Home ଓଡ଼ିଶା ପୁଅ ଫେରିବା ବାଟ କୁ ଚାହିଁ ରହିଛନ୍ତି ବାପା ମା

ପୁଅ ଫେରିବା ବାଟ କୁ ଚାହିଁ ରହିଛନ୍ତି ବାପା ମା

56

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୧୦-   ସାଧାରଣତଃ ବୃଦ୍ଧ ବାପା ମା ମାନେ ଆଶା କରିଥାନ୍ତି ସେମାନଙ୍କ ପରିଣତ ବୟସ ରେ ପିଲା ମାନେ ସାହାଯ୍ୟ ସହଯୋଗ ଓ ସେବା କରିବେ । କିନ୍ତୁ ପିଲାମାନେ ନିଖୋଜ ହେବାର ଦୁଃଖ ଅନେକ କଷ୍ଟ ଦାୟକ । ସେଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି  ନୟାଗଡ ଜିଲ୍ଲା ରଣପୁର ପୈାରାଞ୍ଚଳ ରାଜବାଟି ନୂଆସାହି  ରେ  । ବୁଲା ପରିଡା(୫୮) ନାମକ ଜଣେ ଉଠା ପରିବା ବ୍ୟବସାୟୀ । ତାଙ୍କର ଗୋଟିଏ ବୋଲି ପୁଅ ଶିବଶଙ୍କର ସ୍ୱାଇଁ (୨୭) । ସେ ଭାବିଥିଲେ ତାଙ୍କ ପରିଣତ ବୟସ ରେ ପୁଅ ସାହାଯ୍ୟ ସହଯୋଗ ଓ ସେବା କରିବ । କିନ୍ତୁ ପୁଅ ଶିବଶଙ୍କର ୨୦୨୧ ମସିହା ଫେବୃଆରୀ ୧୮ ତାରିଖ ଦିନ ଗୋଟାଏ ବେଳେ ଘରୁ କେଉଁଆଡେ ଚାଲିଗଲା ।

ବହୁ ଖୋଜାଖୋଜି ପରେ ଅପରାହ୍ନ ୫ ଟା ସମୟରେ ପୁଅ ନେଇଥିବା ମଟର ସାଇକେଲ ଟି ମଣିନାଗ ପାହାଡ ଉପରେ ମିଳିଥିଲା । ପାହାଡ ଉପରୁ ମଟର ସାଇକେଲ ଟି ଘରକୁ ଆଣିବା ପରେ ରଣପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ତା ପରେ ସାଇ ଭାଇ ଲୋକ ଙ୍କୁ ନେଇ ମଣିନାଗ ପାହାଡ ସାରା  ୫ ଦିନ ଖୋଜା ଖୋଜି କରିଥିଲେ । କିନ୍ତୁ  ପୁଅର କୈାଣସି ସନ୍ଧାନ ମିଳିଲା ନାହିଁ । ବିବାହିତ ବୋହୁ ଛୋଟ ନାତୁଣୀ ଙ୍କୁ ସାଙ୍ଗରେ ଧରି ବାପ ଘରକୁ ଚାଲିଯାଇଛି । ପୁଅ ର ଫେରିବା ବାଟ କୁ୮ ମାସ ହେଲା ଚାହିଁ ରହିଛନ୍ତି ବୃଦ୍ଧ ବୁଲା ସ୍ୱାଇଁ ଓ ତାଙ୍କ ସ୍ତ୍ରୀ । ରଣପୁର ଥାନା ରେ ନିଖୋଜ ସର୍ମ୍ପକେ ଏତଲା ଦେଇଥିଲେ ମଧ୍ୟ ପୋଲିସ କହୁଛି ଆମେ ସବୁ ଥାନା କୁ ଖବର ଦେଇଛୁ ଅପେକ୍ଷା କର । କିନ୍ତୁ ବୁଲା ସ୍ୱାଇଁ ଓ ତାଙ୍କ ସ୍ତ୍ରୀ ପୁଅ ର ଫେରିବା ବାଟ କୁ ଚାହିଁ ଦୁଃଖ ରେ ଭାଙ୍ଗି ପଡିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.