Home ଓଡ଼ିଶା ଯୋଡା – ଧୂଳିରେ ଅତିଷ୍ଟ ତଲକ ହଟିଂ ବାସୀ ରାଜରାସ୍ତାକୁ ଓହ୍ଲାଇଲେ

ଯୋଡା – ଧୂଳିରେ ଅତିଷ୍ଟ ତଲକ ହଟିଂ ବାସୀ ରାଜରାସ୍ତାକୁ ଓହ୍ଲାଇଲେ

142

ାା ଯୋଡା, ୨୪/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଖଣିଜ ପରିବହନ ନିମନ୍ତେ ଯୋଡା ପୌରପାଳିକା ଅନ୍ତର୍ଗତ ତଥା ୫୨୦ ଜାତୀୟ ରାଜପଥ ନିକଟରେ ଅବସ୍ଥିତ ତଲକ ହାଟିଂ ବାସୀ ଧୂଳି ଧୁଆଁରେ ଅତିଷ୍ଟ ହୋଇ ଶେଷରେ ରାଜ ରାସ୍ତାକୁ ଓହ୍ଲାଇଥିବା ମଙ୍ଗଳବାର ଦିନ ପୂର୍ବାହ୍ନରେ ଦେଖିବାକୁ ମିଳିଛି । ସେମାନଙ୍କ ଅଭିଯୋଗ ମୁତାବକ ଲୁହାପଥର ପରିବହନ ଯୋଗୁଁ ଧୂଳି ଧୁଆଁରେ ଅତିଷ୍ଟ ହୋଇପଡିଥିବା ବେଳେ ସେମାନଙ୍କ ଖାଇବା ହାଣ୍ଡିରେ ମଧ୍ୟ ଧୂଳି ପଶିଯାଉଥିବା ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇପଡୁଛନ୍ତି । ଏହା ସହିତ ରାତ୍ରୀ ସମୟରେ ବ୍ୟାପକ ଟ୍ରକ ଚଳାଚଳ ଯୋଗୁଁ ଏହାର ଉକ୍ରଟ ସବ୍ଦରେ ସେମାନେ ଟିକେ ଶାନ୍ତିରେ ଶୋଇପାରୁନାହାନ୍ତି । ତେଣୁ ମଙ୍ଗଳବାର ଦିନ ସକାଳୁ ତଲକ ହାଟିଂର ମହିଳା ପୁରୁଷ ୫୨୦ ଜାତୀୟ ରାଜପଥ ଉପରେ ଟାୟାର ପକାଇ ରାସ୍ତା ଅବରୋଧ କରିଥିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଯାନ ବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଜନତାଙ୍କୁ ବୁଝା ଶୁଝା କରି ଉକ୍ତ ରାସ୍ତା ଉପରେ ଜଳ ସିଞ୍ଚନ କରିବାର ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଏହି ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.