Home ଜିଲ୍ଲା ପରିକ୍ରମା ଯୁବ ପୀଢ଼ି ସୂଚନା ଆଦାନ ପ୍ରଦାନର ତିନିଦିନିଆ ତାଲିମ ଶିବିର

ଯୁବ ପୀଢ଼ି ସୂଚନା ଆଦାନ ପ୍ରଦାନର ତିନିଦିନିଆ ତାଲିମ ଶିବିର

53

ପୁରୀ ୧-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଯୁବ ପୀଢ଼ି ସୂଚନାର ଆଦାନ ପ୍ରଦାନର କଳାକୁ ସଠିକ୍ ଭାବେ ବ୍ୟବହାର କରି ପାରିଲେ ସମାଜର ଅନେକ ସମସ୍ୟା ଦୂର ହୋଇପାରିବ। ବାଲେଶ୍ଵର ଓ ପୁରୀ ଜିଲ୍ଲାର ବାତ୍ୟା ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ପ୍ରାକୃତିକ ବିପର୍ଜୟ ସମୟରେ ସ୍ଵେଚ୍ଛସେବୀ ଭାବେ କାର୍ଯ୍ୟ କରିଥିବା ଯୁବକ ଯୁବତୀ ସାମ୍ବାଦିକ ଭଳି ସୂଚନା ସଂଗ୍ରହ କରି ଠିକ ଭାବେ, ଠିକ୍ ସମୟରେ ଉପଯୁକ୍ତ ମଞ୍ଚରେ କିପରି ତୃଣମୂଳ ସ୍ତରର ସୁବିଧା ଅସୁବିଧାର କଥା ଉପସ୍ଥାପନ କରିପାରିବେ ସେ ସଂକ୍ରାନ୍ତରେ ୟୁନିସେଫ୍, କାରିତାସ, ପାଣ୍ଟିସ ଓ ୟୁଥ୍ ଫର୍ ୱାଟରର ମିଳିତ ଆନୁକୁଲ୍ୟରେ କୋଣାର୍କ ଠାରେ ଏକ ତିନିଦିନିଆ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ନିଜକୁ ମିଥ୍ୟା ଖବର ଠାରୁ ଦୂରରେ ରଖି ବାସ୍ତବ ତଥ୍ୟକୁ ଉପସ୍ଥାପନ କରିବା ଦିଗରେ ନିଜକୁ ସମର୍ଥ କରିପାରିଲେ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ସ୍ବେଚ୍ଛାସେବୀ ମାନେ ପ୍ରଭାବିତ ଜନତାଙ୍କ ପାଖରେ ସୁବିଧା ସୁଯୋଗ ପହାଞ୍ଚିପାରିବ ବୋଲି ଏହି ଶିବିରରେ ଯୋଗଦେଇ ୟୁନିସେଫ, ଓଡ଼ିଶାର କମ୍ୟୁନିକେସନ କନ୍ସଲ୍ଟାଣ୍ଟ ମତ ରଖିଛନ୍ତି। ଏହି ତାଲିମ ପାଇବା ପରେ ଯୁବ ସ୍ଵେଚ୍ଛାସେବୀମାନେ ସାଧାରଣ ଜନତା ଓ ସେବା ଯୋଗାଣ କାରୀ ସଂସ୍ଥା, ସରକାର ଓ ସାମାଜିକ ବ୍ୟବସ୍ଥା ମଧ୍ୟରେ ଏକ ଦୃଢ଼ ଯୋଗ ସୂତ୍ରକାରି ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.