Home ଜିଲ୍ଲା ପରିକ୍ରମା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଫଟୋଚିତ୍ର ପ୍ରଦାନ

ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଫଟୋଚିତ୍ର ପ୍ରଦାନ

12

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଜିଲା ସିମୁଳିଆ ବିଧାୟକ ତଥା ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡାଙ୍କୁ ଫଟୋଚିତ୍ର ପ୍ରଦାନ କରିଛନ୍ତ ଚିତ୍ରଶିଳ୍ପୀ ନମିତା ବେହେରା । ସିମୁଳିଆସ୍ଥିତ ବାସ ଭବନରେ ଭେଟି ଫଟୋଚିତ୍ର ପ୍ରଦାନ କରାଯାଇଥିବା ବେଳେ ଶ୍ରୀଯୁକ୍ତ ପଣ୍ଡା ନମିତାଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସେହିପରି ଭଦ୍ରକ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲଙ୍କୁ ଫଟୋଚିତ୍ର ପ୍ରଦାନ କରାଯାଇଛି । ଶୁଶ୍ରୀ ନମିତା ବହୁ ବିଶିଷ୍ଟ ବ୍ୟକ୍ତି ଯଥା-ରାଷ୍ଟ୍ରପତି ଦ୍ରୌପଦୀ ର୍ମୁମୁ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ହରିବାବୁ କମ୍ବମ୍‌ପଟ୍ଟି, ବାଚସ୍ପତି ସୁରମା ପାଢି, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ବିଶିଷ୍ଟ ବ୍ୟକ୍ତିଙ୍କୁ ଫଟୋଚିତ୍ର ପ୍ରଦାନ କରି ଚର୍ଚ୍ଚାରେ ରହିଥିବା ବେଳେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ଇଟଂର ନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡ, ନୋବେଲ୍ ୱାର୍ଲ୍ଡ ରେକର୍ଡ, ୱାର୍ଲ୍ଡ ୱାଇଡ୍ ଡକ୍ଟରେଟ୍ ଆୱାର୍ଡ, ଜେନିୟସ୍ ବୁକ୍ ଅଫ୍ ରେକର୍ଡ, ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଆଦି ପାଇ ସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.