Home ଓଡ଼ିଶା ରଣପୁର ଅଂଚଳ ରେ ରାସନ କାର୍ଡ ଓ ଘରଡିହ ପଟ୍ଟା ରେ ଅନିୟମିୟତା ଅଭିଯୋଗ ରେ...

ରଣପୁର ଅଂଚଳ ରେ ରାସନ କାର୍ଡ ଓ ଘରଡିହ ପଟ୍ଟା ରେ ଅନିୟମିୟତା ଅଭିଯୋଗ ରେ ବୈଠକ

41

ନୟାଗଡ/୨୦/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଓ ଏନ୍‌.ଏ.ସି. ଅଂଚଳ ରେ ଭୂମିହୀନ ଙ୍କୁ ଘରଡିହ ପଟ୍ଟା ଓ ରାସନ କାର୍ଡ ପ୍ରଦାନ ରେ ଅନିୟମିତା ସାଙ୍ଗକୁ ପାଇଖାନା ର୍ଦୁନୀତି ଅଭିଯୋଗ ହୋଇ ଆସୁଥିଲା । ତାକୁ ଭିତ୍ତି କରି ନୟାଗଡ ଜିଲ୍ଲା ଦଳିତ ଆଦିବାସୀ ସେବା ସଂଘ ସମ୍ପାଦକ ଗଙ୍ଗାଧର ନାୟକ ଓ ବ୍ଲକ ସଭାପତି କୁମର ମାଝୀ ଙ୍କ ନେତୃତ୍ୱ ରେ ଶତାଧିକ ମହିଳା ଓ ପୁରୁଷ ମାର୍ଚ୍ଚ ୨୦ତାରିଖ ମଣିନାଗ ପୀଠ ରେ ବୈଠକ କରିଥିଲେ  । ଏଥିରେ ରଣପୁର ବ୍ଲକ ଅଂଚଳ ର ପୋକସୁଙ୍ଗା ,କୋଟଗଡ , ବଜ୍ରକୋଟ , ନିରାକାରପୁର , ଲୁଣିସାହି, ଗୋଡିମଡା , ଖତିଆ, ବିରୁଡା , ନଛିପୁର  ଓ ରଣପୁର ଏନ୍‌.ଏ.ସି. ର ୧, ୨,୩,୧୨ ଓ ୧୫ ନଂ ୱାର୍ଡର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

ମୁଖ୍ୟ ଅତୀଥି ଭାବରେ ରଣପୁର ଓକିଲ ସଂଘ ର ସମ୍ପାଦକ ସତ୍ୟ ରଞ୍ଜନ ମତା ଯୋଗଦାନ କରି ଗରିବ , ଅସହାୟ , ଭୂମିହୀନ ମାନଙ୍କ ସର୍ମ୍ପକରେ ବକ୍ତବ୍ୟ ରଖିଲା ବେଳେ ସରକାରୀ କର୍ମଚାରୀ ଙ୍କର ଡ୍ରାମାବାଜି ଚାଲିଛି ବୋଲି କହିଥିଲେ । ଆସନ୍ତା ଏପ୍ରିଲ ମାସ ୧୦ ତାରିଖ ସୁଦ୍ଧା ସମସ୍ୟା ଗୁଡିକର ସମାଧାନ କରା ନ ଗଲେ ଆସନ୍ତା ଏପ୍ରିଲ ୧୫ ତାରିଖ ରେ ସଂଘ ତରଫରୁ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନି ଦେଇଛି । ଏଥିରେ ଦଳିତ ନେତା କିଶୋର ଚନ୍ଦ୍ର ନାୟକ , ସୁରେନ୍ଦ୍ର ନାୟକ , ରାଉଳ ନାଏକ , ଅଲେଖ ବିହାରୀ ନାଏକ ଆଦି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.