Home ଓଡ଼ିଶା ଯୋଡା ଲୋକେ ମାନୁ ନାହାନ୍ତି ସାମାଜିକ ଦୂରତ୍ୱ

ଯୋଡା ଲୋକେ ମାନୁ ନାହାନ୍ତି ସାମାଜିକ ଦୂରତ୍ୱ

103

ଯୋଡା, ୧୨ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଯୋଡା ଅଞ୍ଚଳରେ ଲୋକମାନେ ସାମାଜିକ ଦୂରତ୍ୱକୁ ମାନୁ ନ ଥିବା ବେଳେ ବିନା ମାସ୍କରେ ବୁଲୁଛନ୍ତି । ତୃତୀୟ ପର୍ଯ୍ୟାୟ ତାଲା ବନ୍ଦ ନିୟମରେ ପ୍ରଶାସନ କେତେକାଂଶରେ କଟକଣାକୁ କୋହଳ କରିଛନ୍ତି । ପ୍ରଚଳିତ ନିୟମ ମୁତାବକ, ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ସମସ୍ତ ଦୋକାନ ବଜାର ଖୋଲା ରହୁଛି। ଅନ୍ୟ ସବୁ ବନ୍ଦ ଥିବାବେଳେ ଦୋକାନ ବଜାର ଖୋଲିବା ଦିନଠାରୁ ଭିଡ଼ ରହୁଥିବାବେଳେ ଗ୍ରାହକ ଏବଂ ଦୋକାନୀମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁନି । ସ୍ଥାନୀୟ ପୋଲିସ ଓ ପୌରପ୍ରଶାସନ ପକ୍ଷରୁ ବଜାର ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ବ୍ୟବସାୟୀଙ୍କୁ ସାମାଜିକ ଦୂରତ୍ୱ ପାଳନ କରିବା, ବିନା ମାସ୍କରେ ନ ବାହାରିବା ପାଇଁ ଲୋକଙ୍କୁ ସଚେତନ କରାଯାଉ ଥିଲେ ମଧ୍ୟ ଅନେକେ ଏହାକୁ ବେଖାତିର କରୁଥିବାର ଦେଖିବାକୁ ମିଳୁଛି । ଆଇନ ଅବମାନନା ହେତୁ ଲୋକମାନେ ଜରିମାନା ଦେଉଥିଲେ ମଧ୍ୟ ସୁଧୁରୁ ନାହାନ୍ତି। ବିଭିନ୍ନ ଠିକା ସଂସ୍ଥାରେ କାମ କରୁଥିବା କର୍ମଚାରୀମାନେ ଗୋଟିଏ ଚାରିଚକିଆ ଯାନରେ 8ରୁ 10 ଜଣ ବସି ଯାଉଥିବା ପରିଲକ୍ଷିତ ହେଉଛି । ଏହି ଠିକା ସଂସ୍ଥା ମାନେ ସରକାରଙ୍କ ନିୟମକୁ ମାନୁନଥିବା ଦେଖିବାକୁ ମିଳିଛି । ପୌରପ୍ରସାଶନ ଓ ଯୋଡା ପୁଲିସ ପ୍ରଶାସନକୁ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.