Home କେନ୍ଦୁଝର ରକ୍ତ କର୍କଟ ରୋଗରେ ପିଡିତ ଅକ୍ଷୟଙ୍କୁ ସହାୟତା ପାଇଁ ଆକୁଳ ନିବେଦନ କଲେ ପୁଅ ଓ...

ରକ୍ତ କର୍କଟ ରୋଗରେ ପିଡିତ ଅକ୍ଷୟଙ୍କୁ ସହାୟତା ପାଇଁ ଆକୁଳ ନିବେଦନ କଲେ ପୁଅ ଓ ସ୍ତ୍ରୀ, ଗାଁ ଯୁବକଙ୍କ ଦ୍ୱାରା ଭିକ୍ଷା ମାଗଣ

54

ହାଟଡ଼ିହି, ୪। ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନୁଆ ରମ୍ପାସ ଗ୍ରାମର ଅକ୍ଷୟ ସେନାପତି ରକ୍ତ କର୍କଟ ରୋଗରେ ପିଡିତ ହୋଇ ଏବେ ମୃତ୍ୟୁ ସହ ସଗ୍ରାମ କରୁଛନ୍ତି। ତାଙ୍କର ଚିକିତ୍ସା ପାଇଁ ୨୫ରୁ ୩୦ଲକ୍ଷ ଟଙ୍କାର ଆବଶ୍ୟକତା ଥିବାନେଇ ଡାକ୍ତର କହିବାପରେ ତାଙ୍କ ପକ୍ଷେ ଏତେ ଟଙ୍କା ସଂଗ୍ରହ କରିବା ପାଇଁ ସେ ଅସମର୍ଥ ଥିବାରୁ ତାଙ୍କ ଛୋଟ ପୁଅ ଓ ସ୍ତ୍ରୀ ଏବେ ଓଡିଶାବାସୀଙ୍କ ସହଯୋଗ ଲୋଡିଛନ୍ତି।

ସୂଚନାରୁ ଜଣାଯାଇଛି ଯେ ଗ୍ରାମର ଅକ୍ଷୟ କୁମାର ସେନାପତି(୪୪) ଘରେ ଚାଷବାସ କରିବା ସହିତ ବାହାର ରାଜ୍ୟକୁ ଯାଇ କାମକରି ନିଜର ପରିବାର ଚଳାନ୍ତି। ଘରେ ତାଙ୍କର ଛୋଟ ଛୋଟ ଦୁଇ ପୁଅ, ସ୍ତ୍ରୀକୁ ନେଇ ତାଙ୍କ ସଂସାର। ସେ ହାଇଦ୍ରାବାଦରେ ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ ସେ ଯାହା ପାଆନ୍ତି ସେଥିରେ ଘରଟି ଚଳିଯାଏ। ସେଠାରେ କାମ କରୁଥିବାବେଳେ ହଠାତ ସେ ଅସୁସ୍ଥ ହୋଇ ପଡିଲେ। ତାଙ୍କ ମୁଣ୍ଡ ବୁଲାଇବା ସହିତ ଦେହ ଦିନକୁ ଦିନ ଖରାପ ହେବାକୁ ଲାଗିଲା। ସେ ବାଧ୍ୟ ହୋଇ ଘରକୁ ପଳାଇ ଆସିଲେ। ପରେ ସେ ଡାକ୍ତରଖାନା ଯାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାପରେ ସେ ରକ୍ତ କର୍କଟ ରୋଗରେ ପିଡିତ ଥିବା ଡାକ୍ତର କହିଥିଲେ। ଏକଥା ଜାଣିବାପରେ ପରିବାର ଲୋକଙ୍କ ଉପରେ ସତେ ଯେପରି ବଜ୍ର ପଡିଲା ଭଳି ଲାଗିଲା। ତାଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକ ବୋଲି ଡାକ୍ତରମାନେ କହିବାପରେ ତାଙ୍କୁ ସମ ହସପିଟାଲରେ ଭର୍ତ୍ତି କରାଗଲା। ଏପରିକି ଘର ଲୋକ ଜମିବାଡି ବିକ୍ରୀ କରି ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ତାଙ୍କ ପଛରେ ସାରିଲେ। ହେଲେ ସେ ସୁସ୍ଥ ହୋଇପାରିଲେ ନାହିଁ। ପରେ ତାଙ୍କୁ ଏମ୍‌ସ ଭୁବନେଶ୍ୱର ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତାଙ୍କର ବ୍ରୋନମ୍ୟାରୋ ଟ୍ରାନସଲେଟ କରାଯିବ ଓ ଏଥିପାଇଁ ବାହାର ରାଜ୍ୟକୁ ନେବାକୁ ହେବ, ଏଥିପାଇଁ ୨୫ରୁ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୩ ରୁ ୪ସପ୍ତାହ ମଧ୍ୟରେ ତାଙ୍କର ଅପରେସନ କରିବାକୁ ପଡିବ। ତାଙ୍କ ଅବସ୍ଥା ଏବେ ଗୁରୁତର ଥିବାରୁ ତାଙ୍କୁ ଆସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଏପରି ଅବସ୍ଥାରେ ତାଙ୍କ ଘରେ ଏତେ ଟଙ୍କା ଖର୍ଚ୍ଚ କରିବାକୁ କୌଣସି ସମ୍ବଳ ନଥିବାରୁ ତାଙ୍କ ପତ୍ନୀ, ପୁଅ ଓ ପରିବାର ଲୋକେ ସହାୟତା ପାଇଁ ସମସ୍ତଙ୍କୁ ନିବେଦନ କରୁଛନ୍ତି। ଓଡିଶାବାସୀ ତାଙ୍କର ଏପରି ଘଡିସନ୍ଧି ମୁହୁର୍ତ୍ତରେ ତାଙ୍କୁ ସହଯୋଗର ହାତ ବଢ଼ାଇ ତାଙ୍କ ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ତାଙ୍କ ସ୍ତ୍ରୀ ନିବେଦନ କରିଛନ୍ତି। କୌଣସି ବ୍ୟକ୍ତି ଯଦି ସହଯୋଗ ପାଇଁ ଇଛା କରନ୍ତି ତେବେ ୭୬୦୬୦୬୩୦୧୯ ନମ୍ବରରେ (ଅଭିଶେକ ସେନାପତି) ଗୁଗୁଲ ପେ କିମ୍ବା ଫୋନ ପେ ମାଧ୍ୟମରେ ସହାୟତା ରାଶି ପଠାଇବାକୁ ସେ ନିବେଦନ କରିଛନ୍ତି। ଏପଟେ ତାଙ୍କର ଏପରି ଅବସ୍ଥାକୁ ଦେଖି ନୁଆରମ୍ପାସ ଓ ବଡରମ୍ପାସ ଗ୍ରାମର ଯୁବକ ମାନେ ସହାୟତାର ହାତ ବଢ଼ାଇବା ପାଇଁ ଆଗେଇ ଆସିଛନ୍ତି। ସେମାନେ ଦୁଇଦିନ ହେଲା ବିଭିନ୍ନ ଗାଁରେ ଘରକୁ ଘର ବୁଲି ଅକ୍ଷୟଙ୍କ ଚିକିତ୍ସା ସହାୟତା ପାଇଁ ମାଗଣ କରୁଛନ୍ତି। ଗ୍ରାମବାସୀମାନେ ମଧ୍ୟ ମୁକ୍ତ ହସ୍ତରେ ଦାନ କରୁଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.