ଭଦ୍ରକ, ୧ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ଦିବସ ଅବସରରେ ସେବା କାର୍ଯ୍ୟ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ସ୍ତରୀୟ ଆଧ୍ୟାତ୍ମିକ ସାଂସ୍କୃତିକ ଆମ ପରିବାରର ମୁଖ୍ୟ ଉପଦେଷ୍ଟା ସାମ୍ବାଦିକ ହେମନ୍ତ ସିଂହଙ୍କ ଆବାହକତ୍ୱରେ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଦ୍ରକ ଆଗରପଡା ପରିସରରେ ଆୟୋଜିତ ବୈଠକକୁ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ରେଖା ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏଥିରେ ଶିକ୍ଷକ ପ୍ରଶିକ୍ଷକ ଭବାନୀ ଶଙ୍କର ଦାଶ, ପ୍ରଦୀପ କୁମାର ନାୟକ, ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଂଚର ଉପ-ସଭାପତି ଚିତରଞ୍ଜନ ସାମନ୍ତରାୟ, ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ଦାସ, ଉପେନ୍ଦ୍ର ଶତପଥି, ମଦନ ମୋହନ ଦାଶ, ଶିକ୍ଷାବିତ୍ ଗଜେନ୍ଦ୍ର ରାଉତ, ନନ୍ଦ କିଶୋର ଜେନା, ଯୁଧିଷ୍ଠିର ବାରିକ,ବନ୍ତ ବ୍ଲକ ବରିଷ୍ଠ ନାଗରିକ ସୁରକ୍ଷା ମଂଚ ସମ୍ପାଦକ ଭାସ୍କର ଚନ୍ଦ୍ର ପାଢୀ, ସହ-ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା,ସମାଜସେବୀ ନାରାୟଣ ଚନ୍ଦ୍ର ସାମଲ,ସନାତନ ନାୟକ, ଚିତ୍ରଶିଳ୍ପୀ ନମିତା ବେହେରା, ବରିଷ୍ଠ ସହାୟକ ରାଜୀବ କୁମାର ରାୟଗୁରୁ, ନରିପୁର ଆଦର୍ଶ ସେବା ସଂଗଠନର ସମ୍ପାଦକ କପିଳେନ୍ଦ୍ର ସାହୁ,ଭଦ୍ରକ ଭାରତ ବିକାଶ ପରିଷଦର ପ୍ରଦୀପ ପୁହାଣ, ସ୍ତମ୍ଭକାର ସୁବୋଧ ସାହୁ, ଅଧ୍ୟାପିକା ପ୍ରତିମା ସାହୁ, ଚାରିଗାଁ ସମିତିସଭ୍ୟ ଧରଣୀ ଧର କର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଆସନ୍ତା ୬ ତାରିଖ ଗୁରୁବାର ଅଣିଜୋ ପଚାଂୟତ ନରିପୁର ଠାରେ ବୃକ୍ଷ ରୋପଣ, ଗୋପିନାଥ ଜରା ନିବାସରେ ବସ୍ତ୍ରଦାନ,ବନ୍ତ ଓ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ତେବାସୀଙ୍କୁ ଫଳ ବଂଟନ ସହ ୧୦ ଘଟିକାରେ ଡାଏଟ୍ ପରିସରରେ ରକ୍ତଦାନ ଶିବିରର ଆୟୋଜନ କରାଯିବ । ଏଥିରେ ପ୍ରତିଷ୍ଠାନର ଗୁରୁ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଅନୁଷ୍ଠାନର ଉତ୍ସାହୀ ଯୁବକ ମାନେ ସ୍ୱେଚ୍ଛାକୃତ ରକ୍ତଦାନ କରିବେ । ଏହି ସେବା କାର୍ଯ୍ୟକୁ ସ୍ମରଣୀୟ କରାଯିବା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ନାରାୟଣ ପ୍ରସାଦ ନାୟକ, ଗଣେଶ ପ୍ରସାଦ ପାଣି, ପ୍ରତାପ କୁମାର ପଣ୍ଡା, ମାନସ କୁମାର ସାହୁ, ବିଭୂଦତ ମହାପାତ୍ର, ପ୍ରଭାତ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।








