Home ଜିଲ୍ଲା ପରିକ୍ରମା ପଂଚାୟତରାଜ ବ୍ୟବସ୍ଥା ଏବେବି ପ୍ରହସନ,କରଞ୍ଜମାଳ ପଂଚାୟତରେ ରାସ୍ତା ସାତ ସପନ

ପଂଚାୟତରାଜ ବ୍ୟବସ୍ଥା ଏବେବି ପ୍ରହସନ,କରଞ୍ଜମାଳ ପଂଚାୟତରେ ରାସ୍ତା ସାତ ସପନ

108

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତି ଗ୍ରାମକୁ ସହରାଭିମୁଖୀ କରିବା ପାଇଁ କେତେକଣ ଯୋଜନା ହେଲେ ଏହାର ସଂପୂର୍ଣ ବ୍ୟତିକ୍ରମ ଦେଖା ଦେଇଛି ଧାମରା ବନ୍ଦର ନିକଟସ୍ଥ କରଞ୍ଜମାଳ ପଂଚାୟତରେ, ଆଜି ମଧ୍ୟ ଯାତାୟତ କ୍ଷେତ୍ରରେ ସାତ ସପନ ହୋଇ ରହିଯାଇଛି । ଦୀର୍ଘଦିନ ହେବ ଏହି ପଂଚାୟତରେଥିବା ୭ନଂ ଓାର୍ଡରେ ଶତାଧିକ ପରିବାର ର ୫ଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବା କଥା ଖୋଦ କରଞ୍ଜମାଳର ପୂର୍ବତନ ସରପଂଚ ତଥା ରମେଶ ନାୟକ ମତପୋଷଣ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଓାର୍ଡକୁ ସବୁଦିନିଆ ଯାତାୟତ ପାଇଁ ରାସ୍ତା ଟିକକ ନିର୍ମାଣ ହୋଇ ପାରି ନାହିଁ । ଏହି ପଂଚାୟତରେ ଅନ୍ୟ ସମସ୍ତ ଓାଡକୁ ଗମନା ଗମନର କୌଣସି ଅସୁବିଧା ନଥିବା ବେଳେ କେଉଁ ପରିସ୍ଥିତିରେ ଏହି ଓାର୍ଡ ର ବସବାସ କରୁଥିବା ଲୋକ ମାନଙ୍କୁ ଅବହେଳିତ କରି ରଖାଯାଇଛି ତାହା ପଂଚାୟତରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅନ୍ୟ ପକ୍ଷରେ ଏହି ପଂଚାୟତ ଧାମରା ବନ୍ଦର ନିକଟସ୍ଥ ହୋଇଥିବା ବେଳେ ବନ୍ଦର ନିକଟସ୍ଥ ସମସ୍ତ ପଂଚାୟତରେ ସମସ୍ତ ଜନମଙ୍ଗଳ କାର୍ଯ୍ୟ ଧାମରା ବନ୍ଦର କର୍ତୁପକ୍ଷ କରୁଥିବା ବେଳେ ଏହି ପଂଚାୟତକୁ ବନ୍ଦର କର୍ତୁପକ୍ଷ ମଧ୍ୟ ଅବହେଳିତ କରି ରଖିଛନ୍ତି । ଏହି ଓାର୍ଡର ମୁଖ୍ୟ ରାସ୍ତା ମାତ୍ର ୭ଶହ ମିଟର ଲମ୍ବ ହୋଇଥିବା ବେଳେ ଏହି ରାସ୍ତାକୁ କାହିଁକି ପଂଚାୟତ ଅଧିକାରୀ ନିର୍ମାଣ କରୁ ନାହାନ୍ତି ତାହାକୁ ନେଇ ପଂଚାୟତର ସରପଂଚଙ୍କ ପ୍ରତିନିଧିଙ୍କୁ ପଚାରିବାରୁ ସେ ଏ ବିଷୟରେ କହିପାରିବେ ନାହିଁ ବୋଲି ଉତର ରଖିବା ସହ ଏ ବିଷୟରେ ପୂର୍ବତନ ସରପଂଚ ରମେଶ ନାୟକଙ୍କୁ ଯୋଗାଯୋଗ କରିବାଉ ପାଇଁ କହିଥିଲେ । ଏହି ପ୍ରଶ୍ନର ଉତର ରଖିବାକୁ ଯାଇ ରମେଶ ନାୟକ କୁହନ୍ତି ଗୋଟିଏ ପକ୍ଷରେ ସରକାର ଗୋଟିଏ ପଂଚାୟତରେ ଗୋଟିଏ ସିସି ରୋଡ ପାଇଁ୨ଲକ୍ଷରୁ ଅଧିକ ଅର୍ଥ ଖର୍ଚ କରିହେବ ନାହିଁ ବୋଲି ପଂଚାୟତିରାଜ ବିଭାଗର ନିର୍ଦେଶ ଥିବା ବେଳେ ଏହି ୭ଶହ ମିଟର ରାସ୍ତା ପାଇଁ ୭ଲକ୍ଷଟଙ୍କା ଖର୍ଚ ହେବ ବୋଲି ଆକଳନ କରାଯାଇଛି,ତେଣୁ ଏହି ରାସ୍ତା ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ଦରକାର ଥିବା ବେଳେ ପଂଚାୟତ ମାତ୍ର ୨ଲକ୍ଷ ଖର୍ଚ କରିପାରିବ ଏବଂ ବଳକା ୫ଲକ୍ଷ ଟଙ୍କା ପଂଚାୟତରେ ରାସ୍ତା ପାଇଁ ଅନୁଦାନ ନଥିବା ବେଳେ, ଏହି ରାସ୍ତା ନିର୍ମାଣ ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇ ପାରୁ ନାହିଁ । ଅନ୍ୟ ପକ୍ଷରେ ଆଝି ଭଳି ଦିନରେ ଅସରାଏ ବର୍ଷା ହେଲେ ବିଦ୍ୟାଳୟ ତଥା ଅଙ୍ଗନବାଡିକୁ କୁନୀକୁନୀ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ରାସ୍ତା ପାଇଁ ଶିକ୍ଷାଦାନରୁ ବଂଚିତ ହେଉଥିବା କଥା ବହୁ ଅଭିଭାବକ ମତପୋଷଣ କରୁଥିବା ବେଳେ ଏହି ରାସ୍ତା ଟିକକ ମରାମତି ପାଇଁ ଶତାଧିକ ପରିବାର ପ୍ରଶାସନକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.