Home ଓଡ଼ିଶା ରଣପୁର ପୋଲିସ୍ କୁ ବଡ ସଫଳତା….. ଗୋଟିଏ ନୁଆ ଗ୍ୟାଙ୍ଗର ୩ ସିନ୍ଧି ଚୋରଙ୍କୁ କୋର୍ଟ...

ରଣପୁର ପୋଲିସ୍ କୁ ବଡ ସଫଳତା….. ଗୋଟିଏ ନୁଆ ଗ୍ୟାଙ୍ଗର ୩ ସିନ୍ଧି ଚୋରଙ୍କୁ କୋର୍ଟ ଚାଲାଣ

177

ନୟାଗଡ/୦୧/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ପୋଲିସ୍ କୁ ଏକ ବଡ ଧରଣର ସଫଳତା ମିଳିଛି ବୋଲି ଜଣା ପଡିଛି । ଏକ ଚୋର ଦଳ ଗତ ସେପ୍ଟେମ୍ବର ମାସଠାରୁ ୫ଟି ଯାଗାରେ ଚୋରିକରି ୬ ଯାଗାରେ ଧରା ପଡିଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଗତ ୨୯-୦୧-୨୦୨୦ ରିଖ ରାତ୍ରରେ ରଣପୁର ପାଇକ ସାହି ଉପରେ ଥିବା ସତ୍ୟ ନାରାୟଣ ସାହୁଙ୍କ ଘରୁ ସିନ୍ଧି କରି ଗ୍ରିଲ୍ ଭାଙ୍ଗି ଚୋରି ହୋଇଥିଲା । ନଗଦ ୨ଲକ୍ଷ ୮୫ ହଜାର ଟଙ୍କା ସହ କିଛି ସୁନା ଅଳଙ୍କାର ଚୋରି ହୋଇଥିଲା । ଏ ସମ୍ପର୍କେ ରଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କ ନିର୍ଦ୍ଧେଶରେ ସବ୍ ଇନିସ୍‌ପେକ୍ଟର ପ୍ରୀତି ପ୍ରକାଶ ମହାନ୍ତି ଘଟଣାର ତଦନ୍ତ କରୁଥିଲେ ।

 

 

ଏଥିରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଅଭିଯୁକ୍ତମାନେ ହେଲେ ସେହି ଉପର ସଡକ ସାହିର ଭଗବାନ ସ୍ୱାଇଁଙ୍କ ପୁଅ ଚନ୍ଦନ ସ୍ୱାଇଁ(୧୮), ନବକିଶୋର ରଥିଙ୍କ ପୁଅ ମୁନା ରଥି(୧୯) ଓ ଦେବେନ୍ଦ୍ର ରଥି ଓରଫ୍ ପିଙ୍କୁ(୧୭) । ଅଭିଯୁକ୍ତ ଚନ୍ଦନ ଓ ମୁନାଙ୍କ ଜାମିନ୍ ଆବେଦନ ନାମଂଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି । ଅନ୍ୟତମ ଅଭିଯୁକ୍ତ ପିଙ୍କୁ ନାବାଳକ ହୋଇଥିବାରୁ ତାଙ୍କୁ ଅନୁଗୁଳ ଜୁଭେନାଇଲ୍ ଜେଲକୁ ପଠାଇ ଦିଆଯାଇଥିବା ଜଣା ପଡିଛି । ଏ ସମ୍ପର୍କେ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଜଣେ ବଡ ଧରଣର ଅପରାଧୀ ଏହି ଦଳର ମୁଖ୍ୟ ଭାବରେ ରଣପୁରରେ ଗତ ସେପ୍ଟେମ୍ବର ମାସଠାରୁ ଏକ ନୁଆଦଳ ଗଠନ କରିଥିଲେ । ଏମାନେ ପ୍ରତି ମାସରେ ଟାର୍ଗେଟ କରି ଦୁଇ ଗୋଟି ଘରୁ ଚୋରି କରିଥାନ୍ତି । ଚୋରି କରିସାରିଲା ପରେ ସେହିଘରେ ଥିବା ଭାତହାଣ୍ଡିରୁ ଭାତ ଖାଇ ଫେରିଥାନ୍ତି । ୫ଟି ଘରୁ ଚୋରି କରିବା ପରେ ମୋବାଇଲ୍ ଟ୍ରାକିଙ୍ଗ୍ ଦ୍ୱାରା ଏହି ଦଳର ଫର୍ଦ୍ଦାଫାସ୍ ହୋଇଛି । ଅନ୍ୟ ସହେଯାଗୀଙ୍କ ମୁଖ୍ୟଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.