି । ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର ସମସ୍ତ କର୍ମଚାରୀ ଙ୍କୁ ନେଇ ଦୁର୍ନିତୀ ନିବାରଣ ପାଇଁ ବାର୍ତ୍ତା ଆମ ଦେଶ ର ଆର୍ôଥକ  , ରାଜନୈତିକ ଓ ସାମାଜିକ ପ୍ରଗତି ପଥରେ ଦୁର୍ନିତୀ ହିଁ ପ୍ରତିବନ୍ଧକ ସାଜିଛି ବୋଲି କହିଥିଲେ । ଦୁର୍ନିତୀ ର ମୂଳୋଉତ୍ପାଟନ ପାଇଁ  ସମସ୍ତ ଅଂଶୀଦାର ଯଥା ସରକାରୀ ନାଗରିକ ସମୁଦାୟ ତଥା ଘରୋଇ କ୍ଷେତ୍ର ସମସ୍ତେ ଏକତ୍ର ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ପ୍ରତେକ ନାଗରିକ ସବୁ ସମୟରେ ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠା ରେ ପ୍ରତିବଦ୍ଧ ରହି ଦୁର୍ନିତୀ ବିରୁଦ୍ଧ ରେ ସଂଗ୍ରାମ କରିବା ପାଇଁ ଡାକରା ଦେଇଥିଲେ ।  ସେଥିପାଇଁ ଜୀବନ ରେ ପ୍ରତ୍ୟେକ କ୍ଷେତ୍ର ରେ ସଚ୍ଚୋଟତା ଓ ଆଇନ ଶାସନ କୁ ଅନୁପାଳନ କରିବା , ଉତ୍କୋଚ ନେବ ନାହିଁ କିମ୍ବା ଦେବ ନାହିଁ , ସମସ୍ତ ଦାୟିତ୍ୱ କୁ ସାଧୁତା ଓ ସ୍ୱଚ୍ଛତା ର ସହ ସମ୍ପାଦନ  କରିବା , ଜନ ସାଧାରଣ ଙ୍କ ହିତ ପାଇଁ କାର୍ଯ୍ୟ କରିବା , ନିଜ ବ୍ୟକ୍ତିଗତ ଆଚରଣ ରେ ଦୃଷ୍ଟାନ୍ତ ମୂଳକ ସାଧୁତା ବଜାୟ ରଖି ଉଦାହରଣ ସୃଷ୍ଟି କରିବା ଓ ଦୁର୍ନିତୀ ସର୍ମ୍ପକ ରେ ପ୍ରତ୍ୟେକ ଘଟଣା ଉପଯୁକ୍ତ କର୍ତ୍ତୁପକ୍ଷ ଙ୍କ ଦୃଷ୍ଟି ଆର୍କଷଣ କରିବା ପାଇଁ ସପଥ ନେଇଥିଲେ  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.