Home Coronavirus Outbreak ଟିଟିଲାଗଡ଼ରୁ ପ୍ରବାସୀ ଓଡ଼ିଆ ନିଜ ଅଞ୍ଚଳକୁ ଯିବାକୁ ମନାକଲେ – ପ୍ରଶାସନକୁ ଦାୟୀ କଲେ ଶ୍ରମିକ

ଟିଟିଲାଗଡ଼ରୁ ପ୍ରବାସୀ ଓଡ଼ିଆ ନିଜ ଅଞ୍ଚଳକୁ ଯିବାକୁ ମନାକଲେ – ପ୍ରଶାସନକୁ ଦାୟୀ କଲେ ଶ୍ରମିକ

222

ବଲାଙ୍ଗୀର ୧୨-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ରେଳ ଜନକ୍ସନରୁ ରବିବାର ଦିନରୁ ଆସି ରହିଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ପ୍ରଶାସନ ତରଫରୁ ବିଭିନ୍ନ ପ୍ରାନ୍ତକୁ ପଠାଯାଉ ଥିବା ବେଳେ ଆଜି ବସରୁ ଶତାଧିକ ଶ୍ରମିକ ଓଲ୍ଲେଇ ପଡିଛନ୍ତି। ସୂଚନା ଅନୁଯାୟୀ ପୁରୀ ତଥା ଅନ୍ୟ ଜିଲ୍ଲା ଗୁଡିକୁ ସ୍ଥାନାନ୍ତରିତ କରିବା ପାଇଁ ସମସ୍ତ ପ୍ରବାସୀଙ୍କୁ ବସରେ ବସା ଯାଇଥିଲା। ହେଲେ ବସ ଗୁଡିକରେ ଆବଶ୍ୟକ ଯାତ୍ରୀଠୁ ଅଧିକ ଯାତ୍ରୀ ବସେଇ ଦେବାରୁ ଉକ୍ତ ବସ ରେଳ ଷ୍ଟେସନରୁ ସାମାନ୍ୟ କିଛି ମିଟର ଦୂର ଚାଲିବା ମାତ୍ରେ ଅସମ୍ଭାଳ ଭିଡ଼ ଯୋଗୁଁ ସମସ୍ତ ଯାତ୍ରୀ ଓଲ୍ଲେହଇ ପଡିଛନ୍ତି। ଏ ନେଇ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ଗତ ରବିବାର ଦୁଇଟି ବସ ଯୋଗେ ଟିଟିଲାଗଡ଼ରୁ ସିନାପାଲି ଓ ଅନ୍ୟ ଅଞ୍ଚଳକୁ ଏହି ପ୍ରବାସୀ ଓଡ଼ିଆଙ୍କୁ ପଠାଯାଇ ଥିବା ବେଳେ ମାତ୍ର ୧୭ କି.ମି ଦୁର ଇଚ ଗାଁ ରେ ବସରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲେଇ ଦେଇ ବସ ଚାଲିଯାଇଥିଲା। ପ୍ରଶାସନ ତରଫରୁ ଉକ୍ତ ପ୍ରବାସୀଙ୍କୁ ପ୍ରେରଣ କରାଯିବାରେ ଏହିପରି ବିଭିନ୍ନ ବ୍ୟତିକ୍ରମ ଦେଖାଯାଉଥିବା ବେଳେ କିପରି ଏହାର ସ୍ୱତନ୍ତ୍ର ପରିଚାଳନା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.