Home Top News ପୁରୀରୁ ପୁଣି ଜବତ ହେଲା ଧଳାଜହର

ପୁରୀରୁ ପୁଣି ଜବତ ହେଲା ଧଳାଜହର

22

ପୁରୀ ୧-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରୁ ପୁଣି ଜବତ ହେଲା ଧଳାଜହର। ବାସେଳୀ ସାହି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ୮୯୦ ଗ୍ରାମ ବ୍ରାଉନ ସୁଗାର ଜବତ ସହ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୁଲ୍ୟ ୯୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମ ବଙ୍ଗର ହସନ୍ ଅଲ୍ଲି, ଅଜିଜୁର୍ ରେହମାନ୍, ଖୋର୍ଦ୍ଧା ଜିଲ୍ଲା ତରବୋଇର ଆଜାଦ୍ ଅଲ୍ଲି, ଜଗତସିଂହପୁର ମାଛ ଗାଁ ର ବିପ୍ଳବ ମଲ୍ଲିକ୍। ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୧୧ ହଜାର ୫ଶହ ଟଙ୍କା, ୯ଟି ଦାମି ମୋବାଇଲ୍, ଗୋଟିଏ ଚାରିଚକିଆ ଯାନ ସହ ଗୋଟିଏ ବୁଲେଟ ମୋଟର ସାଇକେଲ ଜବତ କରିଛି ପୋଲିସ। ଆଜି ସକାଳେ ପୁରୀ ବାସେଳୀ ସାହି ଥାନା ଅଧିନ ମଙ୍ଗଳାଘାଟ ଛକ ନିକଟରେ ଥିବା ସ୍ୱେରେଜ ବୋର୍ଡ ଟ୍ରିଟମେଣ୍ଟ ପ୍ଲାଣ୍ଟ ଠାରେ ଏହି ଅଭିଯୁକ୍ତ ମାନେ ବ୍ରାଉନ ସୁଗାର ଚାଲାଣ କରୁଥିବା ନେଇ ପୋଲିସ ପାଖରେ ବିଶେଷ ସୂତ୍ରରୁ ଖବର ପହଞ୍ଚିଥିଲା। ଘଟଣାସ୍ଥଳରେ ବାସେଳୀ ସାହି ଥାନା ପୋଲିସ ପହଞ୍ଚି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ତେବେ ଏହି ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ଆନ୍ତଃ ରାଜ୍ୟ ବ୍ରାଉନ ସୁଗାର ଚାଲାଣକାରୀ ଥିବା ବେଳେ ଦୁଇଜଣ ଆନ୍ତଃ ଜିଲ୍ଲା ଚାଲାଣକାରୀ ଥିବା ପୋଲିସ କହିଛି। ଏହି ଅଭିଯୁକ୍ତଙ୍କ ଆଉ କାହା ସହ ଲିଙ୍କ ରହିଛି ଏବଂ ଆଗରୁ ଅନ୍ୟ ଥାନାରେ କିଛି ମାମଲା ରହିଛି କି ନାହିଁ ସେନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ବାସେଳୀ ସାହି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମିହିର ପଣ୍ଡା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କେକେ ହରିପ୍ରସାଦ, ଥାନା ଅଧିକାରୀ କୁଳମଣି ସେଠୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.