Home ଜିଲ୍ଲା ପରିକ୍ରମା କ୍ଲାସ୍ ରୁମ୍‌ରେ ଛାତ୍ରୀଙ୍କୁ ଦୁଇ ଛାତ୍ରଙ୍କ ପକ୍ଷରୁ ଦୁର୍ବ୍ୟବହାର ଘଟଣା, ଛାତ୍ରୀଙ୍କ ଭିନ୍ନକ୍ଷମ ବାପାଙ୍କୁ ଧମକ...

କ୍ଲାସ୍ ରୁମ୍‌ରେ ଛାତ୍ରୀଙ୍କୁ ଦୁଇ ଛାତ୍ରଙ୍କ ପକ୍ଷରୁ ଦୁର୍ବ୍ୟବହାର ଘଟଣା, ଛାତ୍ରୀଙ୍କ ଭିନ୍ନକ୍ଷମ ବାପାଙ୍କୁ ଧମକ ଓ ଆକ୍ରମଣ

56

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କ୍ଲାସ୍ ରୁମ୍‌ରେ ଛାତ୍ରୀଙ୍କୁ ଦୁଇ ଛାତ୍ରଙ୍କ ପକ୍ଷରୁ ଦୁର୍ବ୍ୟବହାର ଘଟଣା, ପ୍ରତିକ୍ରିୟାଶୀଳ ହୋଇ ଅପରପକ୍ଷ ଛାତ୍ରୀଙ୍କ ଭିନ୍ନକ୍ଷମ ବାପାଙ୍କୁ ଧମକ ଓ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ପୁଲିସ୍ ଉଭୟଙ୍କ ଏତଲା କ୍ରମେ ଥାନାରେ ଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ମୁତାବକ, ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ମତୋରେ ସ୍କୁଲ ପରିସରରେ ଜଣେ ୭ମ ଶ୍ରେଣୀର ଛାତ୍ରୀଙ୍କୁ ସେହି କ୍ଲାସର ୨ ଜଣ ଛାତ୍ର ଦୁର୍ବ୍ୟବହାର କରିବା ସହିତ ଅତି କଦର୍ଯ୍ୟ ତଥା ଅଭଦ୍ର ଭାଷାରେ ଗାଳିଗୁଲଜ କରି ବଳପୂର୍ବକ ଭାବେ ତାର ପୋଷାକଟିକୁ ଚିରି ଦେଇଥିଲେ। ଛାତ୍ରୀ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ଆଉ କ୍ଲାସ ନଆସିବାକୁ ଚେତାବନୀ ଦେଇଥିଲେ। ଉକ୍ତ ଘଟଣାକୁ ନେଇ ଛାତ୍ରୀଙ୍କ ବାପା ଭିନ୍ନକ୍ଷମ ଚିନ୍ତାମଣି ଦାସ ମତୋ ଫାଣ୍ଡିରେ ଏତଲା ଦେଇଥିଲେ। ଏତଲା ଦେବାପରେ ଫାଣ୍ଡି ପୁଲିସ୍ ପକ୍ଷରୁ ମଧ୍ୟ ଧମକ ପାଇଥିଲେ। ମାତ୍ର ଉକ୍ତ ଘଟଣାକୁ ନେଇ ସନ୍ଧ୍ୟାରେ ଛାତ୍ରଙ୍କ ପରିବାରର ୨୦ ରୁ ୨୫ ଲୋକ କ୍ରୋଧାନ୍ୱିତ ହୋଇ ସନ୍ଧ୍ୟାରେ ଛାତ୍ରୀଙ୍କ ଭିନ୍ନକ୍ଷମ ବାପାଙ୍କୁ ମତୋ ବଜାରସ୍ଥିତ ଦୋକାନରେ ବଳପୂର୍ବକ ପଶି ତାଙ୍କୁ ସଂଘବଦ୍ଧ ଭାବେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ନାନାଦି ଧମକ ଚମକ ଦେଇଥିଲେ। ଏଥିସହ ଭିନ୍ନକ୍ଷମ ମାଡ ମାରି ଦୋକାନ ସାମଗ୍ରୀ ଲୁଟିନେବା ସହିତ ପୁନଶ୍ଚ ଦୋକାନ ଖୋଲିଲେ ନିଆଁ ଲଗେଇ ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା।

 

ପରେ ମତୋ ଫାଣ୍ଡି ପକ୍ଷରୁ ଭିନ୍ନକ୍ଷମଙ୍କୁ ଡକା ଯାଇଥିଲା। ସେ ଫାଣ୍ଡିରେ ପହଞ୍ଚାଇବା ବେଳକୁ ତାଙ୍କ ବିରୋଧରେ ଅପରପକ୍ଷ ଏତଲା ଦେଇଥିବା ଜାଣିବାକୁ ପାଇଥିଲେ। ଭିନ୍ନକ୍ଷମ ଅପରପକ୍ଷଙ୍କ ବିରୋଧରେ ଏତଲା ଦେବାକୁ ଯାଇ ନିରାଶରେ ଫେରିଥିଲେ। ପରେ ରାତିରେ ନ୍ୟାୟ ପ୍ରଦାନ ଦାବିରେ ଭିନ୍ନକ୍ଷମ ଚିନ୍ତାମଣି ଅପରପକ୍ଷଙ୍କ ବିରୋଧରେ ଚାନ୍ଦବାଲି ଥାନାରେ ଏତଲା ଦେବା ସହିତ ମତୋ ଫାଣ୍ଡି ପୁଲିସ୍‌ର କାର୍ଯ୍ୟଧାରା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ତେବେ ଚାନ୍ଦବାଲି ପୁଲିସ୍ ଏହାର ତଦନ୍ତ କରିବା ଆଳରେ ଭିନ୍ନକ୍ଷମକୁ ଥାନାକୁ ଡକାଇ ଉଭୟପକ୍ଷ ମଧ୍ୟରେ ଆପୋଷ ବୁଝବଣା କରିବା ଲାଗି ଭଦ୍ରବ୍ୟକ୍ତି ଜରିଆରେ ପ୍ରସ୍ତାବ ଦେଇଥିଲା। ମାତ୍ର ଭିନ୍ନକ୍ଷମ ସେଥିରେ ରାଜି ହୋଇନଥିଲେ। ଏହି ଘଟଣାକୁ ନେଇ ହିନ୍ଦୁ ସୁରକ୍ଷା ମଂଚ ଓ ଏବିଭିପି ସଂଗଠନ ପକ୍ଷରୁ ଭିନ୍ନକ୍ଷମ ଚିନ୍ତାମଣି ଦାସଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ତେବେ ଅପରପକ୍ଷଙ୍କ ଅଭିଯୋଗ ମୂଳେ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଘଟଣାର ସଠିକ୍ ତଦନ୍ତର ଆବଶ୍ୟକତା ଥିବା ସେମାନେ ଦାବି କରିଛନ୍ତି। ଛାତ୍ରଙ୍କ ପରିବାର ପକ୍ଷରୁ ଜାହାଙ୍ଗୀର ସାହାଙ୍କ ସ୍ତ୍ରୀ ମୁସ୍ତାଜୀ ବିବିଙ୍କ ଏତଲା କ୍ରମେ ଥାନାରେ ଏକ ମାମଲା ୧୪୯/୨୨, ଦଫା ୩୪୧ / ୩୨୩ / ୨୯୪ / ୫୦୬ / ୩୪ ଆଇପିସି ରୁଜୁ ହୋଇଛି। ସେହିପରି ଚିନ୍ତାମଣି ଦାସଙ୍କ ଏତଲା କ୍ରମେ ଅପରପକ୍ଷଙ୍କ ବିରୋଧରେ ଅନ୍ୟ ଏକ ମାମଲା ୨୪୭/୨୨, ୪୪୮ / ୩୨୩ / ୨୯୪ / ୩୮୦ / ୩୫୪ / ୫୦୬ / ୩୪ ଆଇପିସି ରୁଜୁ ହୋଇ ଆବଶ୍ୟକୀୟ ତଦନ୍ତ ଚାଲୁ ରହିଛି ବୋଲି ଆଇଆଇସି କରୁଣାକର ରାଉତ ଆମ୍ଭ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.