Home ଜିଲ୍ଲା ପରିକ୍ରମା ରଣପୁରରେ ଜେସିବି ମେସିନ୍ ଓ ମିନି ଟ୍ରକ୍ ଜବତ, ଜଣେ କୋର୍ଟ ଚାଲାଣ

ରଣପୁରରେ ଜେସିବି ମେସିନ୍ ଓ ମିନି ଟ୍ରକ୍ ଜବତ, ଜଣେ କୋର୍ଟ ଚାଲାଣ

265

ନୟାଗଡ/୦୫/୧୨(ଓଡିଆ ପୁଅ)-ରଣପୁର ତହସିଲ୍ ଅଂଚଳରେ ବ୍ୟାପକ ମାଙ୍କଡା ପଥର ଚୋରାରେ କାଟି ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ନୟାଗଡ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ରଣପୁର ତହସିଲ୍‌ଦାର ଶୁସାନ୍ତ କୁମାର ପତି ଏକ ସ୍କ୍ୱାର୍ଡ ଗଠନ କରିଛନ୍ତି।ଏହି ସ୍କ୍ୱାର୍ଡ ଗତ ୩ ତାରିଖ ସଂଧ୍ୟାରେ ଚାନ୍ଦପୁର ବାଇପାସ୍ ଛକରେ ଓ.ଆର.୦୨-ବି.ଏଲ -୪୫୧୦ ମିନି ଟ୍ରକ୍ କୁ ପଥର ଚାଲାଣ ଅଭିଯୋଗରେ ଜବତ କରିଥିଲେ ଏବଂ ଡ୍ରାଇଭର ଧୋବା ବାରିକକୁ ଅଟକ ରଖିଥିଲେ। ମିନିଟ୍ରକ୍ ଓ ଡ୍ରାଇଭରକୁ ଚାନ୍ଦପୁର ଥାନାରେ ଜିମା ଦେଇଥିଲେ। ମିନି ଟ୍ରକ୍ ମାଲିକ ସଂଗ୍ରାମ କିଶୋର ବଳିଆରସିଂଙ୍କ ନାମରେ ମଧ୍ୟ ମାମଲା ଋଜୁ ହୋଇଥିବା ଜଣା ପଡିଛି। ଡ୍ରାଇଭର ଧୋବା ବାରିକକୁ କୋର୍ଟ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆ ଯାଇଛି। ସେହିଭଳି ଭାବରେ ୫ ତାରିଖ ମଧ୍ୟାହ୍ନରେ ପଟିଆ ଅଂଚଳ ଖଣିରେ ଚଢାଉ କରି ପଥର କାଟିବା ପାଇଁ କାଯ୍ୟ ର୍ କରୁଥିବା ଅଭିଯୋଗରେ ଓ.ଆର-୦୨-ବିବି-୪୬୨୫ ଜେସିବି କୁ ମଧ୍ୟ ଜବତ କରିଛନ୍ତି। ଜବତ ଜେସିବି ଚାନ୍ଦପୁର ପୋଲିସ୍ କୁ ଜିମା ଦେଇଥିବା ଜଣା ପଡିଛି। ଏହି ଚଢାଉ ଫଳରେ ଚୋରା ଖଣି ଖନନ କାର୍ଯ୍ୟ କରୁଥିବା ମାଫିଆ ମାନଙ୍କ ମନରେ ଭୟ ସଂଚାର ହୋଇଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.