Home ଜିଲ୍ଲା ପରିକ୍ରମା ରଣପୁର ବ୍ଲକ୍ ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ

ରଣପୁର ବ୍ଲକ୍ ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ

147

ନୟାଗଡ/୦୫/୧୨(ଓଡିଆ ପୁଅ)-ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ରଣପୁର ବ୍ଲକ୍ କୃଷି କାର୍ଯ୍ୟାଳୟରେ ମୃତ୍ତିାକ ଦିବସ ପାଳନ ହୋଇଯାଇଅଛି। ଏହି ଦିବସରେ ରଣପୁର ବ୍ଲକ୍ ସହକାରୀ କୃଷି ଅଧିକାରୀ ସୁଭେନ୍ଦୁ ସେଖର ସିଂ ଦେଓ, ଚାନ୍ଦପୁର ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବେହେରା, ରଣପୁର ବ୍ଲକ୍ ଉପାଧକ୍ଷ ପ୍ରଶାନ୍ତ ନାୟକ, ଆତ୍ମା ଚେୟାରମ୍ୟାନ୍ ସ୍ୱରାଜ ମହାନ୍ତି, ନରସିଂହପୁର ସରପଂଚ ନିତ୍ୟାନନ୍ଦ ପରିଡା,  ଚମ୍ପାପେଡି ସରପଂଚ ନିର୍ମଳ ମତଗଜ ସିଂ, ସହକାରୀ ଉଦ୍ୟାନ ଅଧିକାରୀ ବିକ୍ରମ କେଶରୀ ସାହୁ, ମୃତ୍ତିକା ସଂରକ୍ଷଣ ଅଧିକାରୀ ମଧୁସ୍ମିତା ବେହେରା, ସହକାରୀ ମତ୍ସ୍ୟ ଅଧିକାରୀ ଇତିଶ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ମୃତ୍ତିକାର ନମୁନା ସଂଗ୍ରହଠାରୁ ଆରମ୍ଭ କରି ପରୀକ୍ଷା ପର୍ଯ୍ୟନ୍ତ କିପରି କରାଯିବ ସେ ସମ୍ପର୍କରେ ବିଷଦ ଆଲୋଚନା କରାଯାଇଥିଲା। ଏହି ଦିବସରେ ଶତାଧିକ କୃଷକ, କୃଷକ ସାଥିମାନେ ଯୋଗ ଦେଇଥିଲେ। ଓଡିଶା ଭୂଚେତନା ମୃତ୍ତିକା ସ୍ୱାସ୍ଥ୍ୟ ପତ୍ରିକା କିଛି ଚାଷୀଙ୍କୁ ପ୍ରଦାନ କରାଯାଇଥିଲା। କୃଷକମାନେ ଭୂମିର ଉର୍ବରତା କମିବା ସମ୍ପର୍କରେ ନାନା ପ୍ରଶ୍ନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.